ETV Bharat / bharat

ଖୁବଶୀଘ୍ର ଗଠନ କରିବି ଜାତୀୟ ଦଳ: KCR

author img

By

Published : Sep 11, 2022, 10:36 PM IST

ସମସ୍ତ ଅନୁମାନ ଉପରେ ବିରାମ ଲଗାଇଛନ୍ତି ଟିଆର୍‌ଏସ୍‌ ମୁଖ୍ୟ କେ. ଚନ୍ଦ୍ର ଶେଖର ରାଓ (soon I will make a national party says KCR)। ଖୁବଶୀଘ୍ର ସେ ଜାତୀୟ ଦଳର ଗଠନ କରିବେ । ଅଧିକ ପଢ଼ନ୍ତୁ

ଖୁବଶୀଘ୍ର ଗଠନ କରିବି ଜାତୀୟ ଦଳ: KCR
ଖୁବଶୀଘ୍ର ଗଠନ କରିବି ଜାତୀୟ ଦଳ: KCR

ହାଇଦ୍ରାବାଦ: ସମସ୍ତ ଅନୁମାନ ଉପରେ ବିରାମ ଲଗାଇଛନ୍ତି ଟିଆର୍‌ଏସ୍‌ ମୁଖ୍ୟ କେ. ଚନ୍ଦ୍ର ଶେଖର ରାଓ । ଖୁବଶୀଘ୍ର ସେ ଜାତୀୟ ଦଳର ଗଠନ କରିବେ (KCR reaction on national party)। ଏହାର ନୀତି ନିର୍ଦ୍ଧାରଣ ନେଇ କାର୍ଯ୍ୟ ଜାରି ରହିଛି । ଏହାକୁ ନେଇ ସେ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ବୁଦ୍ଧିଜୀବୀ, ଅର୍ଥଶାସ୍ତ୍ରୀ ଓ ଅନ୍ୟ ବିଭିନ୍ନ ବିଭାଗର ବିଷେଶଜ୍ଞଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଜାତୀୟ ସ୍ତରରେ ଏକ ବିକଳ୍ପ ହେବାକୁ ଯୋଜନା କରୁଛନ୍ତି କେ. ଚନ୍ଦ୍ର ଶେଖର ରାଓ । ଏହାକୁ ନେଇ ସେ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି, "ତେଲେଙ୍ଗାନା ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ଆମେ ଏଭଳି ହିଁ ଯୋଜନା କରିଥିଲୁ ।" ମୋଦି ସରକାରଙ୍କ ବିରୋଧରେ ଏକ ବିକଳ୍ପ ହେବାକୁ ଅଭିଯାନ ଆରମ୍ଭ କରିଛିନ୍ତି ଚନ୍ଦ୍ର ଶେଖର ରାଓ । ସେ କୃଷି, ଚାଷୀ, ବେକାରୀ ସମସ୍ୟାକୁ ପ୍ରମୁଖ ମୁଦ୍ଦା କରି ଲୋକଙ୍କ ଭରସା ଜିତିବାକୁ ଚେଷ୍ଟା କରୁଛନ୍ତି । ଚନ୍ଦ୍ର ଶେଖରଙ୍କ ମତରେ ତେଲେଙ୍ଗାନା ମଡେଲ ଦେଶର ସର୍ବୋତ୍କୃଷ୍ଟ ମଡେଲ୍‌ ।

ଏହାପୂର୍ବରୁ ୨୬ଟି ରାଜ୍ୟରେ ଚାଷୀ ନେତାଙ୍କୁ ନେଇ ବୈଠକ କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏହି ଦୁଇ ଦିନିଆ ବୈଠକରେ କୃଷି କ୍ଷେତ୍ରରେ ତେଲେଙ୍ଗାନାର ସଫଳତାକୁ ବଖାଣିଥିଲେ ଚନ୍ଦ୍ର ଶେଖର ରାଓ । ଜାତୀୟ ସ୍ତରରେ ମଧ୍ୟ ଏହି ସଫଳତାକୁ ଦୋହରାଇବା ପାଇଁ ଚନ୍ଦ୍ର ଶେଖର ରାଓ, ଏକ ମିଳିତ ଚାଷୀ ମଞ୍ଚ ଗଠନ ପାଇଁ ପ୍ରସ୍ତାବ ରଖିଥିଲେ । ଜାତୀୟ ଏଜେଣ୍ଡାକୁ ନେଇ ଚନ୍ଦ୍ର ଶେଖର ରାଓ ଏକ ବିକଳ୍ପ ହେବାକୁ ଚିନ୍ତା କରୁଛନ୍ତି । ଏଥିପାଇଁ ସେ ଚାଷୀ ସଂଗଠନଗୁଡ଼ିକୁ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ରବିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏକ ଜାତୀୟ ଦଳ ଗଠନ ନେଇ ଆଲୋଚନା ହୋଇଛି । ଚନ୍ଦ୍ର ଶେଖରଙ୍କ ସରକାରୀ ବାସଭବନରେ ଏହି ଆଲୋଚନା ହୋଇଥିଲା । ତା ସହିତ ଅନ୍ୟ ରାଜନୈତିକ ମୁଦ୍ଦା ଉପରେ ମଧ୍ୟ ଆଲୋଚନା ହୋଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତେଲେଙ୍ଗାନାର ବିକାଶ ଓ ଜାତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକର ବର୍ତ୍ତମାନର ପ୍ରଭାବ ନେଇ ଚର୍ଚ୍ଚା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.