ETV Bharat / bharat

କଡ଼ା ସୁରକ୍ଷା ଭିତରେ ଅଯୋଧ୍ୟାରେ ପହଞ୍ଚିଲା ବିଗ୍ରହ, କାଲି ରାମଲାଲାଙ୍କ ଗର୍ଭଗୃହ ପ୍ରବେଶ

author img

By ETV Bharat Odisha Team

Published : Jan 17, 2024, 10:55 PM IST

Statue of Ramlala: ଆଜି (ବୁଧବାର) ସନ୍ଧ୍ୟା ପ୍ରାୟ 7.30 ସମୟରେ ମର୍ଯ୍ୟଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ନବନିର୍ମିତ ଶ୍ରୀବିଗ୍ରହ ନିର୍ମାଣ ସ୍ଥଳ ବିବେକ ସୃଷ୍ଟି ଠାରୁ କଡ଼ା ସୁରକ୍ଷ ବଳୟ ଭିତରେ ରାମ ଜନ୍ମଭୂମୀ ପରିସରକୁ ନିଆଯାଇଛି । ଅଧିକ ପଢ଼ନ୍ତୁ

ରାମଲାଲାଙ୍କ ଶ୍ରୀବିଗ୍ରହ
ରାମଲାଲାଙ୍କ ଶ୍ରୀବିଗ୍ରହ
ରାମଲାଲାଙ୍କ ଶ୍ରୀବିଗ୍ରହ

ଅଯୋଧ୍ୟା: ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଯେଉଁ ଦିନକୁ ସାରା ବିଶ୍ବବାସୀ ଉତ୍ସାହର ସହ ଚାହିଁ ରହିଥିଲେ, ସେହି ମୁହୂର୍ତ୍ତ ଆସି ପହଞ୍ଚିଯାଇଛି । ଆଜି (ବୁଧବାର) ସନ୍ଧ୍ୟା ପ୍ରାୟ 7.30 ସମୟରେ ମର୍ଯ୍ୟଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ନବନିର୍ମିତ ଶ୍ରୀବିଗ୍ରହ ନିର୍ମାଣ ସ୍ଥଳ ବିବେକ ସୃଷ୍ଟି ଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ରାମ ଜନ୍ମଭୂମୀ ପରିସରକୁ ନିଆଯାଇଛି । ଏକ ବିଶାଳ ସମାବେଶ ସହ କଡ଼ା ସୁରକ୍ଷା ବଳୟ ଭିତରେ ପ୍ରଭୁ ରାମଙ୍କ ବିଗ୍ରହକୁ ଅଣାଯାଇଛି । ଏଟିଏସ କମାଣ୍ଡୋଙ୍କ ତତ୍ତ୍ବାବଧନରେ ରାମଲାଲାଙ୍କ ପ୍ରତିମା ରାମ ଜନ୍ମଭୂମୀ ଅଯୋଧ୍ୟାକୁ ଅଣାଯାଇଛି ।

ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ବାଗତ କରିବା ପାଇଁ ନବବଧୂ ପରି ସଜେଇ ହୋଇଛି ଅଯୋଧ୍ୟା ନଗରୀ । ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରୀତିନୀତିର ଦ୍ବିତୀୟ ଦିବସ । ପ୍ରାଣ ପ୍ରତିଷ୍ଠାର ଦ୍ବିତୀୟ ଦିନରେ ରାମଲାଲାଙ୍କ ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା କରାଯାଇଛି । କଳସ ଯାତ୍ରା ପରେ ପ୍ରଭୁ ରାମଙ୍କ ପ୍ରତିମାକୁ ବିବେକ ସୃଷ୍ଟିରୁ ଅଯୋଧ୍ୟାକୁ ନିଆଯାଇଛି । ଏଥିପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ଭଗବାନ ଶ୍ରୀ ରାମଙ୍କ ବିଗ୍ରହକୁ ନିଆଯାଇଛି । ଆସନ୍ତାକାଲି 18 ତାରିଖରେ ମର୍ଯ୍ୟଦା ପୁରୁଷଙ୍କ ଶ୍ରୀବିଗ୍ରହ ସଂସ୍ଥାପନ ହେବ । 19 ଜାନୁଆରୀ ସକାଳେ ଔଷାଧିବାସ, କେସରଧିବାସ ଓ ଗ୍ରିତାଧିବାସ ସମ୍ପନ୍ନ ହେବ । ସନ୍ଧ୍ୟାରେ ଧାନ୍ୟାଧିବାସ କରାଯିବ । ସେହିପରି 20 ଜାନୁଆରୀ ସକାଳେ ଶର୍କାରଧିବାସ, ଫଳାଧିବାସ ଏବଂ ସନ୍ଧ୍ୟାରେ ପୁଷ୍ପଧିବାସ କରାଯିବ । ଜାନୁଆରୀ 21 ସକାଳେ ମଧ୍ୟାଧିବାସ, ସନ୍ଧ୍ୟାରେ ସୟାଧିବାସ । 22 ଜାନୁଆରୀରେ ସବୁ ପ୍ରତିକ୍ଷାର ଅନ୍ତ ଘଟି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ......ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଆଜିଠୁ ଆରମ୍ଭ ହେବ ଧାର୍ମିକ ରୀତିନୀତି

କହିରଖିବୁ ଯେ, କର୍ଣ୍ଣାଟକ ମହୀଶୂରର ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ରାମଲାଲାଙ୍କ 51 ଇଞ୍ଚ ଗୌର ରଙ୍ଗର ପ୍ରତିମୂର୍ତ୍ତିକୁ ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ । ଏହି ମୂର୍ତ୍ତିର ଓଜନ 150ରୁ 200 କିଲୋ ରହିଛି । ଆଜି ରାମଲାଲାଙ୍କ ପ୍ରତିମାକୁ କଡା ସୁରକ୍ଷା ମଧ୍ୟରେ ରାମ ଜନ୍ମଭୂମୀ ଅଯୋଧ୍ୟକୁ ନିଆଯାଇଛି । ମୂର୍ତ୍ତିକୁ ଆଣିବା ସମୟରେ ସେଠାରେ କଡା ସୁରକ୍ଷା କର୍ମୀ ନିୟୋଜିତ ଥିଲେ । ଏଟିଏସ କମାଣ୍ଡୋମାନେ ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେଉଥିବାର ଦେଖିବାକୁ ମିଳିଥିଲା । ଭଗବାନ ଶ୍ରୀ ରାମଙ୍କ ଏହି ପ୍ରତିମା 18 ଜାନୁଆରୀ ଅପରାହ୍ନରେ ନବନିର୍ମିତ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ । ଏହାପରେ ପ୍ରତ୍ୟେକ ଦିନର ରୀତିନୀତି କାର୍ଯ୍ୟ ଜାରି ରହିବ ଏବଂ ଜାନୁଆରୀ 22 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଭଗବାନ ଶ୍ରୀ ରାମଙ୍କ ବିଗ୍ରହକୁ ଦର୍ଶନ କରିବେ ଏବଂ ଆରତୀ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.