ETV Bharat / bharat

ସହଜ ହେଲା ଶ୍ରୀନଗର-ଶାରଜାହ ଯାତ୍ରା, ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

author img

By

Published : Oct 24, 2021, 10:12 AM IST

ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଶ୍ରୀନଗରରୁ ୟୁଏଇର ଶାରଜାହକୁ ଆରମ୍ଭ । ଶୈଖ-ଉଲ୍-ଆଲାମ୍ ଇଣ୍ଟରନ୍ୟାସନାଲରୁ ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

Srinagar-Sharjah Flight Flagged Off by Amit Shah
ସହଜ ହେଲା ଶ୍ରୀନଗର-ଶାରଜାହ ଯାତ୍ରା, ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

ଶ୍ରୀନଗର: ସହଜ ହେଲା ଶ୍ରୀନଗରରୁ ୟୁଏଇ ବୁଲିବା । ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଶ୍ରୀନଗରରୁ ୟୁଏଇର ଶାରଜାହକୁ ଆରମ୍ଭ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଶୈଖ-ଉଲ୍-ଆଲାମ୍ ଇଣ୍ଟରନ୍ୟାସନାଲରୁ ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି ।

  • जम्मू-कश्मीर के समग्र विकास हेतु प्रधानमंत्री श्री @narendramodi जी की प्रतिबद्धता व निरंतर प्रयासों से शुरू हो रही इस उड़ान से 11 साल बाद श्रीनगर हवाई अड्डे को पुनः अंतर्राष्ट्रीय हवाई अड्डे की पहचान मिलेगी साथ ही यह J&K के लोगों को आत्मनिर्भर बनाने में गेम चेंजर सिद्ध होगी। pic.twitter.com/W7JCL1bS5e

    — Amit Shah (@AmitShah) October 23, 2021 " class="align-text-top noRightClick twitterSection" data=" ">

ଏହି ଅନ୍ତର୍ଜାତୀୟ ବିମାନ ସେବା ଦ୍ବାରା ଭାରତ ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ଶ୍ରୀନଗର ମେୟର ଜୁନାଦ ଆଜିମ ମତ୍ତୁ କହିଛନ୍ତି । ମତ୍ତୁ କହିଛନ୍ତି ଯେ, 'ଏହା ଏକ ବଡ ମାଇଲଖୁଣ୍ଟ । ଏହା ହେଉଛି ଦୁଇଟି ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା, ଯାହା ୨ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ, ସାମାଜିକ ଏବଂ ଆଶା କରୁଛି ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ସହାୟକ ହେବ । ଏହା ମଧ୍ୟ ପର୍ଯ୍ୟଟନ କ୍ଷେତ୍ରର ଉନ୍ନଦି ଦିଗରେ ଲାଭପ୍ରଦ ହେବ । ମଧ୍ୟ ପୂର୍ବ ଅଞ୍ଚଳବାସୀ ସହଜରେ ଗମନାଗମନ କରିପାରିବେ ।'

ଜାମ୍ମୁ କାଶ୍ମୀରବାସୀଙ୍କ କଲ୍ୟାଣ ଦିଗରେ ସରକାର ଏକ ଭଲ ପଦକ୍ଷେପ ନେଉଛନ୍ତି । ଏହି ନିଷ୍ପତ୍ତିରେ ଯୁବକମାନେ ମଧ୍ୟ ବହୁତ ଖୁସିଥିବା ଜୁନାଦ ଆଜିମ କହିଛନ୍ତି । ତେବେ ସନ୍ଧ୍ୟା ୬.୩୦ ରୁ ଶ୍ରୀନଗରରୁ ବିମାନ ଉଡାଣ ଆରମ୍ଭ କରି ରାତି ୯.୩୦ରେ ପହଞ୍ଚିବ । ଯାତ୍ରୀଙ୍କ ପାଇଁ କୋଭିଡ୍ ଗାଇଡଲାଇନ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ରଖାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.