ETV Bharat / bharat

ବିହାରର ନିଆରା ସ୍କୁଲ, ଯେଉଁଠି ସବୁ ପିଲାଙ୍କ ହସ୍ତାକ୍ଷର ସମାନ - ସବୁ ଛାତ୍ରଙ୍କ ସମାନ ହସ୍ତାକ୍ଷର

ବିହାରର ନିଆରା ସ୍କୁଲ । ଯେଉଁଠି ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କ ହସ୍ତାକ୍ଷର କାର୍ବନ କପି ଭଳି ଏକଦମ ସମାନ । ଜାଣନ୍ତୁ କିପରି

ବିହାରର ନିଆରା ସ୍କୁଲ, ଯେଉଁଠି ସବୁ ଶିକ୍ଷାର୍ଥୀଙ୍କ ହସ୍ତାକ୍ଷର ସମାନ

author img

By

Published : May 5, 2022, 12:19 PM IST

ପାଟନା: ଆମେ ଅନେକ ପ୍ରକାରର ହସ୍ତାକ୍ଷର(Handwritting) ଦେଖିଥାଉ । କାହାର ସ୍ପଷ୍ଟ ସୁନ୍ଦର ତ ଆଉ କାହାର ଅସ୍ପଷ୍ଟ ଓ ଅଙ୍କାବଙ୍କା । କିନ୍ତୁ କେବେ ଅନେକ ଛାତ୍ରଛାତ୍ରୀଙ୍କ ଏକାପରି ହସ୍ତାକ୍ଷର ଦେଖିଛନ୍ତି କି ? ଗୋଟିଏ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କ ହସ୍ତାକ୍ଷର ସମାନ ଦେଖାଯିବା ଘଟଣାକୁ ଆପଣ ହୁଏତ ବିଶ୍ବାସ କରିବେ ନାହିଁ । ହେଲେ ବାସ୍ତବରେ ଏପରି ଏକ ସ୍କୁଲ ରହିଛି ଯେଉଁଠି ପଢୁଥିବା ସବୁ ପିଲାଙ୍କ ହସ୍ତାକ୍ଷର କାର୍ବନ କପି ଭଳି ଏକଦମ୍ ସମାନ(Students of a school have same handwriting) । ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ।

ବିହାରର ନିଆରା ସ୍କୁଲ, ଯେଉଁଠି ସବୁ ପିଲାଙ୍କ ହସ୍ତାକ୍ଷର ସମାନ

ବିହାରର ଗୟା ଜିଲ୍ଲା ମୁଖ୍ୟାଳୟ ଠାରୁ 60 କିଲୋମିଟର ଦୂରରେ ରହିଛି 'ଗୌତମ ବୁଦ୍ଧ ଶିକ୍ଷଣ ସଂସ୍ଥାନ ସ୍କୁଲ' । ଏଠାରେ ପଢୁଥିବା ସବୁ ପିଲାଙ୍କ ହସ୍ତାକ୍ଷର ଦେଖିବାକୁ ଏକାପରି, ତାହା ଇଂରାଜୀ ହେଉ ଅବା ହିନ୍ଦୀ, ଗଣିତ । କୁହାଯାଏ ଯେ, ଗୌତମ ବୁଦ୍ଧ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକ ମଧ୍ୟ ଅନେକ ସମୟର ପିଲାମାନଙ୍କ ସମାନ ହସ୍ତାକ୍ଷର ପାଇଁ ଦ୍ବନ୍ଦରେ ପଡିଥାନ୍ତି । ତେଣୁ କୌଣସି କପି ଯାଞ୍ଚ କରୁଥିବା ବେଳେ ତାଙ୍କୁ ଧ୍ୟାନର ସହ ଉକ୍ତ ପିଲାଟିର ନାମ ଦେଖିବାକୁ ପଡେ । ବିହାରର ଏହି ନିଆରା ସ୍କୁଲରେ ପିଲାଙ୍କ ପାଠପଢା ଓ ହସ୍ତାକ୍ଷର ଦେଖି ସମସ୍ତେ ପ୍ରଶଂସା କରୁଥିବା ଏହାର ପ୍ରିନ୍ସିପାଲ କହିଛନ୍ତି । ଏପରିକି ରାଜ୍ୟର ମନ୍ତ୍ରୀ ଅଶୋକ ଚୌଧୁରୀ ମଧ୍ୟ ସ୍କୁଲକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ତେବେ 'ଗୌତମ ବୁଦ୍ଧ ସ୍କୁଲ' ପିଲାଙ୍କ ସମାନ ହସ୍ତାକ୍ଷର ହେବା କୌଣସି ଚମତ୍କାର ନୁହେଁ । ପିଲାଙ୍କ ଅଭ୍ୟାସ ଏବଂ ଶିକ୍ଷକଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇଛି । ସ୍କୁଲର ପ୍ରିନ୍ସପାଲ ଚନ୍ଦ୍ରମୌଲି ପ୍ରସାଦ କହନ୍ତି, ''ଆଜିକାଲି ଅଧିକାଂଶ ସ୍କୁଲରେ ପିଲା ସିଧାସଳଖ ପେନସିଲ କଲମରେ ଲେଖା ଆରମ୍ଭ କରିଥାନ୍ତି । କିନ୍ତୁ ତାଙ୍କ ସ୍କୁଲରେ ପିଲାଙ୍କ ହସ୍ତାକ୍ଷର ସମାନ ଏବଂ ସୁନ୍ଦର କରିବା ପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଥାଏ । ପ୍ରଥମେ ଛାତ୍ରଛାତ୍ରୀଙ୍କୁ ସିଲାଟରେ ଲେଖା ଅଭ୍ୟାସ କରାଯାଏ । ପରେ ପେନସିଲ ଦିଆଯାଏ । ପେନସିଲ ହସ୍ତାକ୍ଷରରେ ସୁଧାର ଆସିବା ପରେ ପିଲାଙ୍କୁ କଲମ ଦିଆଯାଇଥାଏ । ପିଲାଙ୍କର ଅଭ୍ୟାସ ବଳରେ ସମସ୍ତଙ୍କ ହସ୍ତାକ୍ଷର ଏକାପରି ଦେଖାଯାଇଥାଏ । ଯେ କେହି ବି ଏ କଥା ଶୁଣନ୍ତି, ସେ ସହଜରେ ବିଶ୍ବାସ କରିପାରି ନଥାନ୍ତି । ତେଣୁ ସେମାନେ ନିଜେ ସ୍କୁଲ ଆସି ଦେଖିବା ପରେ ହତବାକ୍ ହୋଇଯାଆନ୍ତି ।''

ଗୌତମ ବୁଦ୍ଧ ଶିକ୍ଷା ସଂସ୍ଥାନରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରାଯାଏ । ପିଲାଙ୍କୁ ହିନ୍ଦୀ, ଇଂରାଜୀ ସାଙ୍ଗକୁ ଗଣିତ ଓ ବିଜ୍ଞାନ ଶିକ୍ଷା ଦିଆଯାଏ । ସ୍କୁଲରେ ପ୍ରତିବର୍ଷ ମାତ୍ର 100 ଜଣଙ୍କ ଆଡମିଶନ ହୋଇଥାଏ । ବିଦ୍ୟାଳୟକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ହେଲେ ଏ ଯାଏଁ କୌଣସି ସହାୟତା ମିଳି ପାରିନଥିବା ସ୍କୁଲ ପ୍ରିନ୍ସପାଲ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.