ETV Bharat / bharat

16 ବର୍ଷ ଧରି ଗାଁ ସ୍କୁଲରେ ପଢାଉଥିଲେ, ବଦଳି ପରେ ଗିଫ୍ଟରେ ମିଳିଲା ବାଇକ୍ - ଶିକ୍ଷକଙ୍କୁ ବାଇକ ଉପହାର

Teacher Receives Pulsar bike As Farewell Gift From Students: ନିଆରା ଢଙ୍ଗରେ ବଦଳି ଶିକ୍ଷକଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନାରେ ଏକ ପଲସର ବାଇକ ଉପହାର ଦେଇଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ବଦଳି ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
ବଦଳି ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
author img

By ETV Bharat Odisha Team

Published : Jan 13, 2024, 4:37 PM IST

ବଦଳି ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ବେଙ୍ଗାଲୁରୁ: ନିଆରା ଢ଼ଙ୍ଗରେ ବଦଳି ଶିକ୍ଷକଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଶିକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନାରେ ଉପହାର ସ୍ବରୁପ ବାଇକ ଗିଫ୍ଟ କଲେ ଛାତ୍ରଛାତ୍ରୀ । ତେବେ ଦୀର୍ଘ 16 ବର୍ଷ ଧରି ଶିକ୍ଷକ ଜଣଙ୍କ ଗୋଟିଏ ସ୍କୁଲରେ ଶିକ୍ଷାଦାନ କରୁଥିବା ବେଳେ ସେ ଅନ୍ୟ ଏକ ସ୍ଥାନକୁ ବଦଳି ହୋଇଛନ୍ତି । ଏହି ଅବସରରେ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନାରେ ଏକ ପଲସର ବାଇକ ଉପହାର ଦେଇଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଏକ ଉପାନ୍ତ ଅଞ୍ଚଳରେ ।

ସୂଚନା ଅନୁସାରେ, କର୍ଣ୍ଣାଟକର ସାଗର ତାଲୁକ ଠାରୁ 80 କିମି ଦୂର ପାହାଡ଼ ଅଞ୍ଚଳ ଘଞ୍ଚ ଜଙ୍ଗଲ ଭିତରେ ରହିଛି ଏକ ଛୋଟ ଗାଁ ଭାଲୁର । ଦୀର୍ଘ 16 ବର୍ଷ ପୂର୍ବେ ସନ୍ତୋଷ କାଞ୍ଚନ ନାମକ ଜଣେ ଶିକ୍ଷକ ଭାଲୁର ଗାଁ ସ୍କୁଲକୁ ଆସିଥିଲେ । ଏଠାରେ ଦୀର୍ଘ ବର୍ଷ ଧରି ଶିକ୍ଷାକତା କରିବା ସମୟରେ କେବଳ ସ୍କୁଲ ସମୟ ଅବଧି ବ୍ୟତୀତ ଅନ୍ୟ ସମୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ । ତାଙ୍କ ଠାରୁ ଶିକ୍ଷାଲାଭ କରି ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନକୁ ଉଚ୍ଚଶିକ୍ଷା ପାଇଁ ଯାଇଛନ୍ତି । କେବଳ ଶିକ୍ଷାକତା ନୁହେଁ ବରଂ ଅନେକ ସମୟରେ ଭାଲୁର ଗ୍ରାମବାସୀଙ୍କ ଅସୁବିଧା ସମୟରେ ସେମାନଙ୍କୁ ସାହଯ୍ୟ କରିଛନ୍ତି । ଶିକ୍ଷକଙ୍କ ଏଭଳି ଉଦାରତା ପାଇଁ ସେ ଛାତ୍ରଛାତ୍ରୀ ତଥା ଗ୍ରମବାସୀଙ୍କର ପ୍ରିୟ ଶିକ୍ଷକ ଥିଲେ । ବର୍ତ୍ତମାନ ଶିକ୍ଷକ ଜଣଙ୍କର କୁଣ୍ଡାପୁରରେ ଥିବା ୱାରହି ସରକାରୀ ବିଦ୍ୟାଳକୁ ବଦଳି ହୋଇଛି । ଛାତ୍ରଛାତ୍ରୀ ଓ ଗ୍ରାମବାସୀମନେ ଶିକ୍ଷକଙ୍କୁ ନିଆରା ଢଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ଆୟୋଜନ କରିଥିଲେ । ତେବେ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନାରେ ଉପହାର ସ୍ବରୁପ ଏକ ପଲସର ବାଇକ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଏଭଳି ସ୍ଥିତିରେ ସମସ୍ତଙ୍କ ହୃଦୟ ଜିତିଥିବା ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଅବସରରେ ବିଦ୍ୟାଳୟରେ ଏକ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ଗ୍ରାମବାସୀ ଶ୍ରୀଧର କହିଛନ୍ତି, "ସନ୍ତୋଷ ଦୀର୍ଘ 16 ବର୍ଷ ଧରି ଆମ ଗାଁରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ଯେତେବେଳେ ଆମ ଗାଁରେ କାହା ପାଖରେ ଗାଡ଼ି ନଥିଲା ସେତେବେଳେ ତାଙ୍କ ବାଇକ ସମସ୍ତଙ୍କ ଦରକାର ସମୟରେ ସାହଯ୍ୟରେ ଆସୁଥିଲା । ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେବାକୁ ସନ୍ତୋଷ ତାଙ୍କ ବାଇକରେ ନେଇ ଯାଉଥିଲେ । ତାଙ୍କ ବାଇକ ଆମ ଗାଁରେ ଏକ ଆମ୍ବୁଲାନ୍ସ ଭାବରେ କାର୍ଯ୍ୟ କରୁଥିଲା । ଦିନରାତି ସବୁବେଳେ ସେ ଗ୍ରାମବାସୀଙ୍କୁ ସାହଯ୍ୟ କରୁଥିଲେ । ଗାଁର ଅନେକ ଛାତ୍ରଛାତ୍ରୀ ତାଙ୍କ ଠାରୁ ଶିକ୍ଷା ଲାଭ କରି ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଛନ୍ତି । ଏହା ବେବଳ ସନ୍ତୋଷଙ୍କ ପାଇଁ ସମ୍ଭବ ହୋଇପାରିଛି । ଆମେ ସବୁଦିନ ପାଇଁ ସନ୍ତୋଷଙ୍କୁ ମନେ ରଖିବୁ ।"

ଏହା ମଧ୍ୟ ପଢ଼ନ୍ତୁ.....ଶିକ୍ଷକଙ୍କ ବଦଳି ପରେ ଭୋ ଭୋ ହୋଇ କାନ୍ଦିଲେ ଛାତ୍ରଛାତ୍ରୀ

ସେପଟେ ଶିକ୍ଷକ ସନ୍ତୋଷ କାଞ୍ଚନ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହି ବିଦାୟ ସମ୍ବର୍ଦ୍ଧନା ମୋ ଜୀବନରେ ସ୍ମରଣୀୟ ହୋଇ ରହିବ । 2007 ମସିହାରୁ ଭାଲୁର ଗ୍ରାମରେ ମୋର ଶିକ୍ଷକତା ଆରମ୍ଭ ହୋଇଥିଲା । ମୁଁ ଏହା ଭାବିନଥିଲି ଯେ, ଗ୍ରମବାସୀ ଓ ଛାତ୍ରଛାତ୍ରୀମାନେ ମୋତେ ଏଭିଳି ଏକ ଉପହାର ଦେବେ । ଏବେ ସୁଦ୍ଧା ଏହି ଗ୍ରାମକୁ ଭଲ ରାସ୍ତା ନାହିଁ । ଗାଁରେ କେବଳ 20 ଟି ଘର ଅଛି । ଗାଁରେ 15 ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦୁଇ ଜଣ ଶିକ୍ଷକ ଅଛନ୍ତି । ମୁଖ୍ୟରାସ୍ତା ଠାରୁ ଗାଁଟି 6 କିମି ଦୂରରେ ରହିଛି । ଗ୍ରାମବାସୀମାନେ ମୁଖ୍ୟତଃ ଗରିବ ଶ୍ରେଣାର ଅଟନ୍ତି । ତେଣୁ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରିବା ପାଇଁ ଗ୍ରାମବାସୀଙ୍କୁ ମନା କରିଥିଲି । କିନ୍ତୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଯିଦ୍‌ରେ ମୁଁ ସହମତ ହୋଇଥିଲି । ସେମାନେଙ୍କ ଭଲପାଇବାର ମୂଲ୍ୟ ମୁଁ ଦେଇପାରିବିନି । ଯଦି ଗ୍ରମବାସୀମାନେ ଚାହିଁବେ ତେବେ ରବିବାର ଛୁଟିଦିନରେ ଆସି ଛାତ୍ରଛାତ୍ରୀଙ୍କୁ ପଢ଼ାଇବି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.