ନୂଆଦିଲ୍ଲୀ: ଆଜି ସଂସଦ ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ । ଲୋକସଭାରେ ମହିଳା ସଂରକ୍ଷଣ ବିଲ ନେଇ ବତର୍କ ହୋଇଛି । ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଛନ୍ତି ସୋନିଆ ଗାନ୍ଧୀ । ଲୋକସଭାରେ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ବତର୍କକୁ ସମ୍ବୋଧନ କରିଛନ୍ତି । ଏହି ବିଲକୁ ପୂର୍ବରୁ ରାଜୀବ ଗାନ୍ଧୀ ଆଣିଥିଲେ । ବିଲରେ ଓବିସି, ଏସଏସଟିଙ୍କୁ ବି ସାମିଲ କରାଯାଉ । ଆଉ ବିଳମ୍ବ ନକରାଯାଇ ବିଲକୁ ତୁରନ୍ତ ପାସ୍ କରାଯାଉ । ଏହି ଦ୍ବାରା ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ପୂରଣ ହେବ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।
-
#WATCH | Women's Reservation Bill | Congress Parliamentary Party Chairperson Sonia Gandhi says, "This is an emotional moment of my own life as well. For the first time, Constitutional amendment to decide women's representation in local body election was brought by my life partner… pic.twitter.com/stm2Sggnor
— ANI (@ANI) September 20, 2023 " class="align-text-top noRightClick twitterSection" data="
">#WATCH | Women's Reservation Bill | Congress Parliamentary Party Chairperson Sonia Gandhi says, "This is an emotional moment of my own life as well. For the first time, Constitutional amendment to decide women's representation in local body election was brought by my life partner… pic.twitter.com/stm2Sggnor
— ANI (@ANI) September 20, 2023#WATCH | Women's Reservation Bill | Congress Parliamentary Party Chairperson Sonia Gandhi says, "This is an emotional moment of my own life as well. For the first time, Constitutional amendment to decide women's representation in local body election was brought by my life partner… pic.twitter.com/stm2Sggnor
— ANI (@ANI) September 20, 2023
ମହିଳା ସଂରକ୍ଷଣ ବିଲକୁ ନେଇ ଲୋକସଭା ଅନୁଷ୍ଠିତ ବିତର୍କରେ ସୋନିଆ ଗାନ୍ଧୀ କହିଛନ୍ତି, ଏହା ମୋ ଜୀବନ ପାଇଁ ଏକ ଭାବବିହ୍ବଳ ମୂହୁର୍ତ୍ତ । ପ୍ରଥମ ଥର ପାଇଁ ମହିଳାଙ୍କ ଭାଗିଦାରୀ ସ୍ଥିର କରିବା ପାଇଁ ସଂଶୋଧନ ମୋ ଜୀବନସାଥୀ ରାଜୀବ ଗାନ୍ଧୀ ଆଣିଥିଲେ । ରାଜ୍ୟସଭାରେ 7 ଭୋଟରେ ପାରିତ ହୋଇ ପାରନଥିଲା । ପରେ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ନରସିମ୍ହା ରାଓଙ୍କ ନେତୃତ୍ବରେ ଏହାକୁ ରାଜ୍ୟସଭାରେ ପାସ୍ କରାଯାଇଥିଲା । ପରିଣାମ ସ୍ୱରୁପ 15 ଲକ୍ଷ ମହିଳା ନେତ୍ରୀ ନିର୍ବାଚିତ ହୋଇଥିଲେ । ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ଅଧା ବାକି ରହିଛି । ଏହି ବିଲ୍ ପାସ ହେଲେ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ପୂରଣ ହେବ । ବିଲକୁ କଂଗ୍ରେସ ସମର୍ଥନ କରୁଛି ।''
ଏହା ବି ପଢନ୍ତୁ...Parliament session: ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍
ବିଲକୁ ନେଇ ଆହୁରି କହିଛନ୍ତି, ''ଧୂଆଁରେ ଭର୍ତ୍ତି ହୋଇଥିବା ରୋଷେଇ ଘରଠୁ ନେଇ ଚିକମିକ ଆଲୋକରେ ଝଟକୁଥିବା ଷ୍ଟାଡିୟମ ଯାଏଁ ଭାରତୀୟ ମହିଳାଙ୍କର ଯାତ୍ର ବହୁତ ଲମ୍ବା । ସେମାନେ ତାଙ୍କ ଲକ୍ଷ୍ୟ ହାସଲ କରିଛନ୍ତି । ସେ ପରିବାର ଚଳାନ୍ତି, ପୁରୁଷଙ୍କ ମଧ୍ୟରେ ଦ୍ରୁତ ଦୌଡ଼ ଲଗାଇଛନ୍ତି ଧୈର୍ଯ୍ୟ ରଖି ବିଜୟ ହାସଲ କରିଛନ୍ତି । ଭାରତୀୟ ମହିଳାଙ୍କ ହୃଦୟରେ ମହାସାଗର ଭଳି ଧୈର୍ଯ୍ୟ ରହିଛି । ସେମାନେ କଠିନରୁ କଠିନ କାମକୁ କରି ଦେଖାଇଛନ୍ତି । ମହିଳା କେବେ ଆରାମ କରନ୍ତି ନାହିଁ । ସରୋଜିନୀ ନାଇଡ଼ୁ, ଅରୁଣା ଅସଫଅଲ୍ଲୀ, ସୁଚିତା କ୍ରିପଲାନି, ବିଜୟ ଲକ୍ଷ୍ମୀ ପଣ୍ଡିତ ଲକ୍ଷ ଲକ୍ଷ ମହିଳା କଠିନ ସମୟରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିତ୍ବ ଏକ ମିଶାଲ । ଏହି ବିଲକୁ ପାସ କରିବାର ସ୍ବପ୍ନ ସାକାର କରିବାକୁ ସରକାରଙ୍କୁ ଯେଉଁ ପଦକ୍ଷେପ ନେବା ଦରକାର ତାହା କରିବା ଆବଶ୍ୟକ । ଏହି ବିଲ୍କୁ ପାସ୍ କରିବାରେ ବିଳମ୍ବ ହେଲେ ତାହା ଭାରତୀୟ ମହିଳାଙ୍କ ପ୍ରତି ଅନ୍ୟାୟ ହେବ ।''
ଏହା ବି ପଢନ୍ତୁ...Women's Reservation Bill: କଂଗ୍ରେସର ସମର୍ଥନ ପ୍ରଶ୍ନରେ ପ୍ରତିକ୍ରିୟା ରଖିବାକୁ ମନାକଲେ ରାହୁଲ
ପ୍ରକାଶ ଥାଉ କି, ଗତକାଲି ସଂସଦ ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ନୂଆ ସଂସଦ ଭବନ ଲୋକସଭାରେ ଆଗତ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ଏହି ବିଲର ନାମ ରଖାଯାଇଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । 128ତମ ସମ୍ବିଧାନ ସଂଶୋଧନ ବିଲ୍ ଭାବେ ଆଗତ ହୋଇଥିବା ଏହି ସଂରକ୍ଷଣ ବିଲ ଅନୁସାରେ ସଂସଦର ନିର୍ବାଚିତ ସଦନ (ଲୋକସଭା) ଓ ରାଜ୍ୟ ବିଧାନସଭାରେେ ମୋଟ ଆସନର ଏକ ତୃତୀୟାଂଶ ବା 33 ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ବିଲ ପାସ୍ ହେଲେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା 181 ହେବ ।