ETV Bharat / bharat

ବିଦେଶରେ ପଢିବାକୁ ଯାଉଥିବା ବିଦ୍ୟାର୍ଥୀଙ୍କ ପାଇଁ ତେଲେଙ୍ଗାନାରେ ସ୍ବତନ୍ତ୍ର ଟୀକାକରଣ

ବିଦେଶକୁ ପଢିବାକୁ ଯାଉଥିବା ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟୀକାକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି ତେଲେଙ୍ଗାନା ସରକାର । ଅଧିକ ପଢନ୍ତୁ...

author img

By

Published : Jun 6, 2021, 9:54 AM IST

ବିଦେଶକୁ ପଢିବାକୁ ଯିବାକୁ ଥିବା ବିଦ୍ୟାର୍ଥୀଙ୍କ ପାଇଁ ତେଲେଙ୍ଗାନାରେ ସ୍ବତନ୍ତ୍ର ଟୀକାକରଣ

ହାଇଦ୍ରାବାଦ: ବିଦେଶକୁ ପଢିବାକୁ ଯାଉଥିବା ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟୀକାକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି ତେଲେଙ୍ଗାନା ସରକାର । ଆସନ୍ତା ଦୁଇମାସରେ ବିଦେଶକୁ ପଢିବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବେଶ ଲାଭଦାୟକ ।

ଟୀକାକରଣ କେନ୍ଦ୍ରକୁ ବିଦ୍ୟାର୍ଥୀମାନେ ସେମାନଙ୍କ ପାସପୋର୍ଟ, ଭିସା ଓ ନାମଲେଖା ପାଇଁ ବିଶ୍ବ ବିଦ୍ୟାଳୟରୁ ଦିଆଯାଇଥିବା ଚିଠି ଆଣିବାକୁ ନିର୍ଦ୍ଦେଶ ହୋଇଛି । ବିଦେଶକୁ ଅଧୟନ ପାଇଁ ଯିବାକୁ ଥିବା ଛାତ୍ର ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ୱେବସାଇଟରେ ନାମ ପଞ୍ଜୀକୃତ କରିଛନ୍ତି ବୋଲି କହିଛନ୍ତି ପ୍ରତିଷେଧକ ଚିକିତ୍ସା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଶଙ୍କର । ବର୍ତ୍ତମାନ ସୁଦ୍ଧା 7 ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିସାରିଛନ୍ତି ।

ପ୍ରଥମ ଦିନରେ ଟୀକାକରଣ ପାଇଁ 350 ସ୍ଲଟ ବୁକ ହୋଇଛି । ସମସ୍ତ ବିଦ୍ୟାର୍ଥୀଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି । ଚାରି ସପ୍ତାହ ପରେ ଦ୍ବିତୀୟ ଡୋଜ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଡାକ୍ତର ଶଙ୍କର । ଦ୍ବିତୀୟ ଡୋଜ ନେବା ପରେ ଛାତ୍ରଛାତ୍ରୀଙ୍କୁ ଭ୍ୟାକ୍ସିନ ନେଇଥିବା ନେଇ ପ୍ରମାଣପତ୍ର ଦିଆଯିବ । ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନାରେ 64ଲକ୍ଷ 17ହଜାର 283ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.