ETV Bharat / bharat

Diwali 2023: ବାଇଡେନଙ୍କ ଶୁଭେଚ୍ଛା ‘ଏକତା ଓ ପ୍ରକାଶର ସନ୍ଦେଶ ଦିଏ ଦୀପାବଳି ’ - ଦାପାବଳି 2023

ହ୍ବାଇଟ ହାଉସରୁ ଆସିଲା ଦୀପାବଳି ଶୁଭେଚ୍ଛା ବାର୍ତ୍ତା । ରାଷ୍ଟ୍ରପତି ବାଇଡେନ କହିଲେ, ଜ୍ଞାନ, ପ୍ରେମ ଓ ଏକତାର ଆଲୋକ ଖୋଜିବାର ବାର୍ତ୍ତାର ପ୍ରତୀକ ହେଉଛି ଦୀପାବଳି । ଅଧିକ ପଢନ୍ତୁ

Diwali 2023: ବାଇଡେନଙ୍କ ଶୁଭେଚ୍ଛା ‘ ଏକାତା ଓ ପ୍ରକାଶର ସନ୍ଦେଶ ଦିଏ ଦୀପାବଳି ’

author img

By ETV Bharat Odisha Team

Published : Nov 12, 2023, 10:54 PM IST

ହାଇଦ୍ରାବାଦ: ଆଜି ସାରା ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି । ଭାରତ ବାହାରେ ବିଭିନ୍ନ ଦେଶରେ ଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଦୀପାବଳି ପାଳନ କରୁଛନ୍ତି । ବିଦେଶରୁ ମଧ୍ୟ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ଓ ସମଗ୍ର ବିଶ୍ୱରେ ଦୀପାବଳି ପାଳନ କରୁଥିବା ସମସ୍ତ ଧର୍ମାବଲମ୍ବୀଙ୍କୁ ଦୀପାବଳିର ଶୁଭକମନା ଜଣାଇଛନ୍ତି । ଅଜ୍ଞତା, ଘୃଣା ଓ ବିଭାଜନର ଅନ୍ଧକାର ଉପରେ ଜ୍ଞାନ, ପ୍ରେମ ଓ ଏକତାର ଆଲୋକ ଅନୁସନ୍ଧାନ ବାର୍ତ୍ତାର ପ୍ରତୀକ ଦୀପାବଳି ବୋଲି ବାଇଡେନ କହିଛନ୍ତି ।

  • Over the course of generations, South Asian Americans have woven Diwali traditions into the fabric of our nation – symbolizing the message of seeking the light of wisdom, love, and unity over the darkness of ignorance, hate, and division.

    It’s a message that has helped our…

    — President Biden (@POTUS) November 12, 2023 " class="align-text-top noRightClick twitterSection" data=" ">

ଟ୍ବିଟରେ ବାଇଡେନ ଆହୁରି ମଧ୍ୟ କହିଛନ୍ତି, ‘‘ଏହା ଏକ ବାର୍ତ୍ତା ଯେ, ଗତ କିଛି କଠିନ ବର୍ଷରୁ ବାହାରି ଆମେ ଅଧିକ ଶକ୍ତିଶାଳୀ ହୋଇପାରିଛୁ । ତେଣୁ ଚଳିତ ବର୍ଷର ଏହି ପର୍ବ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେରିକାରେ ଓ ବିଶ୍ବରେ ପ୍ରାୟ ଏକ ବିଲିୟନରୁ ଅଧିକ ହିନ୍ଦୁ, ଜୈନ, ଶିଖ ଓ ବୈଦ୍ଧ ଧର୍ମାବଲମ୍ବୀ ପାଳନ କରିଥାନ୍ତି । ସେମାନଙ୍କୁ ଦୀପାବଳିର ଶୁଭକାମନା ଜ୍ଞାପନ କରୁଛୁ ।’’ ତେବେ ହ୍ବାଇଟ ହାଉସରେ ପ୍ରତ୍ୟେକ ବର୍ଷ ଦୀପାବଳି ପାଳନ କରାଯାଏ ।

ଗତବର୍ଷ ବାଇଡେନ ମଧ୍ୟ ପତ୍ନୀ ଜଲି ବାଇଡେନଙ୍କ ସହ ଦୀପ ପ୍ରଜ୍ଜଳନ କରି ହ୍ବାଇଟ ହାଉସରେ ଦୀପାବଳି ପାଳନ କରିଥିଲେ । ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶଜ କମଲା ହାରିଶ ମଧ୍ୟ ଦୀପାବଳି ପାଳନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକାର ନ୍ୟୁୟର୍କ ସହରରେ ଦୀପାବଳି ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି । ବିଶ୍ବର ବିଭିନ୍ନ ଦେଶରେ ଥିବା ଭାରତୀୟମାନେ ଆଜି ବେଶ ଉତ୍ସାହର ସହ ଦୀପାବଳି ପାଳନ କରିଛନ୍ତି । ସେମାନଙ୍କ ସହ ସ୍ଥାନୀୟ ନାଗରିକମାନେ ମଧ୍ୟ ସାମିଲ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Uttarkashi tunnel tragedy: ଫସିଥିବା 7 ରାଜ୍ୟର 40 ଶ୍ରମିକଙ୍କ ତାଲିକା ଜାରି, ଓଡିଶାରୁ 5

ଅନ୍ୟପଟେ ଭାରତର କୋଣ ଅନୁକୋଣରେ ଆଜି ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି । ସୀମାରେ ଆଇଟିବିପି ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦୀପାବଳି ପାଳନ କରିଛନ୍ତି । ଦିଲ୍ଲୀରେ ବାଣ ଫୁଟିନଥିଲେ ସୁଦ୍ଧା ଆଲୋକ ସାଜ୍ଜସଜ୍ଜାରେ ଦିପାବଳୀ ପାଳନ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ଆତସବାଜୀ ସହ ଦୀପାବଳି ପାଳନ କରାଯାଉଛି । ଲୋକେ ଦୀପ ଜାଳି, ବାଣ ଫୁଟାଇ ଆଲୋକର ପର୍ବକୁ ପାଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.