ETV Bharat / bharat

ଦିଲ୍ଲୀ ସମେତ ଉତ୍ତର ଭାରତରେ 6.2 ତୀବ୍ରତା ସହ ଭୂକମ୍ପ ଝଟକା, ନେପାଳ କେନ୍ଦ୍ରସ୍ଥଳ !

author img

By ETV Bharat Odisha Team

Published : Oct 3, 2023, 3:52 PM IST

ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତୀୟ ରାଜ୍ୟରେ ଭୂକମ୍ପର ଝଟକା । ଦୁଇ ମିନିଟ ବ୍ୟବଧାନରେ ଦୁଇଟି କମ୍ପନ ଅନୁଭୂତ । ନେପାଳ କେନ୍ଦ୍ରସ୍ଥଳ । ଅଧିକ ପଢନ୍ତୁ

ଦିଲ୍ଲୀ ସମେତ ଉତ୍ତର ଭାରତରେ ଶକ୍ତିଶାଳୀ ଭୂକମ୍ପର ଝଟକା, ନେପାଳ କେନ୍ଦ୍ରସ୍ଥଳ !

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । କିଛି ସମୟ ମଧ୍ୟରେ ଦୁଇଟି କମ୍ପନ ଅନୁଭୂତ ହୋଇଛି । ମାତ୍ର ଦୁଇ ମିନିଟ ବ୍ୟବଧାନରେ ଦୁଇଥର କମ୍ପନ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ପ୍ରଥମ କମ୍ପନର ତୀବ୍ରତା 4.6 ମ୍ୟାଗ୍ନିଚ୍ୟୁଡ୍‌ ଓ ପରବର୍ତ୍ତୀ କମ୍ପନ 6.2 ମ୍ୟାଗ୍ନିଚ୍ୟୁଡ ରହିଥିଲା । ଉଭୟ କମ୍ପନର କେନ୍ଦ୍ରସ୍ଥଳ ନେପାଳ ବୋଲି ଜଣାପଡ଼ିଛି । କୌଣସି କ୍ଷୟକ୍ଷତିର ସୂଚନା ମିଳିନି । କିନ୍ତୁ କମ୍ପନ ଅନୁଭୂତ ହେବା ପରେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ଲୋକେ ଆପାର୍ଟମେଣ୍ଟରୁ ବାହାରକୁ ଚାଲିଆସିଥିଲେ । ରାଜଧାନୀ ଦିଲ୍ଲୀ, ଏନସିଆର ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର-ବିହାର, ପଞ୍ଜାବ, କାଶ୍ମୀର, ହିମାଚଳ ପ୍ରଦେଶର କିଛି ସ୍ଥାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

ସୂଚନା ଅନୁସାରେ, ପ୍ରଥମ କମ୍ପନଟି ୨.୫୧ ମିନିଟରେ ଅନୁଭୂତ ହୋଇଥିଲା । ଏହାପରେ ୨.୫୩ ମିନିଟରେ ଦ୍ବିତୀୟ କମ୍ପନ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ କେନ୍ଦ୍ର (National Centre for Seismology)ର ସୂଚନା ଅନୁସାରେ, ପ୍ରଥମ କମ୍ପନ ଅନୁଭୂତ ହେବା ପରେ ଏହାର ପରବର୍ତ୍ତୀ କମ୍ପନ (ଆଫ୍ଟର ସକ) ଭାବେ ଦ୍ବିତୀୟ କମ୍ପନ ଅନୁଭୂତ ହୋଇଥିଲା । ନେପାଳର ସୃଷ୍ଟ ଭୂକମ୍ପର ଏହାର କେନ୍ଦ୍ରସ୍ଥଳୀ ପ୍ରାୟ ଭୂପୃଷ୍ଠରୁ ୫ କି.ମି ଗଭୀରରେ ହୋଇଥିବା ନେଇ ପ୍ରଥାମିକ ଭାବେ କୁହାଯାଉଛି । ରାଜଧାନୀ ଦିଲ୍ଲୀ, ଏନସିଆର, ଲକ୍ଷ୍ନୌ, ହାପୁର ଓ ଅମରୋହାରେ ଏହାର ସର୍ବାଧିକ କମ୍ପନ ଅନୁଭୂତ ହୋଇଛି । ମାତ୍ର କୌଣସି ବିଲ୍ଡିଂ କ୍ଷତିଗ୍ରସ୍ତ ହେବା କିମ୍ବା କେହି ମୃତାହତ ହେବାର କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ । କୌଣସି ଆଲର୍ଟ ସୂଚନା ଜାରି କରାଯାଇନାହିଁ । ଏହାର ପରବର୍ତ୍ତୀ ପ୍ରତିକ୍ରିୟା ବା(ଆଫ୍ଟର ସକ୍‌) କିଛି ଘଣ୍ଟା ମଧ୍ୟରେ ଅନୁଭୂତ ହେବାର ଆଶଙ୍କା ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :- 5.2 ତୀବ୍ରତା ସହ ଭୂକମ୍ପରେ ଥରିଲା ମେଘାଳୟ, ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ପ୍ରଭାବ ଅନୁଭୂତ

ଗତକାଲି ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ଗତକାଲି ସଂଧ୍ୟା ପ୍ରାୟ 6.15 ମିନିଟରେ ଏହି ଭୂକମ୍ପର ଝଟକା ଲାଗିଥିଲା । ମେଘାଳୟରେ ସର୍ବାଧିକ 5.2 ତୀବ୍ରତା ଅନୁଭବ ହୋଇଥିଲା । ପଡ଼ୋଶୀ ଆସାମ ଓ ଉତ୍ତର-ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଏହାର ଆଶିଂକ ପ୍ରଭାବ ଅନୁଭୂତ ହୋଇଥିଲା । ତେବେ ମେଘାଳୟର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେପରି କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲା । କୌଣସି ସ୍ଥାନରେ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇନଥିଲା ।

  • #WATCH | Delhi: People rush out of the office building as strong tremors of earthquake were felt across North India.

    Visuals from outside the Asian News International (ANI) office in RK Puram sector 9. pic.twitter.com/wX1fyutNvp

    — ANI (@ANI) October 3, 2023 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.