ETV Bharat / bharat

ନଥିଲା ଡଙ୍ଗା, ପରୀକ୍ଷା ଦେବା ପାଇଁ ଭରା ନଦୀ ପହଁରିଲେ ଛାତ୍ରୀ - ପରୀକ୍ଷା ପାଇଁ ନଦୀ ପହଁରା

ପରୀକ୍ଷା ଦେବା ପାଇଁ ଭରା ନଦୀ ପହଁରିଲେ ଛାତ୍ରୀ ଓ ତାଙ୍କ ସମ୍ପର୍କୀୟ (student swam in the river to give exam)। ବିପଦପୂର୍ଣ୍ଣ ଭାବେ ଛାତ୍ରୀଙ୍କ ନଦୀ ପାର ହେବା ଭିଡିଓ ହେଉଛି ଭାଇରାଲ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରର ବିଜୟନଗରମ ଜିଲ୍ଲାରେ । ଅଧିକ ପଢନ୍ତୁ

ନଥିଲା ଡଙ୍ଗା, ପରୀକ୍ଷା ଦେବା ପାଇଁ ଭନଥିଲା ଡଙ୍ଗା, ପରୀକ୍ଷା ଦେବା ପାଇଁ ଭରା ନଦୀ ପହଁରିଲେ ଛାତ୍ରୀରା ନଦୀ ପହଁରିଲେ ଛାତ୍ରୀ
ନଥିଲା ଡଙ୍ଗା, ପରୀକ୍ଷା ଦେବା ପାଇଁ ଭରା ନଦୀ ପହଁରିଲେ ଛାତ୍ରୀ
author img

By

Published : Sep 10, 2022, 10:18 PM IST

ଅମରାବତୀ: ପରୀକ୍ଷା ଦେବା ପାଇଁ ପ୍ରବଳ ସ୍ରୋତ ପ୍ରବାହିତ ହେଉଥିବା ନଦୀ ପହଁରିଲେ ଛାତ୍ରୀ (student swam in the river to give exam)। ନା ଥିଲା ପୋଲ, ନା ନଦୀ ପାର ହେବା ପାଇଁ ଥିଲା ଡଙ୍ଗାର ବ୍ୟବସ୍ଥା । ଫଳରେ ପରୀକ୍ଷା ଦେବା ପାଇଁ ଭରା ନଦୀକୁ ପହଁରି ପାର ହେବା ପାଇଁ ବାଧ୍ୟ ହେଲେ ଛାତ୍ରୀ । ଛାତ୍ରୀଙ୍କ ସାଙ୍ଗରେ ତାଙ୍କର କିଛି ସମ୍ପର୍କୀୟ ମଧ୍ୟ ନଦୀ ପହଁରି ଛାତ୍ରୀଙ୍କୁ ନଦୀ ଆରପଖ ପର୍ଯ୍ୟନ୍ତ ଆଣିଥିଲେ । ସ୍ବାଧୀତନାର ୭୫ ବର୍ଷ ପରେ ଏପରି କିଛି ବିଚଳିତ କରିବା ପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶରେ ବିଜୟନଗରମ ଜିଲ୍ଲାରେ ।

ନଥିଲା ଡଙ୍ଗା, ପରୀକ୍ଷା ଦେବା ପାଇଁ ଭରା ନଦୀ ପହଁରିଲେ ଛାତ୍ରୀ

ସୂଚନା ଅନୁସାରେ ଛାତ୍ରୀଜଣଙ୍କ ବିଜୟନଗରମର ବାସିନ୍ଦା ହୋଇଥିବା ବେଳେ ପରୀକ୍ଷା ଦେବା ପାଇଁ ସେ ବିଶାଖାପାଟନମର କୌଣସି ଏକ କଲେଜକୁ ଆସିବାର ଥିଲା । ତେବେ ରାସ୍ତାରେ ପଡୁଥିବା ଚମ୍ପାବତୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା କାରଣରୁ ପୂର୍ବରୁ ଥିବା ଡଙ୍ଗା ବ୍ୟବସ୍ଥା ମଧ୍ୟ ବନ୍ଦ କରି ଦିଆଯାଇଥିଲା । ଫଳରେ ଉକ୍ତ ଦିନ ନଦୀ ପାର ହେବା ପାଇଁ କୌଣସି ବ୍ୟବସ୍ତା ନଥିଲା ।

ପରୀକ୍ଷା ଥିବା କାରଣରୁ ପ୍ରଖର ସ୍ରୋତ ପ୍ରବାହିତ ହେଉଥିବା ନଦୀରେ ଉକ୍ତ ଛାତ୍ରୀ ଓ ତାଙ୍କ ସମ୍ପର୍କୀୟ ବିପଦପୂର୍ଣ୍ଣ ଭାବେ ପହଁରି ପହଁରି ପାର ହେବା ପାଇଁ ବାଧ୍ୟ ହୋଇଥିଲେ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପରି ଭିଡିଓ ଭାଇରାଲ ହେବା ପରେ ଗମନାଗନରେ ଥିବା ଅବ୍ୟବସ୍ଥା ଓ ଜଣେ ଛାତ୍ରୀଙ୍କୁ ଏପରି କରିବାକୁ ବାଧ୍ୟ ହେବା ଘଟଣାରେ ପ୍ରଶାସନକୁ ଦାୟୀ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.