ETV Bharat / bharat

ମହିଳା ସଂରକ୍ଷଣ ବିଲକୁ ବିଜେଡିର ସମର୍ଥନ, ବିତର୍କରେ ସାମିଲ ହେଲେ ସାଂସଦ ରାଜଶ୍ରୀ ମଲ୍ଲିକ - ମହିଳା ସଂରକ୍ଷଣ ବିଲକୁ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥନ

ମହିଳା ସଂରକ୍ଷଣ ବିଲକୁ ନେଇ ହୋଇଥିବା ବିତର୍କ ଉପରେ ଲୋକସଭାରେ ବିଜେଡି ପକ୍ଷରୁ ସମର୍ଥନ କରିଛନ୍ତି ସାଂସଦ ରାଜଶ୍ରୀ ମଲ୍ଲିକ । ଅଧିକ ପଢନ୍ତୁ

special session of parliament
mp rajashree mallik on womens reservation bill
author img

By ETV Bharat Odisha Team

Published : Sep 20, 2023, 1:56 PM IST

special session of parliament

ନୂଆଦିଲ୍ଲୀ: ସଂସଦ ସ୍ବତନ୍ତ୍ର ଅଧିବେଶନର ଆଜି ତୃତୀୟ ଦିନ । ଲୋକସଭାରେ ଆଜି ମହିଳା ସଂରକ୍ଷଣ ବିଲ ଉପରେ ବିତର୍କ ହୋଇଛି । ମହିଳା ସଂରକ୍ଷଣ ବିଲକୁ ବିଜେଡି ପକ୍ଷରୁ ସମର୍ଥନ କରିଛନ୍ତି ସାଂସଦ ରାଜଶ୍ରୀ ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କ ଚେଷ୍ଟା ସଫଳ ହୋଇଛି । ସେ ତ୍ରିସ୍ତରୀୟ ନିର୍ବାଚନରେ 50 ପ୍ରତିଶତ ସଂରକ୍ଷଣ ଆଣିଥିଲେ । ଆଜି ସଂସଦରେ 5ଜଣ ମହିଳା ସାଂସଦ ପହଞ୍ଚିଛନ୍ତି । ଏହି ବିଲକୁ ସମର୍ଥନ କରି ଜାତି ଓ ସମାଜକୁ ଆଗକୁ ନେବାକୁ ଆଗେଇ ଆସିବାକୁ କହିଛନ୍ତି ସାଂସଦ ରାଜଶ୍ରୀ ମଲ୍ଲିକ ।

ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ନେଇ ହୋଇଥିବା ବିତର୍କରେ ରାଜଶ୍ରୀ ମଲ୍ଲିକ କହିଛନ୍ତି, "ଆମ ଦଳ ତରଫରୁ ମୁଁ ବିଲକୁ ସମର୍ଥନ କରୁଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ 1990 ମସିହାରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତ୍ରିସ୍ତରୀୟ ନିର୍ବାଚନରେ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଆଣିଥିଲେ । ବହୁ ବିରୋଧର ଶିକାର ହୋଇଥିଲେ । ଆଜି ସବୁ ଆକଳନ ଭୁଲ ହୋଇଛି । ନାରୀମାନେ ପ୍ରଗତି କ୍ଷେତ୍ରରେ ଆଗେଇଛନ୍ତି । ନାରୀ ଆଗକୁ ବଢ଼ିଛନ୍ତି । ତ୍ରିସ୍ତରୀୟ ନିର୍ବାଚନରେ ଜଣେ ନାରୀ ସରପଞ୍ଚ, ଜଣେ ମାଆ ଜିଲ୍ଲା ପରିଷଦ ହୋଇଛନ୍ତି । ନବୀନ ପଟ୍ଟନାୟକ ଯେବେ ମୁଖ୍ୟମନ୍ତ୍ରୀ ହେଲେ ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ 50 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । 2019ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲୋକସଭାରେ ଆଣିଥିଲେ । ସେ ସବୁ ରାଜ୍ୟକୁ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ 33ପ୍ରତିଶତ ସଂରକ୍ଷଣ ବିଲ ପାର୍ଲାମେଣ୍ଟରେ ଆଣିବାକୁ ଅନୁରୋଧ କରିଥିଲେ । ଆମେ 7ଜଣ ମହିଳାଙ୍କ ମଧ୍ୟରୁ 5ଜଣ ପାର୍ଲାମେଣ୍ଟରେ ପହଞ୍ଚି ପାରିଛୁ । ଏହା ଆମ ଦଳ ପ୍ରତି ଇତିହାସ ରଚିବା ପରି କହିଲେ ଭୁଲ ହେବ ନାହିଁ ।"

ଏହା ବି ପଢନ୍ତୁ...ମହିଳା ସଂରକ୍ଷଣ ବିଲକୁ ସୋନିଆଙ୍କ ସମର୍ଥନ, କହିଲେ ଅବିଳମ୍ବେ ପାସ କରାଯାଉ

ବିଲକୁ ନେଇ ସାଂସଦ ରାଜଶ୍ରୀ ମଲ୍ଲିକ ଆହୁରି କହିଛନ୍ତି,"ନାରୀ ଆଜି ବହୁତ ଆଗକୁ ବଢିଛି । ନାରୀ କୌଣସି ଗୁଣରେ କମ ନୁହେଁ । ଆବିଷ୍କାର ଉଦ୍ଭାବନ କଥା କୁହନ୍ତୁ, ନ୍ୟାୟଳୟ ବିଦ୍ୟାଳୟ ମନ୍ତ୍ରଣାଳୟ କଥା କୁହନ୍ତୁ ନାରୀ ଆଜି ସବୁ କ୍ଷେତ୍ରରେ ଆଗରେ । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ନାରୀ ଆଗକୁ ବଢ଼ିଲେ ଦେଶ ଆଗକୁ ବଢ଼ିବ ତାହା ପୂରଣ ହୋଇଛି । 2019 ମସିହାରେ ଯେଉଁ ନିଷ୍ପତି ନିଆଯାଇଥିଲା ଆଜି ତାହା ପ୍ରତିପାଦନ ହୋଇଛି । ଆମେ 5ଜଣ ମହିଳା ପାର୍ଲାମେଣ୍ଟରେ ପହଞ୍ଚିଛୁ । ଆଗାମୀ ଦିନରେ ଏହା ଆହୁରି ଫଳପ୍ରଦ ହେବ । ପାରିତ ହେବାକୁ ଥିବା ବିଲର ସଫଳ ରୂପାୟନ ହେବାକୁ ଯାଉଛି ଏବଂ ଏହି ବିଲ୍‌କୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି । ଏହି ବିଲକୁ ସମର୍ଥନ କରନ୍ତୁ ଦେଶ ଜାତି ଓ ସମାଜକୁ ଆଗକୁ ନିଅନ୍ତୁ ।"

ସଂସଦ ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ନୂଆ ସଂସଦ ଭବନ ଲୋକସଭାରେ ଆଗତ ହୋଇଥିଲା ମହିଳା ସଂରକ୍ଷଣ ବିଲ୍‌ । ଏହି ବିଲର ନାମ ରଖାଯାଇଛି 'ନାରୀ ଶକ୍ତି ବନ୍ଦନ ଅଧିନିୟମ' । 128ତମ ସମ୍ବିଧାନ ସଂଶୋଧନ ବିଲ୍‌ ଭାବେ ଆଗତ ହୋଇଥିବା ଏହି ସଂରକ୍ଷଣ ବିଲ ଅନୁସାରେ ସଂସଦର ନିର୍ବାଚିତ ସଦନ (ଲୋକସଭା) ଓ ରାଜ୍ୟ ବିଧାନସଭାରେେ ମୋଟ ଆସନର ଏକ ତୃତୀୟାଂଶ ବା 33 ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ବିଲ ପାସ୍‌ ହେଲେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା 181 ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.