ETV Bharat / bharat

ରାଜ୍ୟମାନେ ଜାତୀୟ ଦୃଷ୍ଟିଭଙ୍ଗୀ ପୋଷଣ କରିବା ଉଚିତ

author img

By

Published : Feb 12, 2021, 7:49 PM IST

ବିଶ୍ବର 18 ପ୍ରତିଶତ ଲୋକଙ୍କ ବାସସ୍ଥଳୀ ହୋଇଥିଲେ ମଧ୍ୟ, ଭାରତରେ ବିଶ୍ବର ମାତ୍ର 2 ପ୍ରତିଶତ ଭୂଭାଗ ରହିଛି ଏବଂ ପୃଥିବୀର ମାତ୍ର 4 ପ୍ରତିଶତ ଜଳସଂପଦ ଉପରେ ଭାରତର ଅଧିକାର ରହିଛି । ତଥାପି, ନଦୀଜଳ ସଂପଦର ଦୁଇ ତୃତୀୟାଂଶ ଉପଯୋଗ କରିବାରେ ବି ଭାରତ ସମର୍ଥ ହୋଇନାହିଁ । ପ୍ରଭାବଶାଳୀ ଢଙ୍ଗରେ ନଦୀଜଳ ବିନିଯୋଗ ନିମନ୍ତେ ବିଭିନ୍ନ ନଦୀର ଏକତ୍ରୀକରଣ ଏକ ଗ୍ରହଣୀୟ ଉପାୟ ରୂପେ ବିବେଚିତ । ଭିନ୍ନ ଭିନ୍ନ ରାଜ୍ୟ ମଧ୍ୟରେ ଏକତା, ପାରସ୍ପରିକ ସଦିଚ୍ଛା ଏବଂ ଜାତୀୟତାବୋଧର ଅଭାବ ହିଁ ନଦୀ ସଂଯୋଗୀକରଣ କ୍ଷେତ୍ରରେ ବିଫଳତାର ମୂଳ କାରଣ ରୂପେ ପ୍ରକଟ ହୋଇଛି ।

ରାଜ୍ୟମାନେ ଜାତୀୟ ଦୃଷ୍ଟିଭଙ୍ଗୀ ପୋଷଣ କରିବା ଉଚିତ
ରାଜ୍ୟମାନେ ଜାତୀୟ ଦୃଷ୍ଟିଭଙ୍ଗୀ ପୋଷଣ କରିବା ଉଚିତ

ନଦୀ ସଂଯୋଗୀକରଣ

ବିଶ୍ବର 18 ପ୍ରତିଶତ ଲୋକଙ୍କ ବାସସ୍ଥଳୀ ହୋଇଥିଲେ ମଧ୍ୟ, ଭାରତରେ ବିଶ୍ବର ମାତ୍ର 2 ପ୍ରତିଶତ ଭୂଭାଗ ରହିଛି ଏବଂ ପୃଥିବୀର ମାତ୍ର 4 ପ୍ରତିଶତ ଜଳସଂପଦ ଉପରେ ଭାରତର ଅଧିକାର ରହିଛି । ତଥାପି, ନଦୀଜଳ ସଂପଦର ଦୁଇ ତୃତୀୟାଂଶ ଉପଯୋଗ କରିବାରେ ବି ଭାରତ ସମର୍ଥ ହୋଇନାହିଁ । ପ୍ରଭାବଶାଳୀ ଢଙ୍ଗରେ ନଦୀଜଳ ବିନିଯୋଗ ନିମନ୍ତେ ବିଭିନ୍ନ ନଦୀର ଏକତ୍ରୀକରଣ ଏକ ଗ୍ରହଣୀୟ ଉପାୟ ରୂପେ ବିବେଚିତ । ଭିନ୍ନ ଭିନ୍ନ ରାଜ୍ୟ ମଧ୍ୟରେ ଏକତା, ପାରସ୍ପରିକ ସଦିଚ୍ଛା ଏବଂ ଜାତୀୟତାବୋଧର ଅଭାବ ହିଁ ନଦୀ ସଂଯୋଗୀକରଣ କ୍ଷେତ୍ରରେ ବିଫଳତାର ମୂଳ କାରଣ ରୂପେ ପ୍ରକଟ ହୋଇଛି ।

ଏହି ପ୍ରବୃତ୍ତି ଯୋଗୁଁ ହିଁ ରାଜ୍ୟମାନେ ଅନେକ ସମୟରେ, ହୁଏତ ବନ୍ୟା କିମ୍ବା ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ କାବେରୀ ଜଳ ବିବାଦ ସମାଧାନ ମାମଲାରେ ସୁପ୍ରିମ କୋର୍ଟ ଉଲ୍ଲେଖ କରିଥିଲେ ଯେ ନଦୀଜଳ ଏକ ଜାତୀୟ ସଂପଦ । ବାସ୍ତବରେ, ନଦୀଜଳ ଉପଯୋଗ ନିମନ୍ତେ ମିଳିତ କାର୍ଯ୍ୟାନୁଷ୍ଠାନ ମରୀଚିକା ସଦୃଶ ହୋଇ ରହିଛି । ନିକଟରେ, ଏ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଜାତୀୟ ଜଳ ବିକାଶ ସଂସ୍ଥା (NWDA) ଆନୁକୂଲ୍ୟରେ, ସାଢ଼େ ତିନି ମାସ ଧରି ଆୟୋଜିତ ଅନେକ ୱେବିନାରରେ ମଧ୍ୟ ଏହାର ସତ୍ୟତା ପ୍ରମାଣିତ ହୋଇଛି ।

ଶେଷରେ ଜାତୀୟ ଜଳ ବିକାଶ ସଂସ୍ଥା ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ, ବଳକା ନଦୀଜଳର ଉପଲବ୍‌ଧତା ସଂପର୍କିତ ପ୍ରାମାଣିକ ତଥ୍ୟ ପ୍ରଦାନ ନିମନ୍ତେ ରାଜ୍ୟମାନଙ୍କର ଅସ୍ବୀକୃତି, ପଡ଼ୋଶୀ ରାଜ୍ୟମାନଙ୍କର ଦୃଷ୍ଟିଭଙ୍ଗୀରେ ଭିନ୍ନତା, ଏବଂ ସମସ୍ତ ସ୍ତରରେ ସଂକୀର୍ଣ୍ଣ ମାନସିକତା ପ୍ରଭାବିତ ବିଚାର ପ୍ରଭୃତି କାରଣଗୁଡ଼ିକ ନଦୀ ସଂଯୋଗୀକରଣ କ୍ଷେତ୍ରରେ ପ୍ରମୁଖ ଅନ୍ତରାୟ ପ୍ରମାଣିତ ହୋଇଛନ୍ତି । ନଦୀ ସଂଯୋଗୀକରଣ ପ୍ରସଙ୍ଗରେ ଯାହା ସବୁଠାରୁ ବିବାଦୀୟ ପ୍ରଶ୍ନ ରୂପେ ଉଭା ହୁଏ, ତାହା ହେଲା ନଦୀଜଳକୁ ବିକଳ୍ପ ବାଟରେ ନିଆ ଗଲେ ଯେଉଁ ସବୁ ସମସ୍ୟା ଉପୁଜିବ ସେସବୁକୁ କିଭଳି ଏଡ଼ାଇ ଦିଆଯାଇପାରିବ । ବିଭିନ୍ନ ନଦୀର ସଂଯୋଗୀକରଣ ନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

କିନ୍ତୁ ଏହି ପ୍ରସ୍ତାବିତ ବ୍ୟବସ୍ଥା ଏ ପର୍ଯ୍ୟନ୍ତ କେବଳ ନଥିପତ୍ରରେ ହିଁ ରହିଛି । NWDA ମତରେ, ନଦୀ ସଂଯୋଗୀକରଣ କ୍ଷେତ୍ରରେ ଅନ୍ତରାୟ ସାଜୁଥିବା କାରଣଗୁଡ଼ିକର ଅପସାରଣ ନିମନ୍ତେ ଯଦି ପ୍ରତିଷ୍ଠିତ ଆଇନଜ୍ଞମାନଙ୍କର ଏକ କମିଟି ଗଠନ କରାଯାଇ ପାରନ୍ତା ତେବେ, ଏ ସଂକ୍ରାନ୍ତରେ ହୁଏତ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ରହନ୍ତା ନାହିଁ । ଏହା ବ୍ୟତୀତ, ଏକ ନଦୀ ଏକତ୍ରୀକରଣ ସଂସ୍ଥା ଗଠନ ସହିତ ଏକ ଜାତୀୟ ଜଳ ନୀତି ପ୍ରଣୟନ ନିମନ୍ତେ ମଧ୍ୟ ଏହି ସଂସ୍ଥା ସୁପାରିସ କରିଛି । କେନ୍ଦ୍ର ସରକାର ଏହି ସୁପାରିସଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଗୁରୁତ୍ବପୂର୍ଣ୍ଣ କଥା । ଏହି ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ ମଧ୍ୟରେ ଉପଯୁକ୍ତ ବୁଝାମଣା ସ୍ଥାପନ ନିମନ୍ତେ ପଦକ୍ଷେପ ନେବା ବି ଅନୁରୂପ ଭାବେ ଗୁରୁତ୍ବପୂର୍ଣ୍ଣ ।

ପ୍ରଥମେ 1972 ମସିହାରେ ଡକ୍‌ଟର କେ.ଏଲ.ରାଓ, ଉଦ୍‌ବୃତ୍ତ ଜଳ ରହୁଥିବା ନଦୀ ଅବବାହିକା ସହିତ ନିଅଣ୍ଟିଆ ଜଳ ଥିବା ନଦୀ ଅବବାହିକାର ସଂଯୋଗୀକରଣ ଦ୍ବାରା ନଦୀଜଳର ସୁଷମ ବଣ୍ଟନ ସଂପର୍କିତ ଏକ ରୂପରେଖର ପରିକଳ୍ପନା କରିଥିଲେ । ଏକ ସଂଯୋଗକାରୀ କେନାଲ ଦ୍ବାରା ଗଙ୍ଗା ଓ କାବେରୀ ନଦୀକୁ ସଂଯୋଗ କରିବାକୁ ସେ ଦେଇଥିବା ପ୍ରସ୍ତାବର ରୂପରେଖରେ ଦର୍ଶାଇଥିଲେ ଯେ, ଏହା ଫଳରେ ପାଟନା ନିକଟରେ ବର୍ଷକରେ 150 ଦିନ ପାଇଁ ଦୈନିକ 60.000 କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହୋଇପାରିବ । ଡକ୍‌ଟର ରାଓଙ୍କ ପରିକଳ୍ପନା ଅନୁସାରେ ଏହି ବନ୍ୟାଜଳ 40 ଲକ୍ଷ ହେକ୍‌ଟର ଜମିର ଜଳସେଚନରେ ସହାୟକ ହେବ ।

ହେଲେ, ତାଙ୍କର ଏହି ପରିକଳ୍ପନାକୁ ବାସ୍ତବ ରୂପ ଦିଆଯାଇପାରିଲା ନାହିଁ । ଅଟଳ ବିହାରୀ ବାଜପେୟୀ ପ୍ରଧାନ ମନ୍ତ୍ରୀ ଥିବା ସମୟରେ ନଦୀ ସଂଯୋଗୀକରଣ ସଂପର୍କରେ ଅନୁଧ୍ୟାନ କରିବା ଲାଗି ସୁରେଶ ପ୍ରଭୁଙ୍କ ନେତୃତ୍ବରେ ଏକ କମିଟି ଗଠିତ ହୋଇଥିଲା । କମିଟି ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ, ନଦୀ ଏକତ୍ରୀକରଣ ଯୋଜନା କାର୍ଯ୍ୟକାରୀ ହୋଇପାରିଲେ ଦେଶର ଆଉ ଅଧିକ 16 କୋଟି ହେକ୍‌ଟର ଯାଏ ଚାଷଜମିକୁ ସେଚ ସୁବିଧା ଯୋଗାଇ ଦିଆଯାଇପାରିବ । କମିଟିର ଆକଳନ ଅନୁସାରେ, ଆଉ 34 ଗିଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନରେ ମଧ୍ୟ ଏହା ସହାୟକ ହେବ ।

ମୂଳ ଯୋଜନା ଅନୁସାରେ, ନଦୀ ସଂଯୋଗୀକରଣ ବାବଦ ବ୍ୟୟଭାରକୁ କେନ୍ଦ୍ର ଓ ରାଜ୍ୟମାନେ 60:40 ଅନୁପାତରେ ବହନ କରିବେ । ଗତ ବର୍ଷ ଏହି ବ୍ୟୟ ବହନର ଅନୁପାତକୁ ବଦଳାଇ 90:10 କରାଗଲା । 9ଟି ରାଜ୍ୟ ପ୍ରଦାନ କରିଥିବା 47ଟି ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ସମୀକ୍ଷା କରିବ ବୋଲି ବ୍ୟାପକ ପ୍ରଚାର କରାଗଲା । ଅନ୍ୟପକ୍ଷରେ, ଏକ ଚମକପ୍ରଦ ଘଟଣାକ୍ରମରେ ଏହି ପ୍ରସ୍ତାବିତ ନଦୀ ସଂଯୋଗୀକରଣକୁ ବିରୋଧ କରି ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା ଏବଂ ଅନ୍ୟ କେତେକ ରାଜ୍ୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ସରକାରୀ ହିସାବ ଅନୁସାରେ, ଦେଶର ନଦୀଗୁଡ଼ିକରୁ 1.87 ଲକ୍ଷ କୋଟି କ୍ୟୁବିକ୍‌ ମିଟର ଜଳ ଉପଲବ୍‌ଧ ହେଉଥିବା ବେଳେ ମାତ୍ର 1.12 ଲକ୍ଷ କୋଟି କ୍ୟୁବିକ୍‌ ମିଟର ଜଳ ଉପଯୋଗ କରିବାରେ ଦେଶ ସକ୍ଷମ ହୋଇପାରିଛି ।

ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବହୁ ପରିମାଣର ପ୍ରକୃତିଦତ୍ତ ଏବଂ ମୂଲ୍ୟବାନ ନଦୀଜଳ ସମୁଦ୍ରକୁ ପ୍ରବାହିତ ହୋଇ ନଷ୍ଟ ହେଉଛି । ନଦୀ ଜଳସଂପଦର ସର୍ବାଧିକ ସମ୍ଭବ ଉପଯୋଗ କରିବା ପ୍ରୟାସରେ ଉଦାସୀନତା କାରଣରୁ କେତେକ ରାଜ୍ୟରେ ବନ୍ୟା ତ ଆଉ କେତେକ ରାଜ୍ୟରେ ମରୁଡ଼ି ଭଳି ଏକ ବିଡ଼ମ୍ବିତ ସ୍ଥିତି ଉତ୍ପନ୍ନ ହୋଇଛି । ଏହା ଯେ କେବଳ ବ୍ୟାପକ ଧନଜୀବନ ହାନିର କାରଣ ହେଉଛି ତା ନୁହେଁ, ବରଂ ଏହା କୃଷି ଓ ଶିଳ୍ପ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଛି । ନଦୀ ସଂଯୋଗୀକରଣ ଯୋଗୁଁ ଦେଶ ବହୁବିଧ ଫାଇଦା ହାସଲ କରିପାରିବ । ଏହାକୁ କାର୍ଯ୍ୟକାରୀ କରିବା ପ୍ରୟାସରେ ବିଳମ୍ବ ହେଲେ ଏହାର ପରିଣତି ଖୁବ୍‌ ହାନିକାରକ ସାବ୍ୟସ୍ତ ହେବ । ଯଦି ରାଜ୍ୟମାନେ ନିଜ ନିଜର ସଂକୀର୍ଣ୍ଣ ବିଚାରଧାରାରୁ ଦୂରେଇ ଯାଇ ନଦୀଗୁଡ଼ିକର ଏକତ୍ରୀକରଣ ଦିଗରେ ସମ୍ମିଳିତ ପ୍ରୟାସ କରନ୍ତି ତେବେ ଯାଇ ଦେଶରେ ଜଳସେଚିତ ଚାଷଜମି ପରିମାଣ ବୃଦ୍ଧି ସହିତ କୃଷିର ଉନ୍ନତି ସାଧିତ ହେବ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.