ETV Bharat / bharat

ଯୋଜନାବଦ୍ଧ ଥିଲା ନିଜ ପୁଅକୁ CEOଙ୍କ ହତ୍ୟା ଘଟଣା: ହୋଟେଲ ରୁମରୁ ଖାଲି କଫ ସିରପ୍ ବଟଲ ଜବତ - CEO killed son case

Startup CEO son's murder appears pre-planned ! ହୋଟେଲ ରୁମରୁ ଖାଲି କଫ୍ ସିରପ୍ ବଟଲ ଜବତ । ଦାମ୍ପତ୍ୟ କଳହରୁ ନିଜ ଶିଶୁପୁତ୍ରକୁ ମହିଳା ହତ୍ୟା କରିଥିବା ସନ୍ଦେହ । ଅଧିକ ପଢନ୍ତୁ

ଯୋଜନାବଦ୍ଧ ଥିଲା ନିଜ ଶିଶୁକୁ CEO ହତ୍ୟା ଘଟଣା: ମିଳିଲା ଖାଲି କଫ ସିରପ ବଟଲ

author img

By ETV Bharat Odisha Team

Published : Jan 10, 2024, 7:18 PM IST

ପାନାଜୀ: ଗୋଆର ଏକ ହୋଟେଲରେ ଜଣେ ମହିଳା ସିଇଓ ନିଜ 4ବର୍ଷୀୟ ପୁତ୍ର ସନ୍ତାନକୁ ହତ୍ୟା କରିବା ଘଟଣାରେ ପୋଲିସ ନୂଆ ତଥ୍ୟ ସାମ୍ନାକୁ ଆଣିଛି । ଏହି ମହିଳା ଜଣକ ନିଜ ଶିଶୁକୁ ହତ୍ୟା କରିବା ପାଇଁ ପୂର୍ବରୁ ଯୋଜନା କରିଥିଲେ । ହୋଟେଲ ରୁମରୁ ଦୁଇଟି ଖାଲି କଫ୍ ସିରପ୍ ବୋଟଲ ଜବତ ହେବା ପରେ ଏହି ଦିଗକୁ ନେଇ ସନ୍ଦେହ ବଢିଛି । ମହିଳା ଜଣକ ଗୋଆରେ ଥିବା ଉକ୍ତ ହୋଟେଲରୁ ଏହି ଦୁଇଟି ଖାଲି ବଟଲ ଜବତ କରିଛି ପୋଲିସ । ଶିଶୁକୁ ଓଭରଡୋଜ କଫ ସିରପ ପିଆଇ ନିଦ୍ରାଗ୍ରସ୍ତ ଅବସ୍ଥାରେ ହତ୍ୟା କରାଯାଇଥିବା ପ୍ରାଥମିକ ଭାବେ ପୋଲିସ ସନ୍ଦେହ କରୁଥିବା ବେଳେ ଜବତ ସାମଗ୍ରୀକୁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି ।

ବ୍ଯବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ କାରଣ:-

ଶିଶୁର ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡିଛି ଯେ, କୌଣସି ସାମଗ୍ରୀରେ ଶିଶୁଟିର ଶ୍ବାସରୁଦ୍ଧ କରାଯିବା ଫଳରେ ତାର ମୃତ୍ୟୁ ହୋଇଛି । ଶିଶୁର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ କପଡ଼ା କିମ୍ବା ତକିଆରେ ପରି ନରମ ସାମଗ୍ରୀରେ ତାକୁ ଶ୍ବାସରୁଦ୍ଧ କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଏବେ ଶ୍ବାସରୁଦ୍ଧ କରିବା ପୂର୍ବରୁ ଶିଶୁଟିକୁ ଓଭରଡୋଜ ଔଷଧ ଖୁଆ ଯାଇଥିବା ଓ ନିଦ୍ରା ଅବସ୍ଥାରେ ଶ୍ବାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ ମଧ୍ୟ ତଦନ୍ତ ପରିସରକୁ ଆସିଛି । ଅନ୍ୟପଟେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାଥମିକ ଜେରାରେ ଏହି ମହିଳାଜଣଙ୍କ ନିଜ ଶିଶୁର ହତ୍ୟାକୁ ଅସ୍ବୀକର କରିଛନ୍ତି । ସେ ନିଦରୁ ଉଠିବା ପରେ ଶିଶୁଟିକୁ ହୋଟେଲ ରୁମରେ ମୃତ ଅବସ୍ଥାରେ ପାଇଥିଲେ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- 4 ବର୍ଷର ପୁଅକୁ ହତ୍ୟା କଲା ମାଆ, ସୁଟକେଶରେ ପୁରାଇ ଗୋଆରୁ କର୍ଣ୍ଣାଟକ ଆଣିଲା

ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ଏକ କମ୍ପାନୀର ସିଇଓ ଥିବା ସୂଚନା ସେଠ୍ ନାମକ ଏହି ମହିଳା ଶନିବାର ଗୋଆର ଏକ ହୋଟେଲକୁ ନିଜ 4 ବର୍ଷୀୟ ପୁଅ ସହ ଯାଇଥିଲେ । ସେଠାରେ 2 ଦିନ ରହିବା ପରେ ସୋମବାର ହୋଟେଲ ରୁମ ଛାଡି ଏକ ଟ୍ୟାକ୍ସିରେ କର୍ଣ୍ଣାଟକ ଫେରିଥିଲେ । ରାସ୍ତାରେ ପୋଲିସ ତାଙ୍କ ଗାଡି ସହ ପୁଅର ମୃତଦେହ ଏକ ବ୍ୟାଗରେ ରଖାଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ପ୍ରାଥମିକ ତଦନ୍ତରେ ଏହା ଏକ ଦାମ୍ପତ୍ୟ ବିବାଦ ଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ଦାମ୍ପତ୍ୟ କଳହରୁ ହତ୍ୟାକାଣ୍ଡ:-

ଏକ ଷ୍ଟାର୍ଟଅପ କମ୍ପାନୀରେ ସିଇଓ ଥିବା ଏହି ମହିଳାଙ୍କର ତାଙ୍କ ସ୍ବାମୀଙ୍କ ସହ ବିବାଦ ରହିଛି । ଉଭୟଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ମଧ୍ୟ ରହିଛି । ଶିଶୁ ପୁତ୍ର ମହିଳାଙ୍କ ନିକଟରେ ରହୁଥିବା ବେଳେ, ପୁ୍ଅକୁ ସାକ୍ଷାତ କରିବାକୁ ତାଙ୍କ ସ୍ବାମୀଙ୍କୁ ଅନୁମତି ଦେଇଥିଲେ କୋର୍ଟ । ଯାହାକୁ ମହିଳା ଜଣକ ଗ୍ରହଣ କରି ପାରୁନଥିଲେ । ଏହି କାରଣରୁ ମହିଳା ଜଣକ ଗୋଆ ଯିବା ଓ ସେଠାରେ ନିଜ 4 ବର୍ଷୀୟ ଶିଶୁପୁତ୍ରକୁ ହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଛି । ଏବେ ଏହି ମାମଲାରେ ଗୋଆ ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.