ETV Bharat / bharat

ଭାରତୀୟ ସଂସ୍କୃତି ପାଇଁ ସୁରକ୍ଷିତ ସ୍ଥାନ ହେଉଛି ସାଉଥ ଇଣ୍ଡିଆ: ପ୍ରତିରକ୍ଷା ମନ୍ତ୍ରୀ

author img

By ETV Bharat Odisha Team

Published : Dec 16, 2023, 8:13 PM IST

ଭାରତୀୟ ସଂସ୍କୃତି ପାଇଁ ସୁରକ୍ଷିତ ସ୍ଥାନ ହେଉଛି ସାଉଥ ଇଣ୍ଡିଆ । ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

Rajnath Singh joins Thirumurai festival
Rajnath Singh joins Thirumurai festival

ଚେନ୍ନାଇ: ସାଉଥ ଇଣ୍ଡିଆ ବା ଭାରତର ଦକ୍ଷିଣାଞ୍ଚଳ ହେଉଛି ଭାରତୀୟ ସଂସ୍କୃତି ପାଇଁ ସୁରକ୍ଷିତ ସ୍ଥାନ । ଦେଶର ଦକ୍ଷିଣାଞ୍ଚଳ ଲୋକମାନେ ଆମ ଦେଶର ସଂସ୍କୃତିକୁ ଜାବୁଡି ଧରିବା ସହ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଦକ୍ଷିଣ ଭାରତକୁ 'ଭାରତର ସାଂସ୍କୃତିକ ଦୁର୍ଗ' କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେନ୍ନାଇର ବଙ୍କେଟ ହଲ୍‌ରେ ଆଜି (ଶନିବାର) ଆୟୋଜିତ ଥିରୁମୁରାଇ ଉତ୍ସବରେ ଯୋଗଦେଇ ଏପରି କହିଛନ୍ତି ।

  • #WATCH | Chennai, Tamil Nadu: Defence Minister Rajnath Singh says, "Questioning the oneness of Bharat is a bad idea...The disruptive tendency that has emerged is being effectively addressed by our PM Modi who is actively enforcing the national fabric of our cultural unity. Under… pic.twitter.com/UnIAm8lWRG

    — ANI (@ANI) December 16, 2023 " class="align-text-top noRightClick twitterSection" data=" ">

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି, "ସାଉଥ ଇଣ୍ଡିଆ ଯେଉଁଭଳି ଭାବରେ ଭାରତୀୟ ସଂସ୍କୃତିକୁ ଜାବୁଡି ଧରି ତାହା ବେଶ ପ୍ରଶଂସନୀୟ । ଦକ୍ଷିଣ ଭାରତକୁ 'ଭାରତର ସାଂସ୍କୃତିକ ଦୁର୍ଗ' କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶର ଦକ୍ଷିଣାଞ୍ଚଳ ଭାରତୀୟ ସଂସ୍କୃତି ପାଇଁ ସୁରକ୍ଷିତ ସ୍ଥାନ । ଥିରୁମୁରାଇ ହେଉଛି ଏକ ଉତ୍ସବ ଯାହା ଥିରୁମୁରାଇ ସହ ଜଡ଼ିତ ଗଭୀର ଆଧ୍ୟାତ୍ମିକ ଶିକ୍ଷାକୁ ସ୍ମରଣ କରିଥାଏ । "

ଏହା ବି ପଢନ୍ତୁ- 'ପାଶ୍ଚାତ୍ୟ ସଂସ୍କୃତିକୁ ନ ଆପଣାଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆପଣାନ୍ତୁ ଯୁବ ସମାଜ'

ଏହି ଉତ୍ସବରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲ ଭାଷାଭାଷୀଙ୍କୁ ଯାହା ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିଛନ୍ତି । ନୂଆ ସଂସଦ ଭବନରେ ପବିତ୍ର ସେଙ୍ଗୋଲକୁ ସ୍ଥାପିତ କରି ତାମିଲ ସଂସ୍କୃତି ପ୍ରତି ଥିବା ଏକ ଗଭୀର ସଂଯୋଗକୁ ପ୍ରମାଣିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀଙ୍କୁ ଏକତ୍ରିତ କରିବା ଲାଗି ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦି ସାଂସ୍କୃତିକ ଏକତାକୁ ମଜଭୁତ କରୁଛନ୍ତି । ଯିଏ ଆମ ଦେଶ ଭାରତର ଏକତା ଉପରେ ପ୍ରଶ୍ନ କରେ, ସେ ଭୁଲ କରିଥାଏ ଓ ଭୁଲ ବିଚାରଧାରା ରଖିଥାଏ । କାରଣ ଦେଶର ସଂସ୍କୃତି ସମସ୍ତଙ୍କୁ ପରସ୍ପର ସହିତ ବାନ୍ଧି ରଖିଛି ବୋଲି କହିଛନ୍ତି ରାଜନାଥ ।

ଥିରୁମୁରାଇ ଉତ୍ସବ କଣ ?:- ଷଷ୍ଠରୁ ଏକାଦଶ ଶତାବ୍ଦୀ ମଧ୍ୟରେ ୨୭ଜଣ ଶିବ ସନ୍ଥ ତାମିଲ ଭାଷାରେ ମହାଦେବଙ୍କ ଭଜନ ଲେଖିଥିଲେ । ଏଥିରେ ମହାଦେବଙ୍କୁ ପ୍ରଶଂସା କରାଯାଇଥିଲା । ଏହି ଭଜନଗୁଡ଼ିକରେ ଭାରତୀୟ ସଂସ୍କୃତି ଓ ଏହାର ଇତିହାସ ବର୍ଣ୍ଣିତ । ଗଭୀର ଆଧ୍ୟାତ୍ମିକ ଶିକ୍ଷାର ସ୍ମରଣରେ ଏହି ଉତ୍ସବ ପ୍ରତିବର୍ଷ ପାଳନ କରାଯାଇଥାଏ । ଏହି ପବିତ୍ର ଭଜନର ପଦଗୁଡ଼ିକ କେବଳ ଈଶ୍ୱରଙ୍କ ସହ ଆମକୁ ଯୋଡେ ନାହିଁ ବରଂ ଆମର ପରମ୍ପରା, ମୂଲ୍ୟବୋଧ ଏବଂ ଜୀବନଶୈଳୀକୁ ଆଲୋକିତ କରିଥାଏ । ଏହା ଶିବ ଧର୍ମାବଲମ୍ବୀଙ୍କର ମୂଳଦୁଆ ବୋଲି ବିବେଚନା କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.