ETV Bharat / bharat

ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ଗିରଫ ଘଟଣା, ଜୟଶଙ୍କରଙ୍କୁ ଚିଠି ଲେଖିଲେ ଷ୍ଟାଲିନ

author img

By

Published : Jul 11, 2023, 6:46 AM IST

ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନାର ଗିରଫ ଘଟଣାରେ କେନ୍ଦ୍ରର ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ କଲେ ନିବେଦନ । ଅଧିକ ପଢନ୍ତୁ

ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ଗିରଫ କରିବା ଘଟଣା, ଜୟଶଙ୍କରଙ୍କୁ ଚିଠି ଲେଖିଲେ ଷ୍ଟାଲିନ

ଚେନ୍ନାଇ: ତାମିଲନାଡୁ ଉପକୂଳରେ ମାଛ ଧରିବା ବେଳେ ମତ୍ସ୍ୟଜୀବୀଙ୍କୁ ଗିରଫ କରି ନେଇଯାଉଛି ଶ୍ରୀଲଙ୍କା ନୌସେନା । ଶତାଧିକ ତାମିଲ ମତ୍ସ୍ୟଜୀବୀ ଏବେ ଗିରଫ ହୋଇ ଶ୍ରୀଲଙ୍କା ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କାର୍ଯ୍ୟକଳାପ ଜାରି ରଖିଛି । ତାମିଲନାଡୁ ମତ୍ସ୍ୟଜୀବୀମାନେ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି ।

ଏହା ଏକ ଦ୍ବିପାକ୍ଷିକ ମାମଲା ହୋଇଥିବା କାରଣରୁ ରାଜ୍ୟ ସରକାର ମଧ୍ୟ ଶ୍ରୀଲଙ୍କା ସହ ଯୋଗାଯୋଗ କରିପାରୁନାହାନ୍ତି । ଆଜି ଏହି ପ୍ରସଙ୍ଗରେ କେନ୍ଦ୍ରର ସହଯୋଗ ଲୋଡି ବୈଦେଶିକ ମନ୍ତ୍ରାଣାଳୟକୁ ଅବଗତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଚିଠି ଲେଖି ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାମିଲ ମସ୍ୟଜୀବୀଙ୍କୁ ମୁକ୍ତ କରି ସ୍ବଦେଶ ଫେରାଇବା ପାଇଁ ନିବେଦନ ମଧ୍ୟ କରିଛନ୍ତି ।

ଚିଠିରେ ଷ୍ଟାଲିନ ଉଲ୍ଲେଖ କରିଛନ୍ତି, ତାମିଲନାଡୁରେ ହଜାର ହଜାର ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ମାରି ସେମାନଙ୍କ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ ଜଳସୀମାରେ ଶ୍ରୀଲଙ୍କା ନୌସେନାର ଦୌରାତ୍ମ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଶ୍ରୀଲଙ୍କା ନୌସେନା ବାରମ୍ବାର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରିବା ଅଭିଯୋଗରେ ଗିରଫ କରି ନେଉଛି । ନିକଟରେ ଏପରି ଘଟଣା ବାରମ୍ବାର ଘଟିବାର ଉଦାହରଣ ମଧ୍ୟ ରହିଛି । ଯାହା ଫଳରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ପରିବାର ପ୍ରଭାବିତ ହେଉଛନ୍ତି ।

ତେଣୁ ବୈଦେଶିକ ମନ୍ତ୍ରଣାଳୟ ଶ୍ରୀଲଙ୍କା ସହ ଯୋଗାଯୋଗ ଓ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ଗିରଫ ହୋଇ ଶ୍ରୀଲଙ୍କା ଜେଲରେ ଥିବା ତାମିଲ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରନ୍ତୁ । ସେହିପରି ମତ୍ସ୍ୟଜୀବୀଙ୍କ ସହ ଜବତ ହୋଇଥିବା ମାଛଧରା ବୋଟ ମଧ୍ୟ ଶ୍ରୀଲଙ୍କା ମୁକ୍ତ କରୁ ବୋଲି ଚିଠିରେ ଦର୍ଶାଇଛନ୍ତି ଷ୍ଟାଲିନ ।

ଏହା ମଧ୍ୟ ପଢନ୍ତୁ :- ୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ନିକଟରେ ଏକାଧିକ ଘଟଣାରେ ଦେଖିବାକୁ ମିଳିଛି ଯେ, ଶ୍ରୀଲଙ୍କା ନୌସେନା ଜଳସୀମା ଅତିକ୍ରମ କରିବା ଅଭିଯୋଗରେ ତାମିଲନାଡୁ ଉପକୂଳରୁ ଏକାଧିକ ମତ୍ସ୍ୟଜୀବୀ ବୋଟକୁ ଜବତ କରିବା ସହ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ରାମେଶ୍ବରମ ଉପକୂଳରେ ଏପରି ଘଟଣା ବାରମ୍ବାର ଘଟିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସହଯୋଗରେ ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.