ETV Bharat / bharat

ୱାୟନାଡରେ ରାହୁଲ ଗାନ୍ଧୀଙ୍କ ଅଫିସ ଭଙ୍ଗାରୁଜା କଲା ଛାତ୍ର ସଙ୍ଗଠନ

ୱାୟନାଡ଼ରେ ରାହୁଲ ଗାନ୍ଧୀଙ୍କ ଅଫିସ୍‌ ଭାଙ୍ଗିଛନ୍ତି ଭାରତୀୟ ଛାତ୍ର ସଂଘର କର୍ମକର୍ତ୍ତା SFI (Students Federation of India) । ଛାତ୍ର ସଂଘର କର୍ମକର୍ତ୍ତା ରାହୁଲ ଗାନ୍ଧୀଙ୍କ ଅଫିସ ମଧ୍ୟରେ ପ୍ରବେଶ କରିବା ସହ ସେଠାରେ ଥିବା ଅନେକ ଜିନିଷ ଭଙ୍ଗାରୁଜା କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 24, 2022, 7:39 PM IST

ୱାୟନାଡରେ ରାହୁଲ ଗାନ୍ଧୀଙ୍କ ଅଫିସ ଭାଙ୍ଗିଲ SFI

ଥିରୁଅନନ୍ତପୁରମ: ୱାୟନାଡ଼ରେ ରାହୁଲ ଗାନ୍ଧୀଙ୍କ ଅଫିସ୍‌ ଭାଙ୍ଗିଛନ୍ତି ଭାରତୀୟ ଛାତ୍ର ସଂଘର କର୍ମକର୍ତ୍ତା SFI (Students Federation of India) । ଛାତ୍ର ସଂଘର କର୍ମକର୍ତ୍ତା ରାହୁଲ ଗାନ୍ଧୀଙ୍କ ଅଫିସ ମଧ୍ୟରେ ପ୍ରବେଶ କରିବା ସହ ସେଠାରେ ଥିବା ଅନେକ ଜିନିଷ ଭଙ୍ଗାରୁଜା କରିଛନ୍ତି । ସୁପ୍ରିମକୋର୍ଟଙ୍କ ବଫର ଜୋନ୍‌ ନିର୍ଦ୍ଦେଶକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଚାହିଁଥିଲା ଭାରତୀୟ ଛାତ୍ର ସଂଘ ।

ତେବେ ଏହାକୁ ନେଇ ରାହୁଲ ଗାନ୍ଧୀଙ୍କ କୌଣସି ପ୍ରତିକ୍ରିୟା ନଆସିବାରୁ ଛାତ୍ର ସଂଘ ଶୁକ୍ରବାର ପଦଯାତ୍ରା ବାହାର କରିଥିଲା । ଛାତ୍ରଙ୍କୁ ପୋଲିସ ରୋକିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଛାତ୍ର ସଂଘର କର୍ମକର୍ତ୍ତା ଉତ୍ତ୍ୟକ୍ତ ହୋଇ ହିଂସା ଘଟାଇବା ଆରମ୍ଭ କରିଥିଲେ । ସମସ୍ତ ଜାତୀୟ ଉଦ୍ୟାନ, ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟକୁ ୧ କିମି ଅନ୍ତର୍ଗତକୁ ବଫର ଜୋନ୍‌ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ଦାବି କରିଛି ଭାରତୀୟ ଛାତ୍ର ସଂଘ ।

ଦୀର୍ଘଦିନ ଧରି ଏହି ଦାବି ହୋଇ ଆସୁଥିବା ବେଳେ ରାହୁଲ ଗାନ୍ଧୀ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଯାହାକୁ ନେଇ ଛାତ୍ର ସଂଘଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ପୋଲିସ ସହାୟତାରେ ରାହୁଲ ଗାନ୍ଧୀଙ୍କ ଅଫିସ ଭଙ୍ଗାରୁଜା ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଏହାପରେ କିଛି କଂଗ୍ରେସ କର୍ମୀ ସେଠାରେ ପହଞ୍ଚି ଯିବାରୁ ବାଧ୍ୟ ହୋଇ ପୋଲିସ ଭିଡ଼କୁ ସେଠାରୁ ହଟାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ କରି ହାଜତରେ ଭର୍ତ୍ତି କରିଛି ।

ଦୁଇ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ଥିବା ସ୍ଥାନକୁ ବଫର ଜୋନ୍‌ କୁହାଯାଏ । ପରିବେଶରେ ବାସ କରୁଥିବା ସମସ୍ତ ପ୍ରକାର ପ୍ରାଣୀଙ୍କ ମଧ୍ୟରେ ସନ୍ତୁଳ ବଜାୟ ରଖିବାକୁ ଏହି ବଫର ଜୋନ୍‌ର ଆବଶ୍ୟକତା ପଡ଼ିଥାଏ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.