ETV Bharat / bharat

ଶାହରୁଖ ଖାନ ଜଲୱା: ଏକା ସାଙ୍ଗରେ ସ୍କ୍ରିନିଂ କରିବ ଡିଡିଏଲଜେ ଏବଂ ପଠାନ

ବକ୍ସ ଆଫିସରେ ଧମାଲ କରୁଛି ଶାହରୁଖ ଖାନ ଷ୍ଟାରର ଫିଲ୍ମ ପଠାନ । ଗତ ୨୮ ବର୍ଷ ଧରୀ ମରାଠା ମନ୍ଦିର ସିନେମା ହଲରେ ଫିଲ୍ମ ଦିଲୱାଲେ ଦୁଲହାନିଆର ସ୍କ୍ରିନିଂ ରହିଛି ଜାରି । G7 ମଲ୍ଟିପ୍ଲେକ୍ସର ପଠାନର ସ୍କ୍ରିନିଂ କରାଯିବା ନେଇ ସୂଚନା ଦେଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ଅଧିକ ପଢ଼ନ୍ତୁ

ବକ୍ସ ଆଫିସରେ ଧମାଲ କରୁଛି ଶାହରୁଖ ଖାନ ଷ୍ଟାରର ଫିଲ୍ମ ପଠାନ

author img

By

Published : Jan 30, 2023, 10:02 AM IST

ନୂଆଦିଲ୍ଲୀ: ବକ୍ସ ଆଫିସରେ ଧମାଲ କରୁଛି ଶାହରୁଖ ଖାନ ଷ୍ଟାରର ଫିଲ୍ମ ପଠାନ । ରିଲିଜ ହେବାର 4 ଦିନ ମଧ୍ଯରେ 4ଶହ କୋଟି ଟଙ୍କାର ବ୍ୟବସାୟ କରିସାରିଛି ଫିଲ୍ମ ପଠାନ । ୪ ବର୍ଷ ପରେ ଶାହରୁଖ ଖାନଙ୍କୁ ବଡ ପରଦାରେ ଦେଖିବା ପାଇଁ ସିନେମା ହଲ ବାହାରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସିନେମା ହଲଗୁଡିକରେ ଦର୍ଶକଙ୍କ ହ୍ୱିସିଲ୍ ଏବଂ କରତାଳିରେ ଥିଏଟର ପ୍ରକମ୍ପିତ ହେଉଛି । ପଠାନ ଫିଲ୍ମକୁ ନେଇ ଦର୍ଶକଙ୍କ କ୍ରେଜକୁ ଦେଖି ଯେ ମୁମ୍ବାଇର ଆଇକନିକ ମରାଠା ମନ୍ଦିର ଥିଏଟରରେ ଏକ ସମୟରେ ପଠାନ ଏବଂ ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ ସ୍କ୍ରିନିଂ କରାଯିବା ନେଇ ଥିଏଟର ମାଲିକ ସୂଚନା ଦେଇଛନ୍ତି ।

ତେବେ ଗତ ୨୮ ବର୍ଷ ଧରି ମରାଠା ମନ୍ଦିର ସିନେମା ହଲରେ ଫିଲ୍ମ ଦିଲୱାଲେ ଦୁଲହାନିଆର ସ୍କ୍ରିନିଂ ଜାରି ରହିଛି । ଦର୍ଶକଙ୍କ ଉତ୍ସାହକୁ ନଜରରେ ରଖି ମରାଠା ମନ୍ଦିର ତଥା G7 ମଲ୍ଟିପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୋଜ ଦେଶାଇ ପଠାନର ସ୍କ୍ରିନିଂ କରିବା ନେଇ କହିଛନ୍ତି ।

ଦେଶାଇ କହିଛନ୍ତି ମୁମ୍ବାଇର G7 ମଲ୍ଟିପ୍ଲେକ୍ସର ଥିଏଟରରେ ପଠାନର ସ୍କ୍ରିନିଂ କରାଯିବ । "ମଲ୍ଟିପ୍ଲେକ୍ସରେ ୧୦୦୦-୧୦୦୦ ସିଟ୍ କ୍ଷମତା ବିଶିଷ୍ଟ ୨ଟି ଥିଏଟରରେ ଏହି ଫିଲ୍ମର ସ୍କ୍ରିନିଂ କରାଯାଉଛି । ଏହି ଫିଲ୍ମ ପାଇଁ ଦର୍ଶକଙ୍କ କ୍ରେଜକୁ ଦେଖିବାକୁ ମିଳିଛି । ୨୦୦୦ ଲୋକ ଏହି ଫିଲ୍ମ ଦେଖୁଥିବା ବେଳେ, ଆଉ ୨୦୦୦ ଲୋକ ବାହାରେ ଆପେକ୍ଷାରେ ଅଛନ୍ତି । ପାଦ ରଖିବାକୁ ସ୍ଥାନ ନହିଁ। ଶନିବାର ଫିଲ୍ମ ବହୁତ ଭଲ ବ୍ୟବସାୟ କରିଥିବା ବେଳେ, ରବିବାର ବି ହାଉସ ଫୁଲ ଥିଲା । ମୋର ଦ୍ୱିତୀୟ ଥିଏଟର ମରାଠା ମନ୍ଦିରରେ 28 ବର୍ଷ ଧରି କେବଳ ଶାହରୁଖଙ୍କ ଫିଲ୍ମ ଡିଡିଏଲଜେ ଚାଲୁଛି ଏବଂ ବର୍ତ୍ତମାନ ପଠାନ ଅନ୍ୟ ଏକ ଥିଏଟରରେ ଜାରି ରହିବ ।"

ବହୁ ବାଦବିବାଦ ଓ ବୟକଟ୍ ଟ୍ରେଣ୍ଡ ଭିତରେ ଶାହରୁଖ ଖାନଙ୍କ ଫିଲ୍ମ ପଠାନ ରିଲିଜ ହୋଉଥିଲା । ବେଶରମ୍ ରଙ୍ଗ ଗୀତକୁ ନେଇ ବିବାଦ ସତ୍ତ୍ବେ ସାରା ଦେଶରେ ଦେଖିବାକୁ ମିଳିଛି ପଠାନ କ୍ରେଜ । ବୟକଟ୍ ଟ୍ରେଣ୍ଡ କୁ ନେଇ ଦେଶାଇ କହିଛନ୍ତି, "ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ନିର୍ମିତ ହୋଇଛି । ଏହାକୁ ମନୋରଞ୍ଜନ ଭାବରେ ଦେଖାଯିବା ଉଚିତ । ହିନ୍ଦୁ-ମୁସଲମାନ କୌଣସି ଦର୍ଶକ ହିନ୍ଦୁ କିମ୍ବା ମୁସଲମାନ ଫିଲ୍ମ ଦେଖିବା ପାଇଁ ଟିକେଟ କିଣନ୍ତି ନାହିଁ । ସେମାନେ ପସନ୍ଦ କରୁଥିବା ଚଳଚ୍ଚିତ୍ର ହିଁ ଦେଖନ୍ତି ।"

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.