ETV Bharat / bharat

SSC Recruitment Case: ଅଙ୍କିତାଙ୍କ ଚାକିରିକୁ ଖାରଜ କଲେ କୋର୍ଟ, ବେତନ ଫେରାଇବାକୁ ନିର୍ଦ୍ଦେଶ

author img

By

Published : May 21, 2022, 7:29 AM IST

SSC ନିଯୁକ୍ତିରେ ଦୁର୍ନୀତି ନେଇ ଅଙ୍କିତା ଅଧିକାରୀଙ୍କ ବିରୋଧରେ କଠୋର ହେଲେ କୋଲକାତା ହାଇକୋର୍ଟ । ସରକାରୀ ଚାକିରିକୁ କଲେ ଖାରଜ । ଅଧିକ ପଢନ୍ତୁ

SSC recruitment case: ଅଙ୍କିତାଙ୍କ ଚାକିରୀକୁ ଖାରଜ କଲେ ହାଇକୋର୍ଟ, ବେତନ ଫେରାଇବାକୁ ନିର୍ଦ୍ଦେଶ

କୋଲକାତା: ଏସଏସସି(SSC)ରେ ନିଯୁକ୍ତି ଦୁର୍ନୀତି(School Service Commission Recruitment Scam) ମାମଲା । କୋଲକାତା ହାଇକୋର୍ଟ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାରେଶ ଅଧିକାରୀଙ୍କ ଝିଅ ଅଙ୍କିତା ଅଧିକାରୀଙ୍କ ଚାକିରିକୁ ଖାରଜ କରିଦେଇଛନ୍ତି । ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବେଞ୍ଚ ଅଙ୍କିତାଙ୍କୁ ପୂର୍ବ କାର୍ଯ୍ୟକାଳ ପାଇଁ ଦିଆଯାଇଥିବା ବେତନକୁ ମଧ୍ୟ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- SSC Recruitment Scam: CBI ଆଗରେ ହାଜର ହେଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଏହାସହ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ଯିବାକୁ ମଧ୍ୟ ତାଙ୍କୁ ଅନୁମତି ଦିଆଯାଇନାହିଁ । ୨୦୧୮ ନଭେମ୍ବର ମାସରୁ ପାଇଥିବା ବେତନକୁ ଦୁଇଟି କିସ୍ତିରେ ଫେରସ୍ତ କରିବାକୁ ପଡିବ ବୋଲି ଉଲ୍ଲେଖ କରିଛନ୍ତି ବେଞ୍ଚ । ସିବିଆଇ ଉଭୟଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିବାର ଗୋଟିଏ ଦିନ ପରେ ଏହି ରାୟ ଆସିଛି । ଏହି ବାପ-ଝିଅଙ୍କ ବିରୋଧରେ ଅନ୍ୟ ଅଭିଯୋଗ ଆଧାରରେ ଧାରା ୪୨୦ (ପ୍ରତାରଣା ଏବଂ ଅସାଧୁତା) ଏବଂ ୧୨୦B (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ମାମଲା ଦାଏର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.