ETV Bharat / bharat

କୋରୋନା ବିରୋଧରେ ମହାଯୁଦ୍ଧ, 3 ଦିନରେ ରାଜ୍ୟକୁ ମିଳିବ 51 ଲକ୍ଷ ଡୋଜ - କୋଭିଡ ଡୋଜ

କୋରୋନାର ଦ୍ବିତୀୟ ଲହରୀକୁ ଦେଖି ବୃଦ୍ଧି କରାଯାଇଛି ଟୀକାକରଣର ଗତି । ଆଗାମୀ 3 ଦିନରେ ପ୍ରାୟ 51 ଲକ୍ଷ ଡୋଜ ଦିଆଯିବ ବୋଲି କୁହାଯାଇଛି । ଅଧିକ ପଢନ୍ତୁ...

କୋରୋନା ବିରୋଧରେ ମହାଯୁଦ୍ଧ, 3 ଦିନରେ ରାଜ୍ୟକୁ ମିଳିବ 51 ଲକ୍ଷ ଡୋଜ

author img

By

Published : May 16, 2021, 10:54 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହାମାରୀ କୋରୋନାର ଦ୍ବିତୀୟ ଲହରୀକୁ ଦେଖି ବୃଦ୍ଧି କରାଯାଇଛି ଟୀକାକରଣର ଗତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ ସୁଦ୍ଧା 18 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯାଇସାରିଛି । ଦେଶରେ ଗତ 24 ଘଣ୍ଟାରେ 17,33,232 ଭ୍ୟାକ୍ସିନ ଦିଆଯାଇଥିବା ଜଣାପଡିଛି ।

ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ 20 କୋଟିରୁ ଅଧିକ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଖରେ 1.84 କୋଟିରୁ ଅଧିକ ଟିକା ଡୋଜ ଉପଲବ୍ଧ । ଆଗାମୀ 3 ଦିନରେ ପ୍ରାୟ 51 ଲକ୍ଷ ଡୋଜ ଦିଆଯିବ ବୋଲି କୁହାଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି, ଆବଶ୍ୟକତାକୁ ପୂରଣ କରିବା ପାଇଁ ଟିକା ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅନ୍ୟପକ୍ଷରେ, ବର୍ତ୍ତମାନ ପ୍ରସ୍ତୁତ ହେଉଥିବା ଟିକାଗୁଡ଼ିକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସମାନ ଭାବରେ ବଣ୍ଟନ କରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଜୁଲାଇ ଶେଷ ସୁଦ୍ଧା ମୋଟ 51.6 କୋଟି ଟିକା ଆବଣ୍ଟିତ କରାଯାଇ ସାରିଛି । ଏଥିମଧ୍ୟରୁ ବର୍ତ୍ତମାନସୁଦ୍ଧା ଦିଆଯାଇଥିବା 18 କୋଟି ଡୋଜ ଅନ୍ତର୍ଭୁକ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.