ETV Bharat / bharat

ଶ୍ରୀନଗରରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ଆଉ 2 ଆତଙ୍କୀ

author img

By

Published : Nov 15, 2021, 10:46 PM IST

ଆତଙ୍କୀ ବିରୋଧୀ ଅଭିଯାନରେ ପୁଣି ସେନାକୁ ସଫଳତା । ସଫା ହେଲେ ଆଉ 2 ଆତଙ୍କୀ । ଟ୍ୱିଟ କରି ସୂଚନା ଦେଲା ସେନା । ଅଧିକ ପଢନ୍ତୁ

ଶ୍ରୀନଗରରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ଆଉ 2 ଆତଙ୍କୀ
ଶ୍ରୀନଗରରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ଆଉ 2 ଆତଙ୍କୀ

ଶ୍ରୀନଗର: ଘାଟିରେ ଜାରି ରହିଥିବା ଆତଙ୍କୀ ବିରୋଧୀ ଅଭିଯାନରେ ପୁଣି ସେନାକୁ ସଫଳତା । ସେନା ଗୁଳିରେ ନପାତ ହୋଇଛନ୍ତି ଆଉ 2 ଆତଙ୍କୀ । ଆଜି(ସୋମବାର) ଶ୍ରୀନଗରର ହାଇଦରପୋରା ଅଞ୍ଚଳରେ ହୋଇଥିବା ଏହି ଅପରେସନରେ ସେନା ଗୁଳିରେ ଦୁଇ ଆତଙ୍କୀ ଟଳିଥିବା ସେନା ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଉକ୍ତ ଅଞ୍ଚଳରେ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବାହିନୀ । ସନ୍ଧ୍ୟା ପ୍ରାୟ 6.30 ସମୟରେ ଆତଙ୍କୀଙ୍କ ସହ ଯବାନଙ୍କ ସାମ୍ନାସାମ୍ନି ହେବା ସହ ଗୁଳି ବିମିମୟ ଆରମ୍ଭ ହୋଇଥିଲା। ଏଥିରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସେନା ସଫଳ ହୋଇଛି । ଘଟଣାସ୍ଥଳରୁ କିଛି ଜୀବନ୍ତ ଗୁଳି ସହ ଗୋଟିଏ AK-47 ରାଇଫଲ ମଧ୍ୟ ଉଦ୍ଧାର କରାଯାଇଥିବା ସେନା କହିଛି । ନିହତ 2ଆତଙ୍କୀ କେଉଁ ଗୋଷ୍ଠୀ ସହ ଜଡିତ ଥିଲେ ତାହା ସ୍ପଷ୍ଟ ହୋଇ ନଥିବାବେଳେ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.