ETV Bharat / bharat

Hardoi Road Accident: ବାଇକକୁ ପିଟିଲା ବସ୍‌, ୪ ମୃତ ୧୦ ଆହତ - ଉତ୍ତରପ୍ରଦେଶ ହାର୍ଦ୍ଦୋଇରେ ସଡକ ଦୁର୍ଘଟଣା

ଉତ୍ତର ପ୍ରଦେଶ ହାର୍ଦ୍ଦୋଇ ଜିଲ୍ଲା(Hardoi district)ର ସନ୍ଦିଲା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଜଣେ ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Hardoi Road Accident:ବାଇକକୁ ପିଟିଲା ବସ,୪ ମୃତ ୧୦ ଆହତ

author img

By

Published : May 15, 2022, 10:48 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସାନ୍ଦିଲା ଅଞ୍ଚଳର ହାର୍ଦୋଇରେ (Hardoi) ମର୍ମନ୍ତୁତ ସଡକ ଦୁର୍ଘଟଣା । ଦ୍ରୁତ ବେଗରେ ଆସୁଥିବା ଏକ ବସ୍‌, ବାଇକକୁ ଧକ୍କା ଦେବାଫଳରେ ଜଣେ ଶିଶୁ ସମେତ 4ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ପ୍ରାୟ 10 ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଉଛନ୍ତି ଆଶିଷ(୨୦), ସୁସମା(୩୦), ରୁହି(୨) ଓ ଶାରଳା(୩୫) । ତେବେ ସମସ୍ତ ମୃତକ ହାର୍ଦ୍ଦୋଇର ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ୟୁପିର ହାର୍ଦୋଇ ଜିଲ୍ଲାର କୋଟଓ୍ବାଲି ସାନ୍ଦିଲା ଅଞ୍ଚଳରେ(Kotwali Sandila area of Hardoi district) ଏ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁ ଥିବା ଏକ ଘରୋଇ ବସଟି ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବସଟି ନିୟନ୍ତ୍ରଣ ହରାଇ ରାସ୍ତା କଡକୁ ଖସିପଡିଥିଲା । ବସ୍‌ରେ ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ।

ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସାନ୍ଦିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକମାନେ ସାନ୍ଦିଲା ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.