ETV Bharat / bharat

ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ, ମରାମତି ପରେ ଗଡିଲା ଟ୍ରେନ

author img

By

Published : Jul 13, 2023, 4:48 PM IST

ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ । ତାମିଲନାଡୁ କାଟପଦି ନିକଟରେ ଅଟକିଥିଲା ଟ୍ରେନ । ବ୍ରେକ ପାର୍ଟ ମରାମତି ପରେ ଗଡିଲା ଟ୍ରେନ । କୌଣସି ଯାତ୍ରୀଙ୍କର ସମସ୍ୟା ହୋଇନଥିବା ସ୍ପଷ୍ଟ କଲା ରେଳବାଇ । ଅଧିକ ପଢନ୍ତୁ

Sudden smoke in Chennai-Bengaluru express train

ଚେନ୍ନାଇ: ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସର ଇଞ୍ଜିନରେ ଧୂଆଁ ଦେଖିବାକୁ ମିଳିଛି । ଟ୍ରେନଟି ତାମିଲନାଡୁର କାଟପଦି ଷ୍ଟେସନ ଅତିକ୍ରମ କରିବା ପରେ ଏହାର ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କାଟପଦି ଓ ଭିନ୍ନାମଙ୍ଗଲମ ଷ୍ଟେସନ ମଧ୍ୟରେ ଟ୍ରେନକୁ ଅଟକାଇଥିଲେ ଲୋକୋ ପାଇଲଟ । ପରେ ରେଳ ଅଧିକାରୀମାନେ ପହଞ୍ଚି ଯାଞ୍ଚ କରିବା ସବ ଟ୍ରେନ ଇଞ୍ଜିନର ମରାମତି କରିବା ପରେ ଏହା ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ସୂଚନା ମିଳିବାର ମାତ୍ର 12 ମିନିଟ ମଧ୍ୟରେ ଟ୍ରେନର ଇଞ୍ଜିନ ମରାମତି କରାଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି । ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ହେଲେ ଇଞ୍ଜିନ ମରାମତି ସରିବା ପରେ ଟ୍ରେନ ପୁଣି ଯାତ୍ରା ଆରମ୍ଭ କରିଛି । ତେଣୁ ବର୍ତ୍ତମାନ ସମୟରେ କୌଣସି ସମସ୍ୟା ନଥିବା ରେଳବାଇ ସ୍ପଷ୍ଟ କରିଛି ।

ମିଳିଥିବା ସୂଚନା ଅନୁସାରେ, ଟ୍ରେନ ଇଞ୍ଜିନର ବ୍ରେକ ପାର୍ଟରୁ ଏହି ଧୂଆଁ ବାହାରୁଥିଲା । କୌଣସି ଅଘଟଣ ଘଟିବା ପୂର୍ବରୁ ଲୋକୋ ପାଇଲଟ ତୁରନ୍ତ ଟ୍ରେନକୁ ରୋକିବା ସହ ନିକଟସ୍ଥ ଷ୍ଟେସନ ସହ ଯୋଗାଯୋଗ କରିଥିଲେ । ମାତ୍ର କିଛି ସମୟ ମଧ୍ୟରେ ବୈଷୟିକ ଟିମ ସହ ରେଳ ଅଧିକାରୀଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ଇଞ୍ଜିନକୁ ଯାଞ୍ଚ କରିବା ସହ ବ୍ରେକ ପାର୍ଟକୁ ମରାମତି କରିଥିଲେ । ପରେ ଟ୍ରେନ କଟପଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:-ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ଯାତ୍ରୀ

ବାଲେଶ୍ବର ରେଳ ଦୁର୍ଘଟଣାରେ 294 ଜଣଙ୍କ ମୃତ୍ୟୁ ହେବା ପରେ ଏକାଧିକ ଛୋଟ ଧରଣର ରେଳ ଦୁର୍ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ହାଇଦ୍ରାବାଦ-ହାଓ୍ବଡା ଫାଲକନୁମା ଏକ୍ସପ୍ରେସର ଏକାଧିକ ବଗି ଜଳିଯାଇଥିଲା । ସେହିପରି 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଦେଶର ସର୍ବାଧିକ ଦୂରତା ଅତିକ୍ରମ କରୁଥିବା ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ମଧ୍ୟ ଧୂଆଁ ଦେଖିବାକୁ ମିଳିଥିଲା । ଟ୍ରେନର ଗୋଟିଏ ବଗି ନିକଟରେ ବହୁ ଜୋରରେ ଧୂଆଁ ଦେଖିବା ପରେ ଟ୍ରେନର ଚେନକୁ ଟାଣି ଭୟଭୀତ ହୋଇପଡିଥିବା ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ:-ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଗଲେ ଯାତ୍ରୀ

ସେହି ବ୍ରହ୍ମପୁର ଷ୍ଟେସନର ଗତ ମାସ (ଜୁନ) 6ରେ ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନର B-5 ବଗିରେ କୌଣସି କାରଣରୁ ନିଆଁ ଲାଗି ଧୂଆଁ ବାହାରିବା ପରେ ଯାତ୍ରୀମାନେ ଭୟରେ ଯାତ୍ରା କରିବାକୁ ମନା କରିଥିଲେ । ସଟ୍‌ସର୍କିଟ ଯୋଗୁଁ ଟ୍ରେନର ବଗିରେ ନିଆଁ ଲାଗିଥିଲା ଓ ପରବର୍ତ୍ତୀ ସମୟରେ ମରାମତି ସରିବା ପରେ ଏହା ପୁଣି ଯାତ୍ରୀ ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.