ETV Bharat / bharat

ବିହାର ବିଧାନସଭାରେ ସ୍ବତନ୍ତ୍ର କ୍ୟାମ୍ପ, ଟିକା ନେବେ ସମସ୍ତ ବିଧାୟକ-କାଉନସିଲର - bihar assembly

ଦେଶରେ ଆଜି କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଅନ୍ୟପଟେ ବିହାରରେ ସବୁ ବିଧାୟକ ଓ କାଉନସିଲର ନେବେ ଟିକା । ଅଧିକ ପଢନ୍ତୁ...

ଟିକା ନେବେ ସମସ୍ତ ବିଧାୟକ-କାଉନସିଲର
ଟିକା ନେବେ ସମସ୍ତ ବିଧାୟକ-କାଉନସିଲର
author img

By

Published : Mar 1, 2021, 10:15 AM IST

ପାଟନା:ଦେଶରେ ଆଜି କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ 60 ବର୍ଷରୁ ଉର୍ଦ୍ଧ୍ବ ତଥା ରୋଗାଗ୍ରସ୍ତ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଟିକା ନେବେ । ଅନ୍ୟପଟେ ବିହାରରେ ସବୁ ବିଧାୟକ ଓ କାଉନସିଲର ନେବେ ଟିକା । ସେମାନଙ୍କ ପାଇଁ ବିଧାନସଭାରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଛି ।

ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ କହିବା ପରେ ଏକ ସ୍ବତନ୍ତ୍ର ବିଭାଗ କରାଯାଇଛି । ଏହି ବିଭାଗରେ ସମସ୍ତଙ୍କୁ ଟୀକାକରଣ କରାଯିବାର ବ୍ୟବସ୍ଥା କରାଯିବ । ଏହାସହ ବିଧାନସଭା ଓ ବିଧାନ ପରିଷଦର ସମସ୍ତ କର୍ମଚାରୀ ମଧ୍ୟ ଟିକା ନେବେ । ପ୍ରକାଶଥାଉକି, ଶୁକ୍ରବାର କଂଗ୍ରେସ ଏମଏଲସି ପ୍ରେମଚନ୍ଦ୍ର ମିଶ୍ରା ପରିଷଦରେ ସମସ୍ତଙ୍କୁ କୋଭିଡ-19 ଟିକା ନେବା ପାଇଁ ଦାବି ଉଠାଇଥିଲେ । ଏହାପରେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଥିଲେ କି, ଉଭୟ ଗୃହର ସଦସ୍ୟଙ୍କୁ ବିଶେଷ କ୍ୟାମ୍ପ କରି ଟିକା ଦିଆଯିବ ।

ଏନେଇ ସେ ବାଚସ୍ପତି ଓ ପରିଷଦ ଅଧ୍ୟକ୍ଷ ନାରାୟଣ ସିଂଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଆଜି ପାଟନାର ଆଇଜିଆଇଏମଏମ ହସ୍ପିଟାଲରେ କୋଭିଡ-19 ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟର ଆରମ୍ଭ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.