ETV Bharat / bharat

SpiceJet ମୁଖ୍ୟଙ୍କ ନାମରେ ଚଞ୍ଚକତା ଅଭିଯୋଗ

author img

By

Published : Jul 12, 2022, 8:32 PM IST

ବିମାନ କମ୍ପାନୀ ସ୍ପାଇସଜେଟ୍ ମୁଖ୍ୟଙ୍କ ନାମରେ ବ୍ୟବସାୟିକ ଚଞ୍ଚକତା ଅଭିଯୋଗ । ମାମଲା ରୁଜୁ କଲା ଗୁରୁଗ୍ରାମ ପୋଲିସ । ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ଦର୍ଶାଇଲା କମ୍ପାନୀ । ଅଧିକ ପଢନ୍ତୁ

ସ୍ପାଇସଜେଟ୍ ମୁଖ୍ୟଙ୍କ ନାମରେ ଚଞ୍ଚକତା ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଘରୋଇ ଏୟାର ଲାଇନ୍ସ ସ୍ପାଇସଜେଟ ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂଙ୍କ ବିରୋଧରେ ବ୍ୟବସାୟିକ ଚଞ୍ଚକତା ଅଭିଯୋଗ । କମ୍ପାନୀର ସେୟାର ଆବଣ୍ଟନରେ ଅଜୟ ଚଞ୍ଚକତା କରିଥିବା ଅଭିଯୋଗ କରିଛନ୍ତି ଅମିତ ଅରୋରା ନାମକ ଜଣେ ବ୍ୟକ୍ତି ।

ଅମିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଜୟ ସିଂ ତାଙ୍କୁ 10 ଲକ୍ଷ ସେୟାରର ନକଲି ଡିପୋଜିଟୋରୀ ନିର୍ଦ୍ଦେଶନାମା ସ୍ଲିପ (DIS) ଦେଇଛନ୍ତି । କମ୍ପାନୀ ପକ୍ଷରୁ ଏହାକୁ ଖଣ୍ଡନ କରିଯିବା ସହ କମ୍ପାନୀ ମୁଖ୍ୟ ଅଜୟ ସିଂଙ୍କ ବିରୋଧରେ ଏହା ଏକ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ବୋଲି କୁହାଯାଇଛି ।

ଅଭିଯୋଗ ଆସିବା ପରେ ଗୁରୁଗ୍ରାମ ପୋଲିସ ଅଜୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ୟପଟ ବିମାନ କମ୍ପାନୀର ପ୍ରବକ୍ତା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ମଦ ବ୍ୟବସାୟୀ ଅମିତ ଆରୋରାଙ୍କ ସହିତ କମ୍ପାନୀର କୌଣସି ବ୍ୟବସାୟିକ ଚୁକ୍ତି ନାହିଁ । ଉଦ୍ଦେଶ୍ୟମୂଳକ ଭାବେ ଅଜୟଙ୍କ ଛବି ଓ ତାଙ୍କ ବ୍ୟବସାୟକୁ ପ୍ରଭାବିତ କରିବା ପାଇଁ ଅଭିଯୋଗକାରୀ ଏପରି ଅଭିଯୋଗ କରିଥିବା ସଂସ୍ଥାର ମୁଖପାତ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.