ETV Bharat / bharat

5 ବର୍ଷର ଶିଶୁକୁ ଝୁଣି ମାରିଦେଲେ ବୁଲାକୁକୁର ପଲ

ମା ପାଖକୁ କ୍ଷେତରେ କାମ କରୁଥିବା ମା’ ପାଖକୁ ଯାଉଥିଲା ଶିଶୁ । ଝୁଣି ମାରିଦେଲେ କୁକୁର ପଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 15, 2023, 7:09 PM IST

5 ବର୍ଷର ଶିଶୁକୁ ଝୁଣି ମାରିଦେଲେ ବୁଲାକୁକୁର ପଲ
5 ବର୍ଷର ଶିଶୁକୁ ଝୁଣି ମାରିଦେଲେ ବୁଲାକୁକୁର ପଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସେରଗଡ ଜିଲ୍ଲାରେ ବୁଲା କୁକୁରଙ୍କ ଆତଙ୍କର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ 5 ବର୍ଷୀୟ ଶିଶୁକୁ ବୁଲା କୁକୁର ପଲ ଝୁଣି ମାରିଦେଇଛନ୍ତି । ଶିଶୁଟିର ମା’ କ୍ଷେତରେ କାମ କରୁଥିଲେ । ଶିଶୁଟି ମା’ ପାଖକୁ ଯାଉଥିବା ବେଳେ ଏକୁଟିଆ ଦେଖି କୁକୁର ପଲ ତାକୁ ଆକ୍ରମଣ କରିଥିଲେ । କେହିନଥିବା କାରଣରୁ ଶିଶୁଟି କୁକୁରଙ୍କ ଆକ୍ରମଣରୁ ବର୍ତ୍ତି ପାରିନଥିଲା । ଚିତ୍କାର ଶୁଣି ପଡୋଶୀମାନେ ଶିଶୁକୁ କୁକୁରଙ୍କ କବଳରୁ ଉଦ୍ଧାର କରିଥିଲେ । ଗୁଗୁତର ଅବସ୍ଥାରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅଘଟଣ ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟ ଅବିଭାବକମାନେ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି ।

ସୂଚନା ଅନୁସାରେ, ବରେଲୀର ସେରଗଡ ଥାନା ଅନ୍ତର୍ଗତ ସ୍ଥାନୀୟ କୃଷକ ଛେଦଲାଲଙ୍କ 5 ବର୍ଷୀୟ ଶିଶୁପୁତ୍ର ନିଜ ମା ନିକଟକୁ ଘର ନିକଟରେ ଥିବା କ୍ଷେତକୁ ଯାଉଥିଲା । ଛେଦଲାଲଙ୍କ ପତ୍ନୀ ଘର ନିକଟବର୍ତ୍ତୀ କ୍ଷେତରେ କାମ କରୁଥିଲେ । ଏହି ସମୟରେ ଶିଶୁଟିକୁ କୁକୁର ପଲ ଆକ୍ରମଣ କରିଥିଲେ । ଶିଶୁର ଚିତ୍କାର ଶୁଣି ସ୍ଥାନୀୟ କିଛି ଲୋକେ ତାକୁ ଉଦ୍ଧାର କରିଥିଲେ । ତାର ଅବସ୍ଥା ଅତି ଗମ୍ଭୀର ଥିଲା । ତାକୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା । ହେଲେ ଶିଶୁର ଶରୀରରେ ଏକାଧିକ କ୍ଷତ ଓ ପ୍ରବଳ ରକ୍ତସ୍ରାବ କାରଣରୁ ତାକୁ ବଞ୍ଚାଇବା ସମ୍ଭବପର ହୋଇନଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବୁଲା କୁକୁରଙ୍କ ପ୍ରାଦ୍ରୁଭାବ କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟ ଅବିଭାବକମାନେ ମଧ୍ୟ ସେମାନଙ୍କର ପିଲାମାନଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କୁକୁର କାମୁଡିଲେ କ୍ଷତିପୂରଣ ଦେବ ପଞ୍ଜାବ ଓ ହରିୟାଣା ସରକାର, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଗତକାଲି ଏହି ସମ୍ପର୍କିତ ଏକ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏବେ କୁକୁର କାମୁଡିଲେ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନସବତି ଅଞ୍ଚଳରେ ବୁଲା କୁକୁର କାମୁଡା ମାମଲା ବୃଦ୍ଧି ହେବା ଓ ବୁଲା କୁକୁରଙ୍କୁ ହତ୍ୟା କରାଯିବା ନେଇ କୋର୍ଟ ଉଦବେଗ ପ୍ରକାଶ କରିଥିଲେ । ସରକାର ଉଭୟ ଘଟଣା ପାଇଁ ଦୃଷ୍ଟି ଦେବାକୁ କୋର୍ଟ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.