ETV Bharat / bharat

ମା’ ଲକ୍ଷ୍ମୀଙ୍କ ସ୍ବରୂପ ଓ ଅସ୍ଥିତ୍ବକୁ ନେଇ କଟାକ୍ଷ, ପୁଣି ବିବାଦରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

author img

By ETV Bharat Odisha Team

Published : Nov 13, 2023, 8:30 PM IST

ପୁଣି ଧାର୍ମିକ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ । ମା’ ଲକ୍ଷ୍ମୀଙ୍କ ସ୍ବରୂପ ଓ ଅସ୍ଥିତ୍ବକୁ ନେଇ କଲେ ଆପତ୍ତିଜନକ ଟ୍ବିଟ । ସ୍ତ୍ରୀକୁ ପୂଜା କରିବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ମା’ ଲକ୍ଷ୍ନୀଙ୍କୁ କଟାକ୍ଷ କରି ପୁଣି ବିବାଦରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ: ପୁଣି ଥରେ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ପାଇଁ ବିବାଦ ଘେରକୁ ଆସିଛନ୍ତି ସାମାଜବାଦୀ ପାର୍ଟିର ବରିଷ୍ଠ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଦୀପାବଳି ଅବସରରେ ସେ ନିଜର ପତ୍ନୀଙ୍କୁ ପୂଜା କରିବା ସହ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଅସ୍ଥିତ୍ବ ଓ ସ୍ବରୂପକୁ ନେଇ କଟାକ୍ଷ କରିଛନ୍ତି । ଟ୍ବିଟରେ ଏପରି କଟାକ୍ଷପୂର୍ଣ୍ଣ କ୍ୟାପସନ ଲେଖି ସେ ଲକ୍ଷ୍ମୀଙ୍କ ଅସ୍ଥିତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ବାମୀ ପ୍ରସାଦ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି ।

  • दीपोत्सव के अवसर पर अपनी पत्नी का पूजा व सम्मान करते हुए कहा कि पूरे विश्व के प्रत्येक धर्म, जाति, नस्ल, रंग व देश में पैदा होने वाले बच्चे के दो हाथ, दो पैर, दो कान, दो आंख, दो छिद्रों वाली नाक के साथ एक सिर, पेट व पीठ ही होती है, चार हाथ,आठ हाथ, दस हाथ, बीस हाथ व हजार हाथ वाला… pic.twitter.com/CP5AjKODfq

    — Swami Prasad Maurya (@SwamiPMaurya) November 12, 2023 " class="align-text-top noRightClick twitterSection" data=" ">

ସ୍ବାମୀ କରିଥିବା ଟ୍ବିଟରେ ନିଜ ପତ୍ନୀଙ୍କ ପୂଜା କରୁଥିବା ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ ଲେଖିଛନ୍ତି, ‘‘ବିଶ୍ବରେ ଜନ୍ମଗ୍ରହଣ କରିଥିବା ପ୍ରତ୍ୟେକ ଧର୍ମ, ଜାତି, ରଙ୍ଗ ଓ ଦେଶରେ ଜନ୍ମିତ ଶିଶୁର ଦୁଇଟି ହାତ, ଦୁଇ ଗୋଡ, ଦୁଇ କାନ, ଦୁଇଟି ଆଖି, ଗୋଟିଏ ନାକ, ଗୋଟିଏ ମୁଣ୍ଡ, ପେଟ ଓ ପିଠି ଥାଏ । ଯଦି ଚାରି ହାତ, ଆଠ ହାତ, 10 ହାତ, 20 ହାତ ଏବଂ ଏକ ହଜାର ହାତ ଥିବା ଶିଶୁ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇନାହିଁ, ତେବେ ଲକ୍ଷ୍ମୀ କିପରି ଚାରି ହାତ ସହ ଜନ୍ମ ହୋଇପାରିବେ ? ଯଦି ତୁମେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାକୁ ଚାହୁଁଛ, ତେବେ ତୁମର ପତ୍ନୀଙ୍କୁ ପୂଜା ଓ ସମ୍ମାନ କର । ଯିଏ ପ୍ରକୃତ ଅର୍ଥରେ ଦେବୀ । କାରଣ ସେ ହିଁ ତୁମର ପରିବାରର ପୋଷଣ, ସୁଖ, ସମୃଦ୍ଧତା ଓ ଯତ୍ନର ଦାୟିତ୍ବ ପୂରଣ କରନ୍ତି । ’’

  • #WATCH | On SP leader Swami Prasad Maurya's statement on Sanatan Dharma, Congress leader Acharya Pramod Krishnam says, "Swami Prasad Maurya has got piles in his mouth. He needs treatment. I will ask Yogi Adityanath to put a ban on Maurya speaking." pic.twitter.com/Fna22DEdcO

    — ANI UP/Uttarakhand (@ANINewsUP) November 13, 2023 " class="align-text-top noRightClick twitterSection" data=" ">

ସ୍ବାମୀ ପ୍ରସାଦଙ୍କ ଏବି ବୟାନ ପରେ ତାଙ୍କୁ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି । ତାଙ୍କୁ କଡା ଜବାବ ଦେଇଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ । ଆଚାର୍ଯ୍ୟ କହିଛନ୍ତି,‘‘ ମୌର୍ଯ୍ୟଙ୍କ ଅସୁସ୍ଥତା ଅତି ଗୁରୁତର ଶ୍ରେଣୀର, ଚିକିତ୍ସାର ଆବଶ୍ୟକତା ରହିଛି । ମୁଁ ତାଙ୍କ କଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରୁଛି ।’’

ଏହା ମଧ୍ୟ ପଢନ୍ତୁ :- ଉତ୍ତରକାଶୀ ଟନେଲ ଟ୍ରାଜେଡି: ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ମୟୂରଭଞ୍ଜର ୩ ଜଣ

ତେବେ ଧାର୍ମିକ ବିବାଦୀୟ ବୟାନ ଦେଇ ବିବାଦ ଘେରକୁ ଆସିବାରେ ସମାଜବାଦୀ ପାର୍ଟିର ଏହି ବରିଷ୍ଠ ନେତାଙ୍କ କ୍ଷେତ୍ରରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ସେ ରାମଚରିତ ମାନସ ସମ୍ପର୍କରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ସେତେବେଳେ ଏହାକୁ ନେଇ ଉତ୍ତର ପ୍ରଦେଶରେ ରାଜନୀତି ଜୋର ଧରିଥିଲା । ଭାରତୀୟ ଜନତା ପାର୍ଟି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆନ୍ଦୋଳନ ମଧ୍ୟ କରିଥିଲା । ଏବେ ପୁଣି ତାଙ୍କର ଆଉ ଏକ ବିବାଦୀୟ ବୟାନ ରାଜ୍ୟ ରାଜନୀତିକୁ ଉଷ୍ମ କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.