ETV Bharat / bharat

Poonch Attack: ଆତଙ୍କୀ ହାମଲା ପରେ ସେନାର ବଡ ଅପରେସନ୍, 7 ଆତଙ୍କୀଙ୍କୁ ଖୋଜୁଛି ଡ୍ରୋନ - ସର୍ଚ୍ଚ ଅପରେସନ

ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସ୍ବତନ୍ତ୍ର ବଳ । ଲୁଚି ରହିଥିବା ଆତଙ୍କୀଙ୍କ ନିପାତ ଲାଗି ନିୟୋଜିତ ହୋଇଛି ଡ୍ରୋନ ଓ ଚପର୍‌ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 21, 2023, 4:37 PM IST

Updated : Apr 21, 2023, 4:53 PM IST

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ପୁଞ୍ଚରେ ଆତଙ୍କୀ ହମଲାରେ ୫ ବୀର ଯବାନ ଶହୀଦ ହେବା ପରେ ଆତଙ୍କୀ ଦମନ ନୀତି ଆରମ୍ଭ କରିଛି ସ୍ବତନ୍ତ୍ର ଫୋର୍ସ । ଶୁକ୍ରବାର ସ୍ବତନ୍ତ୍ର ଫୋର୍ସ ଡ୍ରୋନ, ଚପର୍‌ ସହ ସର୍ଚ୍ଚ ଅପରେସନ ଲଞ୍ଚ କରିଛି । ସୀମାରେ ୬ରୁ ୭ ଆତଙ୍କୀଙ୍କ ଉପସ୍ଥିତି ନେଇ ଭାରତୀୟ ସେନା ବାହିନୀକୁ ଖବର ମିଳିଥିବା ବେଳେ ସେମାନଙ୍କ ନିପାତ ଲାଗି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଏ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜୌରି ଓ ପୁଞ୍ଚ ସେକ୍ଟରରେ ପ୍ରାୟ ୬ରୁ ୭ ଜଣ ଆତଙ୍କବାଦୀ ଉପସ୍ଥିତି ନେଇ ଗୁଇନ୍ଦା ସୂତ୍ରରୁ ସେନା ଓ ସିକ୍ୟୁରିଟି ଏଜେନ୍ସିକୁ ଖବର ମିଳିଛି । ଏହାପରେ ଆତଙ୍କୀକୁ କଡ଼ା ଜବାବ ଦେବା ଲାଗି ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଏହି ଆତଙ୍କବାଦୀ ଗୋଷ୍ଠୀ ଗତକାଲି ପୁଞ୍ଚରେ ଯବାନଙ୍କ ଉପରେ ହୋଇଥିବା ହମଲାରେ ଜଡ଼ିତ ଥିବା ଜଣାପଡ଼ିଛି । ଏହି ଖବର ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଏକାଧିକ ଅପରେସନ ଆରମ୍ଭ କରାଯାଇଛି । ଏହି ଆତଙ୍କବାଦୀଙ୍କୁ କାବୁ କରିବା ଲାଗି ପୃଥକ ପୃଥକ ଭାବେ ଉକ୍ତ ସ୍ଥାନରେ ପହଞ୍ଚିଛି ସ୍ପେଶାଲ ଫୋର୍ସ । ଏହି କାର୍ଯ୍ୟରେ ଅତ୍ୟାଧୁନିକ ଡ୍ରୋନ ଓ କିଛି ଚପର୍‌କୁ ମଧ୍ୟ ନିୟୋଜିତ କରାଯାଇଛି ।

ଏହା ବି ପଢନ୍ତୁ- Poonch Terror Attack: 5 ଶହୀଦଙ୍କ ନାଁ ଜାରି କଲା ସେନା, ସର୍ଚ୍ଚ ଅପରେସନ ଜାରି

ଭାରତୀୟ ସେନା, ପୋଲିସ ଓ ଇଣ୍ଟେଲିଜେନ୍ସ ଏଜେନ୍ସିର ମିଳିତ ଉଦ୍ୟମରେ ଅପରେସନ ଜାରି ରହିଛି । ଏହି ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୋଇବା (LeT) ଓ ପାକିସ୍ତାନରୁ ବୋଲି ସନ୍ଦେହ କରାଯାଉଛି । କେଉଁ କେଉଁ ଅଞ୍ଚଳରେ ଏହି ଆତଙ୍କବାଦୀମାନେ ରହିଛନ୍ତି ତାହା ଉପରେ କଡ଼ା ନଜର ରଖିଛି ସେନା । ସନ୍ଦେହ କରାଯାଉଥିବା ଅଞ୍ଚଳର ପ୍ରତିଟି କୋଣ ଅନୁକୋଣରେ ଛାପାମାରି ଜାରି ରହିଛି ।

ଏହା ବି ପଢନ୍ତୁ- କାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଜଳିଗଲା ସେନା ଟ୍ରକ: 5 ଯବାନ ଶହୀଦ

ସୂଚନା ଥାଉ କି ପୁଞ୍ଚ ସେକ୍ଟରରେ ଗୁରୁବାର ସେନା ଗାଡ଼ିକୁ ଆତଙ୍କୀ ଆକ୍ରମଣ ହୋଇଥିବା ବେଳେ ଏଥିରେ ୫ଜଣ ବୀର ଯବାନ ଶହୀଦ ହୋଇଥିଲେ । ଗାଡ଼ିରେ ଗ୍ରେନେଡ ମାଡ଼ ଯୋଗୁଁ ସେନା ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଶହୀଦ ହୋଇଥିବା ସମସ୍ତ ବୀର ଯବାନ ରାଷ୍ଟ୍ରୀୟ ରାଇଫଲ ୟୁନିଟର ସଦସ୍ୟ । ଏହି ଖବର ପାଇବା ପରେ ଉକ୍ତ ସ୍ଥାନକୁ କର୍ଡନ କରି ସେନା ସର୍ଚ୍ଚ ଅପରେସନକୁ ଜୋରଦାର କରିଛି । ଏହି ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରୁ ଜଣେ ଓଡିଆ ଯବାନ ମଧ୍ୟ ଥିଲେ । ସେନାଗାଡ଼ିକୁ ପୁଞ୍ଚରୁ ସାଙ୍ଗିୱଟ ଅଭିମୁଖେ ଯାଉଥିବା ବେଳେ ହୋଇଥିଲା ଆକ୍ରମଣ ।

Last Updated : Apr 21, 2023, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.