ETV Bharat / bharat

Jharkhand Political Crisis: ସେପ୍ଟେମ୍ବର ୫ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

author img

By

Published : Sep 2, 2022, 5:17 PM IST

ଝାଡ଼ଖଣ୍ଡରେ ସେପ୍ଟେମ୍ବର ୫ ତାରିଖରେ ବସିବ ସ୍ବତନ୍ତ୍ର ବିଧାନସଭା ଅଧିବେଶନ Political crisis in Jharkhand । ୟୁପିଏ ସମର୍ଥିତ ବିଧାୟକ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟିବାର କିଛି ଘଣ୍ଟା ପରେ ହିଁ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ନେଇ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

Jharkhand Political Crisis: ୫ ତାରିଖରେ ବସିବ ସ୍ବତନ୍ତ୍ର ବିଧାନସଭା ସେସନ

ରାଞ୍ଚି: ଝାଡ଼ଖଣ୍ଡ ରାଜନୈତିକ ଅସ୍ଥିରତା ମଧ୍ୟରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ନେଇ ସ୍ଥିର ହୋଇଛି(political crisis in Jharkhand) । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଏହି ବିଧାନସଭା ଅଧିବେଶନ ହେବା ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ୟୁପିଏ ସମର୍ଥିତ ବିଧାୟକ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟିବାର କିଛି ଘଣ୍ଟା ପରେ ହିଁ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ନେଇ ନିଷ୍ପତ୍ତି ନିଆଯାଇଛି । ଫଳରେ ଦିଲ୍ଲୀ ଫର୍ମୁଲା ସୋରେନ ସରକାର ଆପଣାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି । ସରକାର ସଙ୍କଟରେ ଥିବା ଚର୍ଚ୍ଚା ପରେ ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇ ଶକ୍ତିପ୍ରଦର୍ଶନ କରିଥିଲେ କେଜ୍ରିୱାଲ । ଏଥିସହ ବହୁମତ ସରକାର ବୋଲି ପ୍ରମାଣିତ କରିଥିଲେ । ସମାନ ଫର୍ମୁଲା ସୋରେନ ମଧ୍ୟ ଝାଡଖଣ୍ଡରେ ଆପଣାଇବାକୁ ଯାଉଥିବା କୁହାଯାଉଛି ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଥିବା ନେଇ ରାଜ୍ୟପାଳଙ୍କୁ ଚିଠି କରିଥିଲେ ନିର୍ବାଚନ କମିଶନ । ତେବେ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ ରାଜ୍ୟପାଳଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେପଟେ କୌଣସି ଚିଠି କିମ୍ବା ସୂଚନା ସେ ନିର୍ବାଚନ କମିଶନ କିମ୍ବା ରାଜ୍ୟପାଳଙ୍କ ପାଖରୁ ପାଇନାହାଁନ୍ତି ବୋଲି କହିଛନ୍ତି ସୋରେନ । ଏହାରି ମଧ୍ୟରେ ଗତ ଅଗଷ୍ଟ ୩୦ ତାରିଖରୁ ଝାଡ଼ଖଣ୍ଡ ୩୧ ଜଣ ବିଧାୟକ ରାୟପୁରରେ ରହିଥିଲେ । ତେବେ କ୍ୟାବିନେଟ ବୈଠକରେ ଯୋଗ ଦେବାକୁ ସେପ୍ଟେମ୍ବର ୧ ତାରିଖରେ ୪ ଜଣ ମନ୍ତ୍ରୀ ରାଞ୍ଚି ଆସି ପହଞ୍ଚିଥିଲେ ।

ସେପଟେ ୟୁପିଏ ସମର୍ଥିତ ବିଧାୟକ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ କହୁଯାଇଛି ଯେ, "ଗତ ଅଗଷ୍ଟ ୨୫ ତାରିଖରୁ ନିର୍ବାଚନ କମିଶନ ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ କରିଥିବା ଆଲୋଚନା ହେଉଛି । ଏହାକୁ ନେଇ ରାଜ୍ୟରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏଥିପାଇଁ ନିର୍ବାଚନ କମିଶନଙ୍କ ରିପୋର୍ଟକୁ ନେଇ ଦ୍ବନ୍ଦ୍ବ ଦୂର କରନ୍ତୁ ।"

ଏହାପୂର୍ବରୁ ନିର୍ବାଚନ କମିଶନଙ୍କ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିବୃତ୍ତି ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, "ରିପୋର୍ଟ ନିର୍ବାଚନ କମିଶନ ନୁହେଁ ବରଂ ବିଜେପି ତାର କିଛି ପାଳିତ ଗଣମାଧ୍ୟମ ଦ୍ବାରା ପ୍ରସ୍ତୁତ କରିଛି । ତେଣୁ ସେମାନେ ଏପରି ଚର୍ଚ୍ଚା କରିବାରେ ଲାଗିଛନ୍ତି । ଏସମ୍ପର୍କିତ କୌଣସି ଖବର ନାହିଁ ।"

ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା କ୍ଷମତାକୁ ଆସିବା ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ନିଜେ ମଧ୍ୟ ଏକାଧିକ ଖଣିର ଲିଜ ହାତେଇଥିବା ବିରୋଧୀ ଅଭିଯୋଗ କରିଥିଲେ । ଏହି ଘଟଣାରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିବା ସହ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.