ETV Bharat / bharat

ମହାକାଳ ମନ୍ଦିରରେ ଦର୍ଶନ କଲେ ସୋନୁ ସୁଦ, ଭକ୍ତ ନିବାସ ପାଇଁ ଦାନ କରିବେ ଅର୍ଥରାଶି

author img

By

Published : May 15, 2023, 10:31 PM IST

ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳ ମନ୍ଦିରରେ ଦର୍ଶନ କଲେ ଅଭିନେତା ସୋନୁ ସୁଦ । ଭକ୍ତ ନିବାସ ନିର୍ମାଣ ପାଇଁ ଦାନ କରିବେ ଅର୍ଥରାଶି । ଅଧିକ ପଢନ୍ତୁ

ମହାକାଳ ମନ୍ଦିରରେ ସୋନୁ ସୁଦ, ଭକ୍ତଙ୍କ ପାଇଁ କଲେ ଦାନ

ଭୋପାଲ: ମଧ୍ୟ ପ୍ରଦେଶର ଉଜ୍ଜୈନରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିର ନିକଟରେ ନିର୍ମାଣ ହେବାକୁ ଥିବା ମହାକାଳ ଭକ୍ତ ନିବାସ ପାଇଁ ଚଳଚ୍ଚିତ୍ର ତାରକା ସୋନୁ ସୁଦ ଦାନ କରିବେ ଅର୍ଥରାଶି । ପ୍ରାୟ 200 କୋଟି ଟଙ୍କା ବ୍ୟୟରେ 32 ଏକର ଜମିରେ ଏହି ଅତ୍ୟାଧୁନିକ ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଇମ୍ପେରିଆଲ ହୋଟେଲ ନିକଟରେ ନିର୍ମାଣ ହେବାକୁ ଥିବା ଭକ୍ତ ନିବାସରେ 15 ଟି ବଡ ବ୍ଲକ, ପ୍ରଶାସନ କାର୍ଯ୍ୟାଳୟ ସହିତ 100 ଫୁଟ ପରିମିତ ଏକ ବଗିଚା ମଧ୍ୟ ରହିବ । ଏହି ଭକ୍ତ ନିବାସରେ ପ୍ରାୟ 2,200 ରୁମ୍ ସହ ସମସ୍ତ ଆନୁସଙ୍ଗୀକ ସୁବିଧା ସୁଯୋଗ ମଧ୍ୟ ରହିବା ନେଇ ବ୍ୟବସ୍ଥା କରାଯାଉଛି । ସେହିପରି ଗାଡି ପାର୍କିଂ, ସ୍ବଚ୍ଛତା ଓ ଭକ୍ତଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ମଧ୍ୟ ଏହା ପରିସରରେ ଉପଲବ୍ଧ ହେବାକୁ ଯାଉଛି । ଏହି ପ୍ରକଳ୍ପରେ ଦାନ କରିବା ପାଇଁ ନିଜେ ସୋନୁ ପୂର୍ବରୁ ଘୋଷଣା କରିଥିଲେ । ମନ୍ଦିର ପ୍ରଶାସନ ତାଙ୍କ ପ୍ରସ୍ତାବକୁ ଗ୍ରହଣ ମଧ୍ୟ କରିଥିଲା ।

ଭକ୍ତ ନିବାସ ସଲଗ୍ନ ଏରିଆରେ 100 ବସ୍ ପାର୍କିଂ ହେବା ପରି ଷ୍ଟାଣ୍ଡ, ଇ-ବସ୍ ଚାର୍ଜିଂ ଷ୍ଟେସନ, ପ୍ରଶାସନ ଅଫିସ୍, ଅପେକ୍ଷା କକ୍ଷ, ଖାଦ୍ୟ ବିତରଣ କେନ୍ଦ୍ର ମଧ୍ୟ ରହିବ । ସମଗ୍ର ପରିବେଶକୁ ସବୁଜ କରାଯିବା ଉପରେ ମଧ୍ୟ ଧ୍ୟାନ ରଖାଯିବ । ଟ୍ରାଫିକ ସମସ୍ୟା ଏଡାଇବା ପାଇଁ ଏକ ଅଣ୍ଡରପାସ ମଧ୍ୟ ନିର୍ମାଣ ହେବ । ଭକ୍ତ ନିବାସ ପାର୍କିଂଷ୍ଟାଣ୍ଡରେ ପ୍ରାୟ 2,00 ଚାରି ଚକିଆ ଯାନ ପାର୍କିଂ କରାଯାଇ ପାରିବ । ଖୁବଶୀଘ୍ର ଏହି ପ୍ରସ୍ତାବିତ ଭକ୍ତ ନିବାସ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଯିବ । ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଏନେଇ ପ୍ରକ୍ରିୟା ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ଗତବର୍ଷ (2022) ଡିସେମ୍ବର 22 ତାରିଖରେ ସୋନୁ ସୁଦ ତାଙ୍କ ପତ୍ନୀଙ୍କ ସହ ଉଜ୍ଜୈନ ଆସି ବାବା ମହାକାଳଙ୍କ ଦର୍ଶନ କରିଥିଲେ । ଏହି ସମୟରେ ସୋନୁ ସୁଦଙ୍କୁ ତତ୍କାଳୀନ ଜିଲ୍ଲାଧିକାରୀ ଆଶିଷ ସିଂଙ୍କ ଦ୍ବାରା ଇମ୍ପେରିଆଲ୍ ହୋଟେଲ ନିକଟରେ ନିର୍ମାଣ ହେବାକୁ ଥିବା ଭକ୍ତ ନିବାସ ସମ୍ପର୍କରେ ସୂଚନା ଦିଆଯାଇଥିଲା । ସେହି ସମୟରେ ସୋନୁ ସୁଦ ଏହି ଭବ୍ୟ ନିର୍ମାଣ ପାଇଁ ଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ପ୍ରସ୍ତାବ ଚୂଡାନ୍ତ ହୋଇ ପ୍ରକଳ୍ପ କାର୍ଯ୍ଯ ଆରମ୍ଭ ହେଲେ ସେ ଅର୍ଥରାଶି ଦାନ କରିବା ପାଇଁ କହିଥିଲେ । ତେବେ ତାଙ୍କ ପ୍ରସ୍ତାବକୁ ମନ୍ଦିର ପ୍ରଶାସନ ମଧ୍ୟ ନିର୍ଦ୍ବନ୍ଦରେ ଗ୍ରହଣ କରିଥିଲା । ଏବେ ନିକଟରେ ସେ ନିଜ ସ୍ବଇଚ୍ଛାରେ ଦାନ କରିପାରନ୍ତି ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.