ETV Bharat / bharat

SSC scam: ଦିନିକିଆ ED ରିମାଣ୍ଡକୁ ଗଲେ ଅର୍ପିତା ମୁଖାର୍ଜୀ

author img

By

Published : Jul 24, 2022, 6:25 PM IST

ଗିରଫ ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଦିନିକିଆ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଆଜି ଅପରାହ୍ନରେ କୋର୍ଟରେ ହାଜର ହେବା ପରେ ବେଲ୍‌ ଖାରଜ ସହ ଦିନିକିଆ ରିମାଣ୍ଡରେ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

SSC scam: ଦିନିକିଆ ED ରିମାଣ୍ଡକୁ ଗଲେ ଅର୍ପିତା ମୁଖାର୍ଜୀ
SSC scam: ଦିନିକିଆ ED ରିମାଣ୍ଡକୁ ଗଲେ ଅର୍ପିତା ମୁଖାର୍ଜୀ

କୋଲକାତା: ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଦୁର୍ନୀତିରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଦିନିକିଆ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଅର୍ପିତାଙ୍କୁ ଆଜି (ରବିବାର) ଅପରାହ୍ନରେ କୋର୍ଟରେ ହାଜର କରାଯାଇଥିବାବେଳେ ତାଙ୍କ ଜାମିନ ଖାରଜ ହୋଇଛି । ଅଧିକ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ କୋର୍ଟ ଅର୍ପିତାଙ୍କୁ ଦିନିକିଆ ଇଡି ରିମାଣ୍ଡରେ ପଠାଇଛନ୍ତି । ଆସନ୍ତାକାଲି ପୁଣି ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରିବ ଇଡି ।

  • SSC scam | Arpita Mukherjee, a close aide of West Bengal cabinet minister & former Education Minister Partha Chatterjee sent to one day ED custody. She will be produced before the special court tomorrow. https://t.co/TsVuLJd3cB

    — ANI (@ANI) July 24, 2022 " class="align-text-top noRightClick twitterSection" data=" ">

ଅର୍ପିତା ହେଉଛନ୍ତି ଗିରଫ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ । ପ୍ରାର୍ଥଙ୍କୁ ଗିରଫ ପରେ ଅର୍ପିତାଙ୍କ ଘରେ ମଧ୍ୟ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ତାଙ୍କ ଘରୁ ନଗଦ 20 କୋଟି ଟଙ୍କା ଜବତ ହେବା ପରେ ଅର୍ପିତାଙ୍କୁ ମଧ୍ୟ ଗତକାଲି ସଂଧ୍ୟାରେ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରିଥିଲା ଇଡି । ବେଲ୍‌ ଖାରଜ ହେବା ସହ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଜେରା ହେବେ ଅର୍ପିତା । ପୁଣି ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.