ETV Bharat / bharat

ଗୁଜୁରାଟରେ ଆପ୍ ବିଜେପି ମୁହାଁମୁହିଁ: ପଥର ମାଡରେ ଅନେକ କର୍ମୀ ଆହତ - ଆପ୍ ବିଜେପି କର୍ମୀ ମଧ୍ୟରେ ପଥରମାଡ

ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମୁହାଁମୁହିଁ । ଦୁଇ ଦଳର ପଥର ମାଡରେ ଅନେକ କର୍ମୀ ଆହତ । ଅଧିକ ପଢନ୍ତୁ

ଗୁଜୁରାଟରେ ଆପ୍ ବିଜେପି ମୁହାଁମୁହିଁ: ପଥର ମାଡରେ ଅନେକ କର୍ମୀ ଆହତ

author img

By

Published : Nov 20, 2022, 11:47 AM IST

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ(Gujurat Election 2022) ତାରିଖ ପାଖେଇବା ସହ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ନିର୍ବାଚନ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆମ୍ ଆଦମୀ ପାର୍ଟି (AAP) । ସୁରଟ ସ୍ଥିତ ସରଥାନା ଅଞ୍ଚଳରେ ବିଜେପି ଓ ଆପ୍ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଦଳର କର୍ମୀମାନେ ପରସ୍ପର ଉପରକୁ ପଥରମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଚାପା ଉତ୍ତେଜନା ପରେ ପୋଲିସ ଓ ବିଏସଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆୟତ୍ତ କରିଛନ୍ତି ।

ଗୁଜୁରାଟରେ ଆପ୍ ବିଜେପି ମୁହାଁମୁହିଁ: ପଥର ମାଡରେ ଅନେକ କର୍ମୀ ଆହତ
ଗୁଜୁରାଟରେ ଆପ୍ ବିଜେପି ମୁହାଁମୁହିଁ: ପଥର ମାଡରେ ଅନେକ କର୍ମୀ ଆହତ

ଏଥର ଗୁଜୁରାଟ ନିର୍ବାଚନରେ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆପ୍ ଓ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଦୁଇ ଦଳର ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଗୁଜୁରାଟ ଲଢେଇ ଜିତିବାକୁ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ଆପ୍ ଜୋରଦାର ପ୍ରଚାରରେ ଲାଗିଛନ୍ତି । ବିଭିନ୍ନ ସ୍ଥାନରେ ରୋଡ ଶୋ' ସାଙ୍ଗକୁ ଘନ ଘନ ସଭା ଚାଲିଛି । ଏସବୁ ଭିତରେ ସୁରଟ ଠାରେ ଆପ୍ ଓ ବିଜେପି ମଧ୍ୟରେ ମାରପିଟ୍ ଦେଖିବାକୁ ମିଳିଛି । ସୂଚନା ମୁତାବକ, ସୁରଟ ସ୍ଥିତ ସରଥାନା ଅଞ୍ଚଳରେ ଆପ୍ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା । ହେଲେ ସଭା ମଧ୍ୟରେ ଚୌକି ଫିଙ୍ଗା ଫୋପଡା ଯୋଗୁଁ ସେଠାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ସଭା ସରିବା ପରେ ବିଜେପି ଓ ଆପ୍ କର୍ମୀ ମୁହାଁମୁହିଁ ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ପାକ୍‌ରେ ଆଖି ବୁଜିଲା ଆତଙ୍କୀ ହରବିନ୍ଦର ସିଂ ରିଣ୍ଡା, ସିଦ୍ଧୁ ମୁସେୱାଲା ହତ୍ୟାରେ ଥିଲା ଜଡିତ

ଆପ୍ କର୍ମୀ ବିଜେପି କାର୍ଯ୍ୟାଳୟ ଉପରେ ପଥରମାଡ କରିଥିଲେ । ଏଥିରେ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ । ତେଣୁ ଜବାବରେ ବିଜେପି ମଧ୍ୟ ପଥରମାଡ କରିବା ସହ କାର ଭଙ୍ଗାରୁଜା କରିଥିଲା । ଏହି ଗଣ୍ଡଗୋଳରେ ଦୁଇ ଦଳର ଅନେକ କର୍ମୀ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଓ ବିଏସଏଫ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆୟତ୍ତକୁ ଆଣିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.