ETV Bharat / bharat

Stalin vs Centre: ତାମିଲନାଡୁ ବିଜେପି ମୁଖ୍ୟଙ୍କ ନାମରେ ମାମଲା - ଆନ୍ନାମଲାଇଙ୍କ ନାମରେ ମାମଲା

ପ୍ରବାସୀ ଶ୍ରମିକ ଆକ୍ରମଣ ପ୍ରସଙ୍ଗରେ ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କ ନାମରେ ମାମଲା । ମିଥ୍ୟା ଓ ଭିତ୍ତିହୀନ ସୂଚନା ପ୍ରସାରିତ କରି ସାମାଜିକ ସଦଭାବନା ନଷ୍ଟ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

Stalin vs Centre: ତାମିଲନାଡୁ ବିଜେପି ମୁଖ୍ୟଙ୍କ ନାମରେ ମାମଲା

author img

By

Published : Mar 5, 2023, 3:43 PM IST

ଚେନ୍ନାଇ: ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ନେଇ ଜାରି ରହିଥିବା ବିବାଦ ଏବେ ରାଜନୈତିକ ମୋଡ ନେଇଛି । ପ୍ରଦେଶ ବିଜେପି ମୁଖ୍ୟଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ମିଥ୍ୟା ଓ ଭିତ୍ତିହୀନ ସୂଚନା ପ୍ରସାରିତ କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ବଢାଇବା ପାଇଁ ଉଦ୍ୟମ କରିବା ଓ ସ୍ଥିରତା ଭଙ୍ଗ ଉଦ୍ୟମ ଅଭିଯୋଗରେ ରାଜ୍ୟ ବିଜେପି ଅଧ୍ୟକ୍ଷ ଆନ୍ନାମଲାଇଙ୍କ ନାମରେ ତାମିଲନାଡୁ ପୋଲିସ ମାମଲା ରୁଜୁ କରିଛି ।

ତାମିଲନାଡୁର ବିଭିନ୍ନ ସ୍ଥାନରେ ବିହାର ସମେତ ଉତ୍ତର ଭାରତର ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବା ନେଇ ଏକାଧିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ମିଥ୍ୟା ଓ ଷଡଯନ୍ତ୍ର କହିବା ସହ ଏପରି କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଓ ପୋଲିସ ଡିଜି ଶୈଳେନ୍ଦ୍ର ବାବୁ ଚେତାବନୀ ଦେଇଥିଲେ । ଏହି ମାମଲାରେ ଆଜି ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ସମେତ ଅନ୍ୟ କିଛି ଦଳୀୟ ନେତାଙ୍କ ବିରୋଧରେ ରାଜ୍ୟ ପୋଲିସର ସାଇବର ସେଲ୍‌ ମାମଲା ରୁଜୁ କରିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ସାମ୍ପ୍ରଦାୟିକ ସଦଭବନା ନଷ୍ଟ କରିବା, ମିଥ୍ୟା ତଥା ଆଧାରହୀନ ସୂଚନା ସୋସିଆଲ ମିଡିଆରେ ପୋଷ୍ଟ କରି ସାମାଜିକ ସ୍ଥିରତା ଭଙ୍ଗ କରିବା ପାଇଁ ପ୍ରୟାସ କରାଯାଉଥିବାରୁ ବିଜେପି ନେତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଏହାକୁ ନେଇ ଶାସନରେ ଥିବା ଡିଏମକେ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ବିଜେପି ମଧ୍ୟ ତାମିଲନାଡୁ ସରକାରଙ୍କୁ ପାଲଟା ଟାର୍ଗେଟ କରିଛି । ଆନ୍ନାମଲାଇ ଏକ ଟ୍ବିଟ୍‌ କରି ତାଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟମୂଳକ ମାମଲା ରୁଜୁ କରାଯାଇଥିବା ଅଭିଯୋଗ କରିଛନ୍ତି । ଏପରି କରି ସେମାନେ ଗଣତନ୍ତ୍ରର ମୁଳଦୁଆକୁ ନଷ୍ଟ କରୁଛନ୍ତି କହିବା ସହ ତାଙ୍କ ବିରୋଧରେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ ଚ୍ଯାଲେଞ୍ଜ ମଧ୍ୟ କରିଛନ୍ତି । ଅନ୍ୟପଟେ ବିହାର ସରକାର ମଧ୍ୟ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ପୋଲିସ ଟିମକୁ ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ସ୍ଥିତି ସମୀକ୍ଷା କରିବା ପାଇଁ ପଠାଇଛି ।

ଏହା ମଧ୍ୟ ପଢନ୍ତୁ:-Stalin speaks with Nitish Kumar: ‘ତାମିଲନାଡୁ ସରକାର ଓ ରାଜ୍ୟବାସୀ ପ୍ରବାସୀଙ୍କୁ ସୁରକ୍ଷା ଦିଅନ୍ତି’

ନିକଟରେ ବିହାରୀ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ହୋଇଥିବା ଦର୍ଶାଯାଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିହାର ଓ ତାମିଲନାଡୁ ସରକାର ମଧ୍ୟରେ ଛକାପଞ୍ଝା ହୋଇଥିଲା । ପ୍ରଥମେ ତାମିଲନାଡୁ ପୋଲିସ ଡିଜି ଏହାକୁ ଖଣ୍ଡନ କରିବା ସହ ମିଥ୍ୟା ଓ ଭିତ୍ତିହୀନ ବୋଲି ଦର୍ଶାଇଥିଲେ । ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନିଶ୍ଚିତ କରିଥିଲେ । ଏବେ ବିହାର ଏକ ପ୍ରତିନିଧି ଟିମ୍‌ ତାମିଲନାଡୁ ପଠାଇଛି । ଏହାରି ମଧ୍ୟରେ ଏହି ପ୍ରସଙ୍ଗ ଏବେ ରାଜନୈତିକ ରଙ୍ଗ ନେଲାଣି । ବିଜେପି ପ୍ରଦେଶ ମୁଖ୍ୟ ଆନ୍ନାମଲାଇ ଓ ଅନ୍ୟ କିଛି ଦଳୀୟ ନେତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଡିଏମକେ ଓ ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.