ETV Bharat / bharat

ଦକ୍ଷିଣ କୋରିଆ ମହିଳା ୟୁଟ୍ୟୁବରଙ୍କୁ ଲାଇଭ ଭିଡିଓରେ ଅସଦାଚରଣ, 2 ଗିରଫ - ମହିଳା ୟୁଟ୍ୟୁବରଙ୍କୁ ଲାଇଭ ଭିଡିଓରେ ଅସଦାଚରଣ

ଦକ୍ଷିଣ କୋରିଆର ମହିଳା ୟୁଟ୍ୟୁବରଙ୍କୁ ଲାଇଭ ଭିଡିଓରେ ଅସଦାଚରଣ କଲେ ଦୁର୍ବୃତ୍ତ । ଭାଇରାଲ ଭିଡିଓ ମାଧ୍ୟମରେ 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

ଦକ୍ଷିଣ କୋରିଆ ମହିଳା ୟୁଟ୍ୟୁବରଙ୍କୁ ଲାଇଭ ଭିଡିଓରେ ଅସଦାଚରଣ, 2 ଗିରଫ

author img

By

Published : Dec 1, 2022, 8:59 PM IST

ହାଇଦ୍ରାବାଦ: ଦକ୍ଷିଣ କୋରିଆ ମହିଳା ୟୁଟ୍ୟୁବରଙ୍କୁ ଲାଇଭ ଭିଡିଓରେ ଅସଦାଚରଣ । ମୁମ୍ବାଇରେ ଦକ୍ଷିଣ-କୋରିଆର ଜଣେ ମହିଳା ୟୁଟ୍ୟୁବରଙ୍କୁ ଲାଇଭ ଷ୍ଟ୍ରିମିଂରେ ଅସଦାଚରଣ ଘଟଣାରେ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ । ମୁମ୍ବାଇର ଖାର ଏରିଆରେ ଏହି ମହିଳା ୟୁଟ୍ୟୁବର ଜଣଙ୍କ ଏକ ଲାଇଭ ଷ୍ଟ୍ରିମିଂରେ ଥିବା ବେଳେ ଏହି ଦୁଇ ଅଭିଯୁକ୍ତ ତାଙ୍କୁ ଅସଦାଚରଣ କରିଥିଲେ । ଯାହାର ଦୃଶ୍ୟ ସମ୍ପୃକ୍ତ ୟୁଟ୍ଯୁବରଙ୍କ କ୍ୟାମେରାରେ ରେକର୍ଡ ହେବା ସହ ଭାଇରାଲ ମଧ୍ୟ ହୋଇଥିଲା ।

ଲାଇଭ ଭିଡିଓରେ ଅସଦାଚରଣ ସମୟର ଚିତ୍ର
ଲାଇଭ ଭିଡିଓରେ ଅସଦାଚରଣ ସମୟର ଚିତ୍ର
  • Mumbai, Maharashtra | The two accused - Mobeen Chand Mohammad Shaikh and Mohammad Naqeeb Sadrealam Ansari - who harassed South Korean YouTuber Hyojeong Park while live streaming in Mumbai have been sent to 1-day Police custody. pic.twitter.com/nkkxdh5uCR

    — ANI (@ANI) December 1, 2022 " class="align-text-top noRightClick twitterSection" data=" ">

ଏନେଇ କୌଣସି ଅଭିଯୋଗ ଥାନାରେ ପହଞ୍ଚି ନଥିବା ବେଳେ ବିଦେଶୀ ନାଗରିକଙ୍କୁ ଅସଦାଚରଣ କରିବା ଆକ୍ଟ ଅନୁସାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ବା ସହ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ 19 ବର୍ଷୀୟ ମୋବିନ ଚାନ୍ଦ ଶେଖ ଓ 20 ବର୍ଷୀୟ ମହମ୍ମଦ ନକବି ସାଦରିଆଲାମ ଅନସାରୀ ବୋଲି ପୋଲିସ କହିଛି । ଉଭୟଙ୍କୁ ଆଜି ଅପରାହ୍ନରେ କୋର୍ଟ ଫରଓ୍ବାର୍ଡ ମଧ୍ୟ କରାଯାଇଛି ।

  • I don't want this one bad incident to ruin my whole travel and my passion to show wonderful India to other countries: South Korean YouTuber Hyojeong Park, who was harassed in Mumbai while live streaming

    Both accused have been arrested and sent to 1-day Police custody pic.twitter.com/5zHrnOmmEy

ସୂଚନା ଅନୁସାରେ ଏହି ହମିଳା ୟୁଟ୍ୟୁବର ଜଣଙ୍କ ଗତକାଲି ରାତିରେ ଖାର ଏରିଆ ନିଜ ଚ୍ୟାନେଲ ପାଇଁ ଭିଡିଓ ଉତ୍ତୋଳନ କରିବା ସହ ଲାଇଭ ମଧ୍ୟ କରୁଥିଲେ । ଏହି ସମୟରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ମହିଳାଜଣଙ୍କୁ ନିଜ କାରରେ ବସିବା ପାଇଁ କହିଥିଲେ । ପରେ ତାଙ୍କୁ ଅସଦାଚରଣ କରିବା ସହ କାରରେ ବଳପୂର୍ବକ ବସାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । କେବଳ ଏତିକି ନୁହେଁ ଉଭୟ ଅଭିଯୁକ୍ତ ମହିଳାଙ୍କୁ ଚୁମ୍ବନ ଦେବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ତେବେ ଏହି ସମୟର ସମସ୍ତ ଘଟଣାର ଦୃଶ୍ୟ ଭିଡିଓରେ ରେକର୍ଡ ହେବା ସହ ଭାଇରାଲ ହୋଇଥିଲା । ବିଦେଶୀ ନାଗରିକଙ୍କ ଭଇରାଲ ଭିଡିଓ ଆଧାରରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.