ETV Bharat / bharat

ରାଜସ୍ଥାନ ହସ୍ପିଟାଲରେ ଅଭାବନୀୟ ଘଟଣା: ମା‘ କୋଳରୁ ନବଜାତ ଶିଶୁକୁ ଝାମ୍ପିନେଲା ବୁଲା କୁକୁର

ହସ୍ପିଟାଲ ବେଡରୁ ମା’ କୋଳରୁ ନବଜାତକୁ ଝାମ୍ପିନେଲେ ବୁଲା କୁକୁର । ରାଜସ୍ଥାନରେ ସ୍ବାସ୍ଥ୍ୟ ଅବ୍ୟବସ୍ଥାର ନଗ୍ନ ଚିତ୍ର । ଅଧିକ ପଢନ୍ତୁ

ରାଜସ୍ଥାନ ହସ୍ପିଟାଲରେ ଅଭାବନୀୟ ଘଟଣା: ମା‘ କୋଳରୁ ନବଜାତ ଶିଶୁକୁ ଝାମ୍ପିନେଲା ବୁଲା କୁକୁର
ରାଜସ୍ଥାନ ହସ୍ପିଟାଲରେ ଅଭାବନୀୟ ଘଟଣା: ମା‘ କୋଳରୁ ନବଜାତ ଶିଶୁକୁ ଝାମ୍ପିନେଲା ବୁଲା କୁକୁର
author img

By

Published : Feb 28, 2023, 10:09 PM IST

ଜୟପୁର: ସରକାରୀ ଡାକ୍ତରଖାନାର ଓ୍ବାର୍ଡ ଭିତରେ ପଶି ନବଜାତ ଶିଶୁକୁ ଝାମ୍ପି ନେଇ ଝୁଣି ମାରିଲେ ବୁଲା କୁକୁର ପଲ । ଏପରି ଏକ ଅଭାନୀୟ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । ସିରୋହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନବାଜାତ ଶିଶୁକୁ ମା’ କୋଳରୁ ଝାମ୍ପି ନେଇଛନ୍ତି ବୁଲା କୁକୁର । ସ୍ବାସ୍ଥ୍ୟ ବିଭାଗର ଏପରି ଚରମ ଅବହେଳା ସାମ୍ନାକୁ ଆସିବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ସିରୋହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଚିକିତ୍ସାଧୀନଙ୍କର ପତ୍ନୀ ଓ ତାଙ୍କ ନବଜାତ ଶିଶୁ ଓ୍ବାର୍ଡରେ ଥିଲେ । ଉଭୟ ମହିଳା ଓ ଶିଶୁ ହସ୍ପିଟାଲ ବେଡରେ ଥିବା ବେଳେ ବୁଲା କୁକୁରଙ୍କ ଏକ ପଲ ହସ୍ପିଟାଲରେ ପ୍ରବେଶ କରି ଏଣେ ତେଣେ ବୁଲୁଥିଲେ । ବିଶ୍ରାମ ନେଉଥିବା ବେଳେ ମହିଳାଙ୍କ ଆଖି ଲାଗିଯାଇଥିବା ସମୟରେ ଶିଶୁଟି କୋଳରେ ଥିଲା । ଏହି ସମୟରେ କୁକୁର ନବଜାତକକୁୁ ଝାମ୍ପି ନେଇ ଦୌଡି ପଳାଇଥିଲେ । ଜଣେ ମହିଳାଙ୍କ କୋଳରୁ ନିଜ ନବଜାତ ଶିଶୁକୁ କୁକୁର ଟାଣି ନେଇଯାଇଥିଲେ ସୁଦ୍ଧା ଶିଶୁକୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ଶିଶୁର ଖଣ୍ଡବିଖଣ୍ଡିତ ମୃତଦେହ ହସ୍ପିଟାଲରୁ କିଛି ଦୂରରେ ଉଦ୍ଧାର ହୋଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତୀଙ୍କ ଠାରୁ ଆରମ୍ଭ କରି ବୟସ୍କ ରୋଗୀଙ୍କ ଚିକିତ୍ସା କରାଯାଉଥିବା ବେଳେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନଥିବା, ହସ୍ପିଟାଲ ପରିସରରେ ବୁଲା କୁକୁର ପଶିବା ଓ କେହି ସୁରକ୍ଷାକର୍ମୀ ନରହିବା ଆଦି ଘଟଣା ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥାକୁ ପଦାରେ ପକାଇଛି । ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ପୋଲିସ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲା । ଶିଶୁଟିର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇ ବ୍ଯବଚ୍ଛେଦ ପାଇଁ ପଠାଯାଇଛି ।

ପୋଲିସର ସୂଚନା ଅନୁସାରେ, ସ୍ଥାନୀୟ ମହେନ୍ଦ୍ର ନାମକ ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ଆସିଥିଲେ । ତାଙ୍କର ସ୍ତ୍ରୀ ଓ ୩ ସନ୍ତାନ ମଧ୍ୟ ତାଙ୍କ ସହ ଆସିଥିଲେ । ସ୍ତ୍ରୀ ରେଖା ନିଜ ନବଜାତ ସନ୍ତାନଙ୍କ ସହ ସ୍ବାମୀଙ୍କ ଚିକିତ୍ସା ଜାରି ରହିଥିବା ନିକଟବର୍ତ୍ତୀ ବେଡରେ ବିଶ୍ରାନ ନେଉଥିବା ବେଳେ ଏହି ଅଘଟଣ ଘଟିଥିଲା । ତେବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ନେଇ ମଧ୍ୟ ଅଭିଯୋଗ ଆସିଛି । ଘଟଣା ପରେ ହସ୍ପିଟାଲ ପରିସରରୁ ସମସ୍ତ ବୁଲା କୁକୁରଙ୍କୁ ବାହାର କରିବା ପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.