ETV Bharat / bharat

କାମ କଲାନି ୱେଦର ରାଡାର, କୋଲକାତା ଫେରିଲା ସ୍ପାଇସଜେଟ ବିମାନ

author img

By

Published : Jul 6, 2022, 6:49 PM IST

ୱେଦର ରାଡାର ଅଚଳ ହୋଇଯିବାରୁ କୋଲକାତା ଫେରିଲା ଚୀନ ଯାଉଥିବା ସ୍ପାଇସଜେଟର ମାଲବାହୀ ବିମାନ । ବାରମ୍ବାର ଯାନ୍ତ୍ରିକ ତ୍ରୁଟି ନେଇ ସ୍ପାଇସଜେଟକୁ କାରଣ ଦର୍ଶାଇ ନୋଟିସ ଜାରି କଲା DGCA । ଅଧିକ ପଢନ୍ତୁ

କାମ କଲାନି ୱେଦର ରାଡାର, କୋଲକାତା ଫେରିଲା ଚୀନ ଯାଉଥିବା ସ୍ପାଇସଜେଟ ବିମାନ

ନୂଆଦିଲ୍ଲୀ: ସ୍ପାଇସଜେଟର ଏକ ମାଲବାହୀ ବିମାନ ମଙ୍ଗଳବାର କୋଲକାତାରୁ ଚୀନ ଅଭିମୁଖେ ଯାଉଥିଲା । କିନ୍ତୁ ବିମାନର ୱେଦର ରାଡାର (weather radar) କାମ ନ କରିବାରୁ ବିମାନଟି ପୁଣି ଥରେ କୋଲକାତା ଫେରି ଆସିଛି । ମାଲବାହୀ ବିମାନଟି ଚୀନର ଚୋକ୍ବିଂଙ୍ଗ (Chongqing) ସହରକୁ ଯାଉଥିଲା । କିନ୍ତୁ ଉଡାଣ ଭରିବାର କିଛି ସମୟ ପରେ ବିମାନର ୱେଦର ରାଡାର ଅଚଳ ହୋଇଯାଇଥିବା ପାଇଲଟ ଜାଣିବାକୁ ପାଇଥିଲେ । ଏହାପରେ ସେ କୋଲକାତା ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ । ମଙ୍ଗଳବାର ଗୋଟିଏ ଦିନରେ ସ୍ପାଇସଜେଟର ତିନୋଟି ବିମାନରେ ଯାନ୍ତ୍ରିତ ତ୍ରୁଟିର ଖବର ସାମ୍ନାକୁ ଆସିଛି ।

ଗତ ୧୮ ଦିନ ଭିତରେ ଏହା ସ୍ପାଇସଜେଟର ଅଷ୍ଟମ ଯାନ୍ତ୍ରିକ ତ୍ରୁଟି ମାମଲା ଅଟେ । ଏନେଇ ଡିଜିସିଏ(DGCA) ସ୍ପାଇସଜେଟକୁ କାରଣ ଦର୍ଶାଅ ନୋଟିସ (show-cause notice) ଜାରି କରିଛି । ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି, ''ଜୁଲାଇ ୫ରେ ସ୍ପାଇସଜେଟର ବୋଇଙ୍ଗ ୭୩୭ ମାଲବାହୀ ବିମାନ କୋଲକାତାରୁ ଚୋକ୍ବିଂଙ୍ଗ ଯିବାର ଥିଲା । ହେଲେ ଉଡାଣ ଭରିବା ପରେ ଏହାର ୱେଦର ରାଡାର କୌଣସି ସୂଚନା ଦେଇନଥିଲା । ତେଣୁ ପାଇଲଟ-ଇନ-କମାଣ୍ଡ କୋଲକାତା ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିମାନଟି କୋଲକାତାରେ ସୁରକ୍ଷିତ ଅବତରଣ କରିଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.