ETV Bharat / bharat

ଗୋଆ ନିର୍ବାଚନ ପାଇଁ ଏକ ଘରୋଇ ସଂସ୍ଥା ଆପ୍‌କୁ 13 କୋଟି ଟଙ୍କା ଦେଇଛି: ସୁକେଶ

author img

By

Published : Aug 20, 2023, 3:11 PM IST

ଗୋଆ ନିର୍ବାଚନ ପାଇଁ ଏକ ଘରୋଇ ସଂସ୍ଥା ଆପ୍‌କୁ ଟଙ୍କା ଦେଇଛି । ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖି ଅଭିଯୋଗ କରିଛି ଠକ ସୁକେଶ । ଅଧିକ ପଢନ୍ତୁ

Sukesh Chandrasekhar writes letter
Sukesh Chandrasekhar writes letter

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳଙ୍କୁ ବାରମ୍ବାର ଚିଠି ଲେଖିବା ମହାଠକ ସୁକେଶ ଚନ୍ଦ୍ରଶେଖରର ଏବେ ଅଭ୍ୟାସରେ ପରିଣତ ହୋଇସାରିଛି । ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଚିଠି ଲେଖିଛି ସୁକେଶ। ଏକ ବେସରକାରୀ ସଂସ୍ଥାକୁ ମେଡିକାଲ କଣ୍ଟ୍ରାକ୍ଟ ପ୍ରଦାନ ସମୟରେ ଉଭୟ ନିୟମ ଉଲ୍ଲଂଘନ କରିଛନ୍ତି। ଗୋଆ ନିର୍ବାଚନ ପାଇଁ ଏକ ଘରୋଇ ସଂସ୍ଥା ଆପ ପାର୍ଟିକୁ 13 କୋଟି ଟଙ୍କା ପ୍ରଦାନ କରିଥିବା ଚନ୍ଦ୍ରଶେଖର ଚିଠିରେ ଅଭିଯୋଗ କରିଛି ।

ଚିଠିରେ ଚନ୍ଦ୍ରଶେଖର ଉଲ୍ଲେଖ କରିଛି ଯେ, ଦିଲ୍ଲୀର କେଜ୍ରିୱାଲ୍‌ ସରକାର ବେସରକାରୀ ସଂସ୍ଥା ମେଟ୍ରୋପଲିସ୍ ଲାବ୍ରୋଟୋରୀ ଏବଂ ପାଥୋଲୋଜି ସେଣ୍ଟରକୁ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଡାକ୍ତରଖାନାରେ ରକ୍ତ ଏବଂ ଅନ୍ୟାନ୍ୟ ବାୟୋସାମ୍ପଲ୍ ପରୀକ୍ଷଣ ପାଇଁ ଏକାଧିକ ଚିକିତ୍ସା ଚୁକ୍ତିନାମା ପ୍ରଦାନ କରିଛନ୍ତି । ଏହି ଅଭିଯୋଗର କରିବାର କାରଣ ହେଉଛି ଗତ ଗୋଆ ନିର୍ବାଚନ ସମୟରେ ମୋ କର୍ମଚାରୀଙ୍କ ଦ୍ବାରା ସତ୍ୟେନ୍ଦ୍ର ଜୈନ୍‌ଙ୍କ ନିର୍ଦ୍ଦେଶରେ ମୋତେ ଦିଆଯାଇଥିବା ମୁମ୍ବାଇର ମେଟ୍ରୋପଲିସ୍ ଲ୍ୟାବ୍‌ କାର୍ଯ୍ୟାଳୟରୁ ତିନୋଟି କିସ୍ତିରେ 13 କୋଟି ଟଙ୍କା ସଂଗ୍ରହ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଜେଲ୍‌ରୁ ପୁଣି ଚିଠି ଲେଖିଲା ସୁକେଶ, କହିଲା କେଜ୍ରିଓ୍ବାଲଙ୍କ ଚାପରେ ଜେଲ୍‌ ଅଧିକାରୀ

ଏହି ଅଭିଯୋଗକୁ ଅସ୍ୱୀକାର କରି ମେଟ୍ରୋପଲିସ୍ ହେଲ୍‌ଥ୍‌ କେୟାର ଲିମିଟେଡ୍‌ର ଜଣେ ମୁଖପାତ୍ର କହିଛନ୍ତି, "ଏହି ଅଭିଯୋଗ ଭିତ୍ତିହୀନ ଅଟେ । ସୁକେଶ ଚନ୍ଦ୍ରଶେଖର କିମ୍ବା କୌଣସି ରାଜନୈତିକ ଦଳ ସହ ଆମର କୌଣସି ସମ୍ପର୍କ ନାହିଁ ।"

ଚନ୍ଦ୍ରଶେଖର ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଫେସ୍‌ ଟାଇମ ଚାଟ୍‌ରେ କେଜ୍ରିଓ୍ବାଲ ଓ ସତ୍ୟେନ୍ଦ୍ର ଜୈନ ଦର୍ଶାଇଥିଲେ ଯେ, ମେଟ୍ରୋପଲିସର ନିର୍ଦ୍ଦେଶକ ସେମାନଙ୍କ ଜଣେ ଘନିଷ୍ଠ ବନ୍ଧୁ । ପାଣ୍ଠି ଯୋଗାଇବା ସହ ସେ କମ୍ପାନୀକୁ ସାହାଯ୍ୟ କରିଛନ୍ତି । ସେହି ଟଙ୍କା ମୁମ୍ବାଇରୁ ସଂଗ୍ରହ କରାଯାଇ ଗୋଆ ଓ ବେଙ୍ଗାଲୁରୁକୁ ପଠାଉଛନ୍ତି । ସତ୍ୟେନ୍ଦ୍ର ଜୈନ୍‌ଙ୍କ ନିର୍ଦ୍ଦେଶରେ ମୋର କର୍ମଚାରୀମାନେ 7-8 ଘଣ୍ଟା ମଧ୍ୟରେ ମୁମ୍ବାଇର ମେଟ୍ରୋପଲିସ୍ କାର୍ଯ୍ୟାଳୟରୁ ଦୁଇଟି କିସ୍ତିରେ 13 କୋଟି ଟଙ୍କା ସଂଗ୍ରହ କରିଥିଲେ । ସେହି 13 କୋଟି ମଧ୍ୟରୁ 5 କୋଟି ଟଙ୍କା ବେଙ୍ଗାଲୁରୁର ଇନ୍ଦ୍ରନଗରରେ ରହୁଥିବା ଜୈନ୍‌ଙ୍କ ସମ୍ପର୍କୀୟ ଭାଇ ଡକ୍ଟର ହିମେଶଙ୍କୁ ପଠାଯାଇଛି । ଅବଶିଷ୍ଟ 8 କୋଟି ଟଙ୍କା ଗୋଆକୁ ପଠାଯାଇଥିଲା । ଯାହା ଅଜ୍ଞାତ ବ୍ୟକ୍ତିଙ୍କ ଦ୍ଵାରା ସଂଗୃହିତ ହୋଇଥିଲା, ଯାହାର ସବିଶେଷ ତଥ୍ୟ ଜୈନଙ୍କ ଦ୍ୱାରା ପଠାଯାଇଥିବା ଚନ୍ଦ୍ରଶେଖର ଚିଠିରେ ଦାବି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.