ETV Bharat / bharat

ନରଓ୍ବେ, ଇରାକ ଓ ଅଷ୍ଟ୍ରେଲିଆରେ ଦୂତାବାସ ବନ୍ଦ କରିବ ଶ୍ରୀଲଙ୍କା

author img

By

Published : Apr 5, 2022, 9:46 PM IST

ବିଭିନ୍ନ ଦେଶରେ ଦୂତାବାସ ବନ୍ଦ କରିବ ଶ୍ରୀଲଙ୍କା । ନରଓ୍ବେ, ଇରାକ ଓ ଅଷ୍ଟ୍ରେଲିଆରେ ଚଳିତ ମାସ 30 ତାରିଖରୁ ବିଦେଶ ସେବା ବନ୍ଦ ହେବା ନେଇ ଶ୍ରୀଲଙ୍କା ବିଦେଶ ମନ୍ତ୍ରଣାଳୟ ଦେଲା ସୂଚନା । ଅଧିକ ପଢନ୍ତୁ

ନରଓ୍ବେ, ଇରାକ ଓ ଅଷ୍ଟ୍ରେଲିଆରେ ଦୂତାବାସ ବନ୍ଦ କରିବ ଶ୍ରୀଲଙ୍କା
ନରଓ୍ବେ, ଇରାକ ଓ ଅଷ୍ଟ୍ରେଲିଆରେ ଦୂତାବାସ ବନ୍ଦ କରିବ ଶ୍ରୀଲଙ୍କା

କଲମ୍ବୋ: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଦେଶର ବୈଦେଶିକ ସେବା ମଧ୍ୟ ପ୍ରଭାବିତ ହେବାକୁ ଯାଉଛି । ଏପ୍ରିଲ 30ରୁ ବିଭିନ୍ନ ଦେଶରେ ଶ୍ରଲଙ୍କାର ଦୂତାବାସ ଓ କୂଟନୈତିକ ସେବା ବନ୍ଦ କରିବାକୁ ଶ୍ରୀଲଙ୍କା ଘୋଷଣା କରିଛି । ନରଓ୍ବେ ଓ ଇରାକରେ ଅବସ୍ଥାପିତ ଶ୍ରୀଲଙ୍କା ଦୂତାବାସ ବନ୍ଦ ହେବା ସହ ଅଷ୍ଟ୍ରେଲିଆର ରାଜଧାନୀ ସିଡିନିରେ ମଧ୍ୟ ବିଦେଶ ସେବା ପ୍ରଭାବିତ ହେବାକୁ ଯାଉଥିବା ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଦ୍ବୀପ ରାଷ୍ଟ୍ର ଶ୍ରୀଲଙ୍କା 1948ରେ ସ୍ବାଧୀନ ଦେଶ ଭାବେ ଆତ୍ମପ୍ରକାଶ କରିବା ପରଠାରୁ ବର୍ତ୍ତମାନ ଇତିହାସର ସବୁଠୁ ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଜନ ଅସନ୍ତୋଷ ପାଇଁ ରାଜନୈତିକ ଅସ୍ଥିରତା ମଧ୍ୟ ଲାଗି ରହିଛି । କିଛି ସଦସ୍ୟଙ୍କ ଇସ୍ତଫା ପରେ ଗୋତବାୟା ସରକାର ବହୁମତ ହରାଇ ସାରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଗୋତବାୟା ରାଜପାକ୍ସେ ନେତୃତ୍ବାଧୀନ ମେଣ୍ଟରୁ ବର୍ତ୍ତମାନ ସୁଦ୍ଧା 41 ନିର୍ବାଚିତ ସଦସ୍ୟ ସମର୍ଥନ ପ୍ରତ୍ୟାହାର କରି ସାରିଲେଣି । ଏପରି ସ୍ଥଳେ ଗୋତବାୟା ସରକାର ଅଳ୍ପମତକୁ ଆସି ସାରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଅସ୍ଥିତ୍ବ ବଜାୟ ରଖିବା ପାଇଁ ମିଳିତ ସରକାର ପାଇଁ ରାଷ୍ଟ୍ରପତି ବିରୋଧୀଙ୍କୁ ନିମନ୍ତ୍ରଣ କରିସାରିଥିଲେ ସୁଦ୍ଧା ତାହା ବିରୋଧୀଙ୍କ ଦ୍ବାରା ଗ୍ରହଣୀୟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.