ETV Bharat / bharat

Stone Pelting: ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଘର ଉପରକୁ ପଥର ମାଡ଼

author img

By

Published : Mar 27, 2023, 6:21 PM IST

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କ ବାସଭବନ ଉପରକୁ ପଥର ମାଡ଼ । ବଞ୍ଜାରା ସମ୍ପ୍ରଦାୟର ବିକ୍ଷୋଭକାରୀଙ୍କ ଉପରକୁ ପୋଲିସର ଲାଠି ଚାର୍ଜ । ଅଧିକ ପଢନ୍ତୁ

former Karnataka CM Yediyurappa
former Karnataka CM Yediyurappa

ବେଙ୍ଗାଲୁରୁ: କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କ ଶିକାରିପୁରା ସ୍ଥିତ ବାସଭବନ ଉପରକୁ ପଥର ମାଡ଼ । ଶୁକ୍ରବାର ଅନୁସୂଚିତ ଜାତିର ଆଭ୍ୟନ୍ତରୀଣ ସଂରକ୍ଷଣ ଘୋଷଣାକୁ ନେଇ ବଞ୍ଜାରା ଓ ବୋଭି ସମ୍ପ୍ରଦାୟ ୟେଦୁରପ୍ପାଙ୍କ ଘରକୁ ଢେଲା ପଥର ଫିଙ୍ଗିଛନ୍ତି । ବହୁ ବର୍ଷ ଧରି ଆଭ୍ୟନ୍ତରୀଣ ସଂରକ୍ଷଣ ଘୋଷଣା ନେଇ ଦାବି କରିଆସୁଛନ୍ତି ଏହି ସମ୍ପ୍ରଦାୟ । ଏହାରି ମଧ୍ୟରେ ଅନୁସୂଚିତ ଜାତିକୁ ସଂରକ୍ଷଣ ପ୍ରଦାନ ପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏହି ସମ୍ପ୍ରଦାୟ ।

ବିକ୍ଷୋଭକାରୀମାନେ ଶିବମୋଗା ଜିଲ୍ଲା ଶିକାରିପୁରା ଅଞ୍ଚଳରେ ଥିବା ୟେଦୁରପ୍ପାଙ୍କ ବାସଭବନ ଉପରକୁ ଢେଲା ପଥର ଫିଙ୍ଗିଛନ୍ତି । ଫଳରେ ବିଲ୍ଡିଂ ଝରକାର କାଚ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଏହି ଆକ୍ରମଣ ସମୟରେ ଘର ଭିତରେ କେହିନଥିବା ଜଣାପଡ଼ିଛି । ଏନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଅଟକାଇବା ସହିତ ଘର ଆଗରେ ବ୍ୟାରିକେଡ ଲଗାଇଛି । ବିକ୍ଷୋଭକାରୀମାନେ ବ୍ୟାରିକେଡ ଭାଙ୍ଗି ପୋଲିସ ଉପରକୁ ମଧ୍ୟ ପଥର ଫିଙ୍ଗିଥିଲେ । ଏହାପରେ ପୋଲିସ ଲାଠି ଚାର୍ଜ କରିଥିବା ବେଳେ କିଛି ବିକ୍ଷୋଭକାରୀ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ- କିଛି ଘଣ୍ଟା ପରେ ପ୍ରୟାଗରାଜରେ ପହଞ୍ଚିବ ଗ୍ୟାଙ୍ଗଷ୍ଟାର ଅତିକ୍, ନୈନି ଜେଲରେ ପ୍ରସ୍ତୁତି ଆରମ୍ଭ

ସ୍ଥିତି ଅଣାୟତ୍ତ ହେବା ପରେ ଉକ୍ତ ସ୍ଥାନରେ ପୋଲିସ ୧୪୪ ଧାରା ଲାଗୁ କରିଛି । ଶୁକ୍ରବାର ବିଜେପି ନେତୃତ୍ବାଧୀନ ବସଭରାଜ ବୋମାଇ ଅନୁସୂଚିତ ଜାତିଙ୍କ ଲାଗି ଆଭ୍ୟନ୍ତରୀଣ ସଂରକ୍ଷଣ ଘୋଷଣା କରିଥିଲେ । ଏହାକୁ ବିରୋଧ କରିଛି ବହୁ ଦିନରୁ ସଂରକ୍ଷଣ ଦାବି କରିଆସୁଥିବା ବଞ୍ଜାରା ସମ୍ପ୍ରଦାୟ । ଏହି ଘୋଷଣା ଦ୍ବାରା ସେମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ସରକାର । ସେମାନଙ୍କ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେବ ବୋଲି ଅଭିଯୋଗ କରି ଏହାକୁ ପ୍ରତ୍ୟାହାର କରିବା ଲାଗି ବଞ୍ଜାରା ସମ୍ପ୍ରଦାୟ ଦାବି କରିଛନ୍ତି ।

ନୂଆ ସଂରକ୍ଷଣ ଘୋଷଣା ଅନୁସାରେ ଅନୁସୂଚିତ ଜାତି(ବାମ)ଙ୍କୁ ୬ ପ୍ରତିଶତ, ଏସସି ରାଇଟଙ୍କୁ ୫.୫ ପ୍ରତିଶତ, ଏସସି ଟଚେବଲଙ୍କୁ ୪.୫ ପ୍ରତିଶତ ଓ ଏସସି ଅନ୍ୟମାନଙ୍କୁ ୧ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ । ଶୁକ୍ରବାର କ୍ୟାବିନେଟ ବୈଠକରେ ଏହା ଘୋଷଣା ହେବା ପରେ କାର୍ଯ୍ୟକାରୀ ଲାଗି କେନ୍ଦ୍ରକୁ ପଠାଯାଇଛି । ଏହାପରେ ରାଜ୍ୟ ଆଇନ ମନ୍ତ୍ରୀ ଜେ.ସି ମଧୁସ୍ବାମୀ ସମ୍ବିଧାନର ଧାରା ୩୪୧(୨) ଅନୁସାରେ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଅନୁସୂଚିତ ଜାତିଙ୍କୁ ନ୍ୟାୟ ମିଳିପାରିବ । ମାତ୍ର ଏହାକୁ ବିରୋଧ କରିଛି ବଞ୍ଜାରା ସମ୍ପ୍ରଦାୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.