ETV Bharat / bharat

Modi criticises KCR: ବର୍ଷିଲେ ମୋଦି, କେନ୍ଦ୍ର ଯୋଜନାରେ ବାଧା ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର

author img

By

Published : Apr 8, 2023, 5:30 PM IST

ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‌ଘାଟନ ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । କହିଲେ ଲୋକଙ୍କ ପାଇଁ କେନ୍ଦ୍ର ଆଣୁଥିବା ବିକାଶମୂଳକ ଯୋଜନାରେ ବାଧାସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦରେ KCRଙ୍କୁ ଟାର୍ଗେଟ କଲେ ମୋଦି
ହାଇଦ୍ରାବାଦରେ KCRଙ୍କୁ ଟାର୍ଗେଟ କଲେ ମୋଦି

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦରେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଟ ୧୧ ହଜାର ୩ ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହା ସହିତ ହାଇଦ୍ରାବାଦର ପରେଡ ଗ୍ରାଉଣ୍ଡରେ ଏକ ସାଧାରଣ ସଭାରେ ଯୋଗ ଦେଇ ଏମ୍ସ ବିବିନଗରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | A few days back some political parties had gone to the court to seek protection so that no one opens their corruption books but the court turned them back: PM Narendra Modi, in Hyderabad pic.twitter.com/aROJGxFqaf

    — ANI (@ANI) April 8, 2023 " class="align-text-top noRightClick twitterSection" data=" ">

ରାଜ୍ୟବାସୀଙ୍କ ପାଇଁ ବିକାଶ ଯୋଜନାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନକରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କର ଭାରତ ରାଷ୍ଟ୍ର ସମିତି ସରକାରକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ କେନ୍ଦ୍ର ଯୋଜନାକୁ କାର୍ଯ୍ୟକାରୀ କରିବାରେ ଶାସକ BRS ସହଯୋଗ କରୁନଥିବା ଅଭିଯୋଗ କରିବା ସହ ଏନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକ ଜନସଭାକୁ ସମ୍ବୋଧନ କରି ନାଁ ନନେଇ ବିରୋଧିଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ହାତଗଣତି କିଛି ଲୋକ ତେଲେଙ୍ଗାନାର ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକରୁ କିପରି ଉପକୃତ ହୋଇପାରିବେ, ତାହାର ଅନୁସନ୍ଧାନ କରୁଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ହାଇଦ୍ରାବାଦରେ ମୋଦି, ଭେଟି ଦେଲେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି, "କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ସହଯୋଗ କରୁନଥିବା ମୋତେ ଦୁଃଖ ଦେଇଛି । BRS ସରକାରଙ୍କର ଏହି ଅସହଯୋଗ ମନୋଭାବ କାରଣରୁ ତେଲେଙ୍ଗାନାବାସୀଙ୍କର ସ୍ବପ୍ନ ପ୍ରଭାବିତ ହେଉଛି । ତେଲେଙ୍ଗାନାର ଲୋକଙ୍କ ପାଇଁ କେନ୍ଦ୍ର ଆଣୁଥିବା ବିକାଶମୂଳକ ଯୋଜନାରେ ବାଧାସୃଷ୍ଟି ନକରିବା ପାଇଁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି । ପରିବାରବାଦ ଓ ଭ୍ରଷ୍ଟାଚାର ଅଲଗା ନୁହେଁ । ଯେଉଁଠାରେ ପରିବାରବାଦ ରହିଥାଏ, ସେହିଠାରେ ହିଁ ଭ୍ରଷ୍ଟାଚାର ମୁଣ୍ଡ ଟେକିଥାଏ ।" ଏହାସହ ପରିବାରବାଦ ତେଲେଙ୍ଗାନା ଲୋକଙ୍କୁ ମିଳୁଥିବା ରାସନ ସାମଗ୍ରୀକୁ ମଧ୍ୟ ଲୁଟୁଛି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି । ସମଗ୍ର ଦେଶର ବିକାଶ ପାଇଁ ରାଜ୍ୟର ପ୍ରଗତି ମହତ୍ତ୍ବପୂର୍ଣ୍ଣ ବୋଲି ସେ ଜନସଭାରେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.