ETV Bharat / bharat

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକୋରଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି

author img

By

Published : Dec 27, 2020, 9:06 PM IST

ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକୋରଙ୍କୁ ଭେଟିଛନ୍ତି । ଦାଦା କଣ ରାଜନୀତିରେ ସାମିଲ ହେବେ ଏ ନେଇ ନାନା ପ୍ରଶ୍ନ । ଏହା ବଙ୍ଗଳା ରାଜନୈତିକ ମାହୋଲରେ ବେଶ ଚର୍ଚ୍ଚା ଆଲୋଚନାର ଖୋରାକ ଯୋଗାଇଛି । ଅଧିକ ପଢନ୍ତୁ...

Sourav Ganguly Meets Bengal Governor Jagdeep Dhankhar
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକୋରଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଭେଟିଲେ ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି । ରବିବାର ରାଜଭବନରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକୋରଙ୍କୁ ଭେଟିଛନ୍ତି । ଏ ନେଇ ରାଜ୍ୟପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।

ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକୋରଙ୍କୁ ଭେଟିଛନ୍ତି । ଏହା ବଙ୍ଗଳା ରାଜନୈତିକ ମାହୋଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ରବିବାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ସେ କ୍ରିକେଟ ଏକାଡେମୀକୁ ନେଇ କିଛି ଜମି ସମସ୍ୟା ଉପରେ ଆଲୋଚନା କରିଥିବା ଜଣାପଡିଛି । ସୌରଭ ଗାଙ୍ଗୁଲିଙ୍କ ଭେଟିବା ପରେ ଟ୍ବିଟ କରି ରାଜ୍ୟପାଳ କହିଛନ୍ତି ଯେ ଆଜି ବିସିସିଆଇ ଅଧ୍ୟକ୍ଷ ତଥା କ୍ରିକେଟର ଦାଦଙ୍କ ସହିତ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛୁ । ସେ ମୋତେ ଭାରତରେ ସର୍ବପୁରାତନ କ୍ରିକେଟ ଗ୍ରାଉଣ୍ଡ ଇଡେନ ଗାର୍ଡେନରେ ଆମନ୍ତ୍ରଣ କରିଛନ୍ତି ବୋଲି କହିଛନ୍ତି ।

ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବ ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବିଜେପି କ୍ଷମତା ଦଖଲ ପାଇଁ ସୌରଭ ଗାଙ୍ଗୁଲିଙ୍କୁ ମନେଇବା ପାଇଁ ଲାଗିଛନ୍ତି । ଦାଦା କିନ୍ତୁ କେତେବେଳେ ମଧ୍ୟ ରାଜନୀତିରେ ସାମିଲ ହେବା ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବଙ୍ଗଳା ଗସ୍ତ କରିଥିଲେ । ସେହି ସମୟରେ ଆଶା କରାଯାଉଥିଲା ବିଜେପିରେ ଦାଦା ସାମିଲ ହେବେ କିନ୍ତୁ ସେପରି ଘଟିନଥିଲା । ବର୍ତ୍ତମାନ ଦାଦା ରାଜ୍ୟପାଳଙ୍କୁ ଭେଟିବା ପରେ ପୁଣି ଥରେ ଦାଦା ରାଜନୀତିକୁ ଲମ୍ଫ ମାରିବେ ନା ନାହିଁ ତାହା ଉପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ବଙ୍ଗଳା ରାଜନୀତିରେ ଚାଲିଛି ରାଜନୈତି ଲଢେଇ । କେତେବେଳେ କଣ ଘଟିବ ତାହା କହିବା ମୁସ୍କିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.