ETV Bharat / bharat

ଡେରାଡୁନ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ - ବନ୍ଦେ ଭାରତ ଟ୍ରେନ

ଦିଲ୍ଲୀରୁ ଡେରାଡୁନ ରୁଟରେ ଯାଉଥିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ । ଅଧିକ ପଢନ୍ତୁ

Stones pelted at Vande Bharat Express
Stones pelted at Vande Bharat Express
author img

By

Published : Jun 19, 2023, 9:51 AM IST

ଡେରାଡୁନ: ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ । ନୂଆକରି ଉଦଘାଟିତ ହୋଇଥିବା ଡେରାଡୁନ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ ହୋଇଥିବା ସୂଚନା ମିଳିଛି । ଗତ ଜାନୁଆରୀ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦେ ଭାରତକୁ ପଥର ମାଡ ହେବାର ଏହା ସପ୍ତମ ଘଟଣା । ଏନେଇ ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ରେଳ ବିଭାଗ କହିଛି ଯେ, ବନ୍ଦେ ଭାରତ ଟ୍ରେନର ଇ-ଓ୍ବାନ କୋଚରେ ପଥର ମାଡ ହୋଇଛି । ଦିଲ୍ଲୀ ଡେରାଡୁନ ରୁଟରେ ଯାଉଥିବା ବେଳେ ମୁଜାଫରନଗର ଷ୍ଟେସନରେ କେହି ଦୁର୍ବୃତ୍ତ ଟ୍ରେନ ଉପରୁ ପଥର ମାଡ କରିଛି । ଏହି ଘଟଣାରେ କେହି ଯାତ୍ରୀ ଆହତ ହୋଇ ନାହାନ୍ତି । ଅଭିଯୁକ୍ତକୁ ଧରିବାକୁ ଦିଲ୍ଲୀ ରେଳ ସୁରକ୍ଷା ବଳ ତଦନ୍ତ ଆରମ୍ଭ କରିଛି । ମେ 25 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଜରିଆରେ ସବୁଜ ପତାକା ଦେଖାଇ ଉତ୍ତରାଖଣ୍ଡ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଏହାପରେ ଡେରାଡୁନ ଓ ଦିଲ୍ଲୀ ମଧ୍ୟରେ ଏହି ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ରବିବାର ଏହା ଦିଲ୍ଲୀରୁ ଡେରାଡୁନ ଯାଉଥିବା ବେଳେ ପଥର ମାଡ ହୋଇଥିଲା । ଏଥିରେ ଟ୍ରେନର କ୍ଷତି ହୋଇଛି ନା ନାହିଁ ସେନେଇ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ-ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ

ତେବେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି । ଗତ ମେ 2 ତାରିଖରେ କେରଳରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ମଧ୍ୟ ଦେଇ ଏହି ଟ୍ରେନ ଯାଉଥିବା ବେଳେ ଦୁର୍ବୃତ୍ତମାନେ ପଥରମାଡ କରିଥିଲେ । ଏଥିରେ ଟ୍ରେନ୍‌ର କାଚ ଭାଙ୍ଗି ଯାଇଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦକ୍ଷିଣ ମଧ୍ୟ ରେଲୱେ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଏହାପୂର୍ବରୁ ମାର୍ଚ୍ଚ 4 ଓ 12ରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଟ୍ରେନ ଉପରକୁ ପଥରମାଡ ହୋଇଥିଲା । ଏଥିରେ କେହି ଆହତ ହୋଇନଥିଲେ । କିନ୍ତୁ ଟ୍ରେନ୍‌ର କାଚ କ୍ଷତିଗ୍ରସ୍ତ ହୋଇଥିଲା । ମୁର୍ସିଦାବାଦ ଜିଲ୍ଲା ଫରାକ୍କା ନିକଟରେ ଏହି ଘଟଣା ଘଟିଥିଲା । ଏପ୍ରିଲ 6ରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଠାରେ ଏହି ଅତ୍ୟାଧୁନିକ ଟ୍ରେନକୁ ପଥରମାଡ ହୋଇଥିଲା । ଏଥିରେ ଟ୍ରେନର କୋଚ ଝରକା କାଚ ଭାଙ୍ଗି ଚୁରମାର ହୋଇଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.