ଶ୍ରୀନଗର: ଭାରତରେ ଅନୁଭୂତ ହୋଇଯାଇଛି ଶୀତ । ତେବେ ଚଳିତ ବର୍ଷ ଜମ୍ମୁ କାଶ୍ମୀର ଶ୍ରୀନଗରରେ ଅନୁଭୂତ ହୋଇଛି ହାଡଭଙ୍ଗା ଶୀତ । ଶନିବାର ରାତିରେ ଶ୍ରୀନଗରର ତାପମାତ୍ରା ମାଇନସ 1.4ଡିଗ୍ରୀ ସେଲସିୟସ ଥିବା ଆକଳନ କରାଯାଇଛି ।
ଜମ୍ମୁ କାଶ୍ମୀରରେ ମାଇନସ୍ 2.8ଡିଗ୍ରୀ ସେଲସିୟସ ସହ ପହଲଗମ୍ ସବୁଠାରୁ ଶୀତଳ ସ୍ଥାନ ଥିଲା । ହେଲେ ଶନିବାର ଶ୍ରୀନଗର ଏହାକୁ ଟପି ସବୁଠୁ ଥଣ୍ଡା ସହରରେ ପରିଗଣିତ ହୋଇଛି ବୋଲି କହିଛନ୍ତି ସ୍ଥାନୀୟ ଏମଇଟି ଅଧିକାରୀ । ତେବେ ଆସନ୍ତା ନଭେମ୍ବର 14ସୁଦ୍ଧା ତାପମାତ୍ରା ଆହୁରି ହାସ୍ର ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଜମ୍ମୁ ସହରରେ ସର୍ବନିମ୍ନ ତାପମାତ୍ରା 12.2 ଥିବାବେଳେ କାଟ୍ରା ବେସ କ୍ୟାମ୍ପର ମାତା ବୈଷ୍ଣଦେବୀ ମନ୍ଦିରରେ ତାପମାତ୍ରା 12ଡିଗ୍ରୀ ସେଲସିୟସ ରହିଥିଲା । ଅନ୍ୟପଟେ ଜମ୍ମୁ କାଶ୍ମୀର ଡିଭିଜନର ବାନିହାଲ, ବଟୋଟେ ଏବଂ ବଦରୱା ସହରରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 3.4, 6.8 ଏବଂ 3.4 ରହିଥିଲା |
ସେପଟେ ଲଦାଖ ୟୁନିଅନ ଅଞ୍ଚଳର ଲେହ ସହର ରବିବାର ସର୍ବନିମ୍ନ ତାପମାତ୍ରା ମାଇନସ୍ 10.6 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ କାର୍ଗିଲରେ ମାଇନସ୍ 4.2ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ