ETV Bharat / bharat

Farmers Protest: କୃଷକଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେବ ରାଜ୍ୟ

author img

By

Published : Dec 13, 2021, 6:39 AM IST

କୃଷକଙ୍କ ବିରୋଧରେ ହୋଇଥିବା ମାମଲା (Case file Against Farmer) ପ୍ରତ୍ୟାହାର ରାଜ୍ୟ ସରକାର ବୁଝିବେ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Union Minister Narendra Singh Tomar)। ଅଧିକ ପଢନ୍ତୁ

Case file Against Farmer
Case file Against Farmer : କୃଷକଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ନିଷ୍ପତି ନେବ ରାଜ୍ୟ

ଭୋପାଳ: କୃଷକଙ୍କ ବିରୋଧରେ ହୋଇଥିବା ମାମଲା (Case file Against Farmer) ପ୍ରତ୍ୟାହାର ନିଷ୍ପତ୍ତି ରାଜ୍ୟ ସରକାର ନେବ । ଏନେଇ ରବିବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Union Minister Narendra Singh Tomar) । ଏହାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ରାଜ୍ୟ ସରକାର ନିର୍ଣ୍ଣୟ ନେଇପାରିବେ। ତିନୋଟି କୃଷି ଆଇନକୁ (Three Farm Laws) ବିରୋଧ କରି ଆନ୍ଦୋଳନବେଳେ କୃଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ କୃଷକଙ୍କ ବିରୋଧରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି।

ରବିବାର ମଧ୍ୟପ୍ରଦେଶର ଗୁନା ବିମାନବନ୍ଦରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ କହିଛନ୍ତି ଯେ ଗତ ଏକ ବର୍ଷ ହେଲା ଦେଶରେ କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ କରିଥିଲେ। ଗୁରୁବାର ଆନ୍ଦୋଳନ ସମାପ୍ତ କରି ସମସ୍ତ କୃଷକ ଘରକୁ ଫେରିଛନ୍ତି। ଏହା ସହ କୃଷକ ବିରୋଧରେ ହୋଇଥିବା ମାମଲାକୁ ପ୍ରତ୍ୟାହୃତ କରିବା ପାଇଁ ଦାବି କରିଛନ୍ତି । ଆଇନ ବିଭାଗ ରାଜ୍ୟ ସରକାରଙ୍କ ଅଧିକୃତ ମାମଲା । ଏହାକୁ ନେଇ କେନ୍ଦ୍ର ସରକାର କୌଣସି ନିର୍ଣ୍ଣୟ ନେଇପାରିବ ନାହିଁ ବୋଲି ସେ କହିଛନ୍ତି । ସେହିପରି ତିନୋଟି କୃଷି ବିଲ ପ୍ରତ୍ୟାହାର କାହାର ବିଜୟ କିମ୍ବା ପରାଜୟ ନାହିଁ। ପ୍ରଧାନମନ୍ତ୍ରୀ ତିନୋଟ କୃଷି ଆଇନ ପ୍ରତ୍ୟାହାର କରି କୃଷକଙ୍କ ସମ୍ମାନ ରଖିଛନ୍ତି ।

ସୂଚନାଥାଉକି, ଗତ ବର୍ଷେ ହେଲା କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିଲା । ଏହା ପରେ ସାରା ଦେଶରେ ବିଭିନ୍ନ ଅଞ୍ଚଳରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ତେବେ ସାରା ଦେଶରେ କୃଷକ ଆନ୍ଦୋଳନକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.