ETV Bharat / bharat

Special parliament session: ପୁରଣା ସଂସଦ ଭବନରେ ଆରମ୍ଭ, ଗଣେଷ ଚତୁର୍ଥୀରେ ନୂଆ ଭବନ ପ୍ରବେଶ

author img

By ETV Bharat Odisha Team

Published : Sep 6, 2023, 5:27 PM IST

ଗଶେଷ ଚତୁର୍ଥୀରେ ନୂଆ ସଂସଦ ଭବନ ପ୍ରବେଶ । 18ରେ ପୁରୁଣା ବିଲ୍ଡିଂରେ ଆରମ୍ଭ ହେବ ଅଧିବେଶନ । 19ରେ ନୂତନ ସୌଧକୁ ସ୍ଥାନାନ୍ତର ହେବ ଅଧିବେଶନ । ଅଧିକ ପଢନ୍ତୁ

Special parliament session: ପୁରଣା ସଂସଦ ଭବନରେ ଆରମ୍ଭ, ନୂଆରେ ହେବ ଶେଷ

ନୂଆଦିଲ୍ଲୀ: ଦେଶ ସ୍ବାଧୀନତା ପରେ ପ୍ରଥମ ଥର ନୂତନ ସଂସଦ ଭବନରେ ବସିବାକୁ ଯାଉଛି ଅଧିବେଶନ । ଚଳିତ ମାସ 18 ତାରିଖରୁ ଆରମ୍ଭ ହେବାକୁ ଥିବା ବହୁଚର୍ଚ୍ଚିତ ସଂସଦ ସ୍ବତନ୍ତ୍ର ଅଧିବେଶନ ପୁରୁଣା ସଂସଦ ଭବନରେ ଆରମ୍ଭ ହେବ । ଏହା ଦ୍ବିତୀୟ ଦିନ ଅର୍ଥାତ 19 ତାରିଖରେ ଗଣେଶ ଚତୁର୍ଥୀ ଅବସରରେ ନୂତନ ସଂସଦ ଭବନକୁ ସ୍ଥାନାନ୍ତର ହେବ । ପୂର୍ବରୁ ଏହି ନୂତନ ଅତ୍ୟାଧୁନିକ ସଂସଦ ଭବନ ଲୋକାର୍ପଣ ହୋଇସାରିଛି । ମୌସୁମୀ ଅଧିବେଶନ ଏହି ନୂତନ ସଂସଦ ଭବନରେ ବସିବା ନେଇ ଆଶା କରାଯାଉଥିବା ବେଳେ ଏହା ପୁରୁଣା ବିଲ୍ଡିିଂରେ ବସିଥିଲା । ଚଳିତ ଗଣେଷ ପୂଜାରେ ବିଧିବଦ୍ଧ ଭାବେ ନୂତନ ସଂସଦ ଭବନରେ ପ୍ରଥମ ଅଧିବେଶନ ହେବାକୁ ଯାଉଛି ।

‘ସେଣ୍ଟ୍ରାଲ ଭିସ୍ତା’ ପ୍ରକଳ୍ପ ଅଧୀନରେ ନୂତନ ସଂସଦ ଭବନ ନିର୍ମାଣ ହେବା ପରଠାରୁ ବିରୋଧୀଙ୍କ ଚର୍ଚ୍ଚାରେ ରହିଛି । ଏପରିକି ଏହାର ଲୋକାର୍ପଣ ଉତ୍ସବରେ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ନକରି ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ କରିବାକୁ ନେଇ ସାମ୍ବିଧାନିକ ବିବାଦ ସୃଷ୍ଟି ହୋଇଥିଲା । ଏକାଧିକ ବିରୋଧୀ ଦଳ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଅନୁଷ୍ଠାନର ଲୋକାର୍ପଣ ଉତ୍ସବକୁ ବର୍ଜନ କରିଥିଲେ । ସାଧୁସନ୍ଥ ଓ ବିଜେପି ସହଯୋଗୀ ଦଳଙ୍କ ନେତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିଥିଲେ । ଏବେ ଏହି ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।

18 ତାରିଖରୁ 22 ମଧ୍ୟରେ ଏହି ସ୍ବତନ୍ତ୍ର ଅଧିବେଶନ ଆହୁତ କରାଯାଇଛି । ଏଥିରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର 24ଦଳ ଅଂଶଗ୍ରହଣ କରିବା ନେଇ ସହମତ ହୋଇଛନ୍ତି । ସୋମବାର ସଂଧ୍ୟାରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ସରକାରୀ ଭବନରେ ଇଣ୍ଡିଆ ମେଣ୍ଟ ସାଂସଦଙ୍କ ଏକ ବୈଠକ ପରେ ଅଂଶଗ୍ରହଣ ନେଇ ସହମତି ପ୍ରକାଶ ପାଇଛି । ହେଲେ ସେମାନେ ବହୁ ଗମ୍ଭୀର ପ୍ରସଙ୍ଗରେ ଆଲୋଚନା ଚାହୁଁଥିବା ସରକାରଙ୍କୁ ସ୍ପଷ୍ଟ କରିଛନ୍ତି । ଏନେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବିରୋଧୀମାନେ ଆଲୋଚନା ପାଇଁ ଚାହୁଁଥିବା 9ଟି ପ୍ରସଙ୍ଗକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୋନିଆ ।

ଏହା ମଧ୍ୟ ପଢନ୍ତୁ :-Parliament Special Session: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ, 9ଟି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି

ସ୍ବତନ୍ତ୍ର ଅଧିବେଶନ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଘୋଷଣା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗିରହିଛି । ଏହି ସ୍ବତନ୍ତ୍ର ଅଧିବେଶନରେ କିଛି ବଡ ନିଷ୍ପତ୍ତି ନିଆଯିବାର ଆଶଙ୍କା ବିରୋଧୀଙ୍କୁ ଘାରିଛି । ଏକକ ନିର୍ବାଚନ, ଲୋକସଭା ଭଙ୍ଗ ପ୍ରସ୍ତାବ ସହ ଆଗୁଆ ନିର୍ବାଚନ, ଦେଶର ସରକାରୀ ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ କରିବା କିମ୍ବା ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଘୋଷଣା କରିବା ପରି ଗମ୍ଭୀର ପ୍ରସଙ୍ଗ ଚର୍ଚ୍ଚାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.