ETV Bharat / bharat

ସ୍ପାଇସଜେଟରେ ମୁହାଁମୁହିଁ ହେଲେ ଦୁଇ ଯାତ୍ରୀ, ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କଲା ଏୟାରଲାଇନ୍ସ

ନୂଆଦିଲ୍ଲୀ ବିମାନ ବନ୍ଦରରେ ବିମାନରେ ଦୁଇ ଯାତ୍ରୀ ଓ ବିମାନ ମହିଳା କର୍ମଚାରୀ ମୁହାମୁହିଁ । ଦୁଇ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ସୁରକ୍ଷାକର୍ମୀଙ୍କୁ ଜିମା ଦେଲା ଏୟାରଲାଇନ୍ସ । ଅଧିକ ପଢନ୍ତୁ

ସ୍ପାଇସଜେଟରେ ମୁହାଁମୁହିଁ
ସ୍ପାଇସଜେଟରେ ମୁହାଁମୁହିଁ
author img

By

Published : Jan 23, 2023, 10:13 PM IST

ସ୍ପାଇସଜେଟରେ ମୁହାଁମୁହିଁ

ହାଇଦ୍ରାବାଦ: ନୂଆଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିବାକୁ ଥିବା ସ୍ପାଇସଜେଟ ବିମାନରେ ଦୁଇ ଯାତ୍ରୀ ଓ ମହିଳା କ୍ର୍ୟୁ ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ଘଟଣା ସାମ୍ନାକୁ ଆସିଛି । ଏଥିରେ ଉତ୍ତେଜିତ ହୋଇ ଜଣେ ଯାତ୍ରୀ ବିମାନର ମହିଳା କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଏପରି ଘଟଣା ପରେ ସମ୍ପୃକ୍ତ ଦୁଇଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ସୁରକ୍ଷାକର୍ମୀଙ୍କ ଜରିଆରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଖବର ସରବରାହ ସଂସ୍ଥା ANI ଅନୁଯାୟୀ, ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିବାକୁ ଥିବା ସ୍ପାଇସଜେଟ ବିମାନ SG-8133 ରେ ପ୍ରଥମେ ଦୁଇଜଣ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ପରେ ବିମାନ କ୍ରୁ ସଦସ୍ୟ ସେଥିରେ ହସ୍ତକ୍ଷେପ କରିଥିଲେ । ସେଥିମଧ୍ୟରୁ ଜଣେ ବୟସ୍କ ଯାତ୍ରୀ ଉତ୍ତେଜିତ ହୋଇ ବିମାନର ମହିଳା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ତାଙ୍କୁ ବୁଝାସୁଝା କରି ନିଜ ଆସନରେ ବସିବା ପାଇଁ ପ୍ରୟାସ କରାଯାଉଥିଲେ ସୁଦ୍ଧା ବେଶ କିଛି ସମୟ ଧରି ଯୁକ୍ତିତର୍କ ଲାଗି ରହିଥିଲା । ସେ ମହିଳା କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ବିମାନ ଟେକ-ଅଫ କରିବା ପୂର୍ବରୁ ଏହି କାଣ୍ଡ ଘଟିଥିଲା । କାର୍ଯ୍ୟାନୁଷ୍ଠାନ ସ୍ବରୁପ ଏପରି କରିଥିବା ଦୁଇ ଯାତ୍ରୀଙ୍କୁ ଯାତ୍ରାରୁ ବାରଣ କରାଯାଇଛି । ଉଭୟଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜିମା ଦିଆଯାଇଥିଲା । ପରେ ବିମାନଟି ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଏୟାରଲାଇନ୍ସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

ଗତବର୍ଷ (2022) 26 ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ପୁରୁଷ ଯାତ୍ରୀ ଅନ୍ୟଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଦିଲ୍ଲୀ ପୋଲିସ ଓ ବିମାନ କମ୍ପାନୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଅଭିଯୁକ୍ତ ଗିରଫ ହୋଇ ଏବେ ଜେଲରେ ରହିଛନ୍ତି । ସେହିପରି ବିମାନରେ ଯାତ୍ରୀଙ୍କ ଦ୍ବାରା ଅନ୍ୟ କୌଣସି ଅପ୍ରିତିକର ସ୍ଥିତି ସୃଷ୍ଟି ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିସିଏ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି । ସମସ୍ତ ବିମାନ କମ୍ପାନୀ ମଧ୍ୟ ଏହିପରି ଘଟଣା ପ୍ରତି ମଧ୍ୟ ତତ୍ପରତା ପ୍ରକାଶ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.