ETV Bharat / bharat

ଆଟର୍ଣ୍ଣି ଜେନେରାଲ ହେବାକୁ ମନା କଲେ ମୁକୁଲ ରୋହତଗୀ - Senior Advocate Mukul Rohatgi attorney general

ଭାରତ ସରକାରଙ୍କ ଆଟର୍ଣ୍ଣି ଜେନେରାଲ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ବରିଷ୍ଠ ଓକିଲ ମୁକୁଲ ରୋହତଗୀ (Sr Adv Mukul Rohatgi) । ପ୍ରତ୍ୟାଖାନ କରିବା ପଛରେ କୌଣସି କାରଣ ନଥିବା କଥା କହିଛନ୍ତି ରୋହତଗୀ । ଅଧିକ ପଢନ୍ତୁ

ଏଟର୍ଣ୍ଣି ଜେନେରାଲ ହେବାକୁ ମନାକଲେ ମୁକୁଲ ରୋହତଗୀ

author img

By

Published : Sep 26, 2022, 11:00 AM IST

Updated : Sep 26, 2022, 2:18 PM IST

ନୂଆଦିଲ୍ଲୀ: ଦେଶର ସୁନାମଧନ୍ୟ ତଥା ବରିଷ୍ଠ ଓକିଲ ମୁକୁଲ ରୋହତଗୀ(Sr Adv Mukul Rohatgi) ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ନିଯୁକ୍ତି ପାଇଁ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି । ଚଳିତମାସ ଶେଷରେ କେକେ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଶେଷହେବ । ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟରେ ସେ ଅକ୍ଟୋବର ପହିଲାରୁ ଏହି ଦାୟିତ୍ବ ନେବେ ବୋଲି କୁହାଯାଉଥିଲା । ତେବେ ମୁକୁଲ ରୋହତଗୀ ପ୍ରତ୍ୟାଖାନ କରିବାର କାରଣ ଜଣାପଡିନାହିଁ । ବର୍ତ୍ତମାନ ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ଅଛନ୍ତି କେକେ ବେଣୁଗୋପାଳ। ସେ ୨୦୧୭ ଜୁନ ୩୦ରୁ ପଦଭାର ଗ୍ରହଣ କରିଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୩ ବର୍ଷ ଥିଲା । ପରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଏଟର୍ଣ୍ଣି ଜେନେରାଲ ଭାବେ କେକେ ବେଣୁଗୋପାଳଙ୍କୁ ପୁନଃନିଯୁକ୍ତି

ଏନେଇ ମୁକୁଲ ରୋହତଗୀ ଏକ ଅଗ୍ରଣୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, "ସରକାରଙ୍କ ପ୍ରସ୍ତାବ ଅସ୍ଵୀକାର କରିବା ପଛରେ ସେମିତି କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। "

ରୋହତଗୀଙ୍କ ପରେ କେକେ ବେଣୁଗୋପାଳ ୨୦୧୭ ଜୁଲାଇ ୧୫ରୁ ଏଜି ଦାୟିତ୍ଵ ଗ୍ରହଣ କରିଥିଲେ। ଏଥିସହିତ ତାଙ୍କ କାର୍ଯ୍ୟକାଳକୁ ତିନି ଥର ବୃଦ୍ଧି କରାଯାଇଥିଲା । ୨୦୨୦ରେ ତିନି ବର୍ଷର କାର୍ଯ୍ୟକାଳ ସରିବା ପରେ ବି ସେ ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ସେ ରାଜି ହୋଇଥିଲେ । ସୁପ୍ରିମକୋର୍ଟର ଆଡଭୋକେଟ୍ ଅଫ୍ ରେକର୍ଡ (AOR) ପ୍ରତୀକ ଚଢା କହିଛନ୍ତି ଯେ, ରୋହତଗୀ ଆଟର୍ଣ୍ଣି ଜେନେରାଲ ଏକ ଯୋଗ୍ୟ ବ୍ୟକ୍ତି ଅଟନ୍ତି ।

ଜଣେ ଭେଟେରାନ ଓକିଲ ରୋହତଗୀ ସୁପ୍ରିମକୋର୍ଟ ତଥା ଦେଶର ହାଇକୋର୍ଟରେ ଅନେକ ହାଇ-ପ୍ରୋଫାଇଲ ମାମଲାକୁ ସାମ୍ନା କରିଛନ୍ତି। ସେ 1955 ଅଗଷ୍ଟ 17ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । 1978ରେ ଦିଲ୍ଲୀର ବାର୍ କାଉନସିଲରେ ନାମ ଲେଖାଇ ସେ 1994ରେ ଦୁଇ ଦଶନ୍ଧି ମଧ୍ୟରେ ଜଣେ ବରିଷ୍ଠ ଆଇନଜୀବୀ ଭାବରେ ନିଯୁକ୍ତ ହୋଇଥିଲେ । 2014 ରେ ଆରମ୍ଭ ହୋଇ 2017 ପର୍ଯ୍ୟନ୍ତ ଜାରି ରହିଥିବା ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ, ରୋହତଗୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସରକାରଙ୍କୁ ରକ୍ଷା କରିଥିଲେ। ଭାରତୀୟ ଜନତା ପାର୍ଟି (BJP) ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଏଜି ଭାବରେ ନିଯୁକ୍ତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 26, 2022, 2:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.