ETV Bharat / bharat

ଲାଞ୍ଚ କାରବାର ମାମଲା, ୟେଦିୟୁରପ୍ପାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ - ବିଏସ ୟେଦିୟୁରପ୍ପାଙ୍କ ବିରୁଦ୍ଧରେ ଠକେଇ ମାମଲା

ଅଡୁଆରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା । ତାଙ୍କ ବିରୁଦ୍ଧରେ ଏଫଆଇର୍ ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଦେଲେ ସ୍ବତନ୍ତ୍ର କୋର୍ଟ । ଅଧିକ ପଢନ୍ତୁ

ବିଏସ୍ ୟେଦିୟୁରପ୍ପାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ

author img

By

Published : Sep 15, 2022, 2:12 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦିୟୁରପ୍ପାଙ୍କ ପାଇଁ ବଢିଲା ଅଡୁଆ । ଲାଞ୍ଚ କାରବାର ମାମଲାରେ ୟେଦିୟୁରପ୍ପା ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ FIR ରୁଜୁ କରାଯାଇ ତଦନ୍ତ କରାଯିବ(Court Orders Probe Against BS Yediyurappa) । ଏନେଇ ବୁଧବାର ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ନୀତି ମାମଲାରେ ପୁନଃବିଚାର କରିବାକୁ କର୍ଣ୍ଣାଟକ ହାଇକୋର୍ଟ ସ୍ବତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେବାର ଗୋଟିଏ ସପ୍ତାହ ପରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ମିଳିଛି ।

ବିଏସ୍ ୟେଦିୟୁରପ୍ପାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ
ବିଏସ୍ ୟେଦିୟୁରପ୍ପାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ

ଏହାମଧ୍ୟ ପଢନ୍ତୁ: 6 ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବେ ସୁବ୍ରମଣ୍ୟମ ସ୍ୱାମୀ

ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଏସ୍ ୟେଦିୟୁରପ୍ପା(BS Yeddiyurappa) ବେଙ୍ଗାଲୁରୁ ବିକାଶ ପ୍ରାଧିକରଣର(BDA) ହାଉସିଂ ପ୍ରୋଜେକ୍ଟ କାମ ପାଇଁ କଣ୍ଟ୍ରାକ୍ଟ ଦେବାକୁ ରାମଲିଙ୍ଗମ କନଷ୍ଟ୍ରକସନ କମ୍ପାନୀ(Ramalingam Construction Company) ଠାରୁ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଟିଜେ ଆବ୍ରାହମ୍(TJ Abraham) ନାମକ ଜଣେ ସାମାଜିକ କର୍ମୀ ବରିଷ୍ଠ ବିଜେପି ନେତା ୟେଦିୟୁରପ୍ପାଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ କରିଥିଲେ । ଗତବର୍ଷ ଜୁନ୍‌ରେ ସ୍ବତନ୍ତ୍ର କୋର୍ଟ ଏହାର ଶୁଣାଣି କରି ତଦନ୍ତ ନିର୍ଦ୍ଦେଶ ଦେବା ସହିତ ନଭେମ୍ବର ୨ ସୁଦ୍ଧା ଏହାର ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ କହିଥିଲେ ।

ଏହାମଧ୍ୟ ପଢନ୍ତୁ: ୟୁପିରେ ଲଜ୍ଜା: ଗଛରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବିଡିଏ କଣ୍ଟ୍ରାକ୍ଟ ଦୁର୍ନୀତି ମାମଲାରେ ସାମାଜିକ କର୍ମୀ ୟେଦିୟୁରପ୍ପା, ତାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର, ଝିଅ ପଦ୍ମାବତୀଙ୍କ ସମ୍ପର୍କୀୟ ଶଶିଧର ମାରଡିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ହେଲେ ଜୁଲାଇ ୮ ତାରିଖରେ ନିମ୍ନ ଅଦାଲତ ଏହି ମାମଲା ଖାରଜ କରିଦେଇଥିଲେ । ଏହାକୁ ଆବ୍ରାହମ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ । ଯାହାପରେ ହାଇକୋର୍ଟ ମାମଲାର ଶୁଣାଣି କରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଏହି ଅଭିଯୋଗର ପୁନଃବିଚାର କରିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.