ETV Bharat / bharat

ସୋନୋୱାଲ ନା ହିମାନ୍ତ ? ଆସାମରେ କ୍ଷମତାକୁ ଆସିଲେ କାହାକୁ ବାଛିବ ବିଜେପି

author img

By

Published : Mar 20, 2021, 12:25 PM IST

କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? 126 ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନ ତାରିଖ ଯେତେ ପାଖେଇ ପାଖେଇ ଆସୁଛି ଏହି ପ୍ରଶ୍ନ ରାଜ୍ୟବାସୀଙ୍କୁ ସେତେ ଆନ୍ଦୋଳିତ କରୁଛି । ଯଦିଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ମୁଖ୍ୟମନ୍ତ୍ରୀ ଦୌଡରୁ ପଛକୁ ହଟାଇବା ପାଇଁ ଗତ ପାଞ୍ଚ ବର୍ଷ ଭିତରେ ତାଙ୍କ ବିରୁଦ୍ଧରେ ସେପରି କି କିଛି ଅଭିଯୋଗ ନାହିଁ, ତଥାପି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରିବା ସମୟରେ ଦଳ ଆସାମର ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବଢୁଥିବା ଲୋକପ୍ରିୟତାକୁ ଅଣଦେଖା କରିପାରିବନାହିଁ ।

Tough choice awaits BJP in Assam if voted to power
ସୋନୋୱାଲ ନା ହିମାନ୍ତ ? ଆସାମରେ କ୍ଷମତାକୁ ଆସିଲେ କାହାକୁ ବାଛିବ ବିଜେପି

କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? 126 ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନ ତାରିଖ ଯେତେ ପାଖେଇ ପାଖେଇ ଆସୁଛି ଏହି ପ୍ରଶ୍ନ ରାଜ୍ୟବାସୀଙ୍କୁ ସେତେ ଆନ୍ଦୋଳିତ କରୁଛି । ଯଦିଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ମୁଖ୍ୟମନ୍ତ୍ରୀ ଦୌଡରୁ ପଛକୁ ହଟାଇବା ପାଇଁ ଗତ ପାଞ୍ଚ ବର୍ଷ ଭିତରେ ତାଙ୍କ ବିରୁଦ୍ଧରେ ସେପରି କି କିଛି ଅଭିଯୋଗ ନାହିଁ, ତଥାପି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରିବା ସମୟରେ ଦଳ ଆସାମର ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବଢୁଥିବା ଲୋକପ୍ରିୟତାକୁ ଅଣଦେଖା କରିପାରିବନାହିଁ ।

ବିଜେପି ଏଥର ଆସାମ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ । ଠିକଣା ସମୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏ ନେଇ ନିଷ୍ପତ୍ତି ନେବ ବୋଲି ବିଜେପି କହି ସାରିଛି । 2016ର ସ୍ଲୋଗାନ୍ “ସବକା ଆନନ୍ଦ ସର୍ବାନନ୍ଦ” ଏଥର ରାଜ୍ୟବାସୀ ଶୁଣିବାରୁ ବଞ୍ଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ନିଜେ 2016ରେ ଏହି ସ୍ଲୋଗାନ୍ ଆରମ୍ଭ କରିଥିଲେ ଏବଂ କହିଥିଲେ ସର୍ବାନନ୍ଦ ସୋନୋୱାଲ ହିଁ ରାଜ୍ୟରେ ଆନନ୍ଦ ଆଣିପାରିବେ । ହେଲେ ଏବେ ଏହା ଶୁଣାଯାଉନଥିବାରୁ ସୋନୋୱାଲ ହୁଏତ ଏଥର ବିଜେପିର ମୁଖ୍ୟମନ୍ତ୍ରୀ ପସନ୍ଦ ହୋଇନପାରନ୍ତି ବୋଲି ସବୁ ମହଲରେ ଆଲୋଚନା ହେଉଛି ।

ବହୁଳ ସମାଲୋଚିତ ବେଆଇନ ଅନୁପ୍ରବେଶକାରୀ (ଟ୍ରିବୁନାଲ ଦ୍ବାରା ଚିହ୍ନଟ) ଆଇନକୁ 2005 ମସିହାରେ ରଦ୍ଦ କରିବାରେ ସୋନୋୱାଲଙ୍କ ଭୂମିକା ପାଇଁ ତାଙ୍କୁ "ଜାତୀୟ ନାୟକ" ଭାବେ ଆସାମରେ ଉଚ୍ଚ ପ୍ରଶଂସିତ କରାଯାଉଥିଲା। ଜଣେ ଆଞ୍ଚଳିକ ରାଜନୈତିକ ନେତା ଭାବେ ସୋନୋୱାଲ 2011ରେ ବିଜେପିରେ ଯୋଗ ଦେଇଥିଲେ ଏବଂ 2014ରେ ତାଙ୍କୁ ବିଜେପି ଆସାମରେ ଲୋକସଭା ନିର୍ବାଚନ ସକାଶେ ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ। ଆସାମରେ ଆଦୌ ଲୋକପ୍ରିୟ ହୋଇନଥିବା ଦଳର ଦାୟିତ୍ବ ନେଇ ସୋନୋୱାଲ ବିଜେପିକୁ ରାଜ୍ୟରେ ଲୋକପ୍ରିୟ କରିବା ସହ 2016ରେ ଦଳକୁ କ୍ଷମତାସୀନ କରିଥିଲେ ।

ଅନ୍ୟପକ୍ଷରେ ମାତ୍ର 2015ରେ ବିଜେପିରେ ଯୋଗ ଦେଇଥିବା ହିମନ୍ତ୍ର ବିଶ୍ବ ଶର୍ମା କେବଳ ଯେ ଆସାମରେ 2016ର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିନଥିଲେ ବରଂ ପରବର୍ତ୍ତୀ ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପଦ୍ମ ଫୁଲ ଫୁଟାଇବାରେ ମୁଖ୍ୟ ନାୟକ ଥିଲେ । ଶର୍ମା ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲିଆନସ (ନେଡା)ର ଆବାହକ ମଧ୍ୟ ଅଛନ୍ତି, ଯାହାକି ନର୍ଥ ଇଷ୍ଟ ପାଇଁ ବିଜେପି ନେତୃତ୍ବାଧୀନ ଏକ ରାଜନୈତିକ ମଞ୍ଚ ।

ହେଲେ ସୋନୋୱାଲ ସର୍ବଦା ଲୋକଙ୍କ ମଧ୍ୟରେ ନିଜର ମର୍ଯ୍ୟଦାସମ୍ପନ୍ନ ଭାବମୂର୍ତ୍ତି ବଜାୟ ରଖିଥିବା ବେଳେ ଶର୍ମା ଯୁବକଙ୍କ ଠାରୁ ନେଇ ବୟସ୍କ ଓ ଗୃହିଣୀ ସମସ୍ତଙ୍କ ମଧ୍ୟରେ ଗ୍ରହଣୀୟ ହୋଇ ପାରିଛନ୍ତି । ଶର୍ମାଙ୍କ ସଭା ଓ ଭାଷଣ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖାଦେଇଛି । ରାଜ୍ୟରେ ଶର୍ମା ମାମା ବା ମାମୁଁ ଭାବେ ଏବେ ଘରେ ଘରେ ପରିଚିତ ।

ଯଦିଓ ବିଜେପି ଦଳରେ ଦୁଇଟି ଗୋଷ୍ଠୀ ଥିବା କଥାକୁ ସ୍ବୀକାର କରିନାହିଁ, ତଥାପି ଆସାମରେ ଗୋଟିଏ ଗୋଷ୍ଠୀ ସର୍ବାନନ୍ଦ ସୋନୋୱାଲ ଏବଂ ଅନ୍ୟ ଗୋଷ୍ଠୀ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ବରେ ପରିଚାଳିତ ହେଉଛି । ବିଭିନ୍ନ କାରଣରୁ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ କଳ୍ପନାଜଳ୍ପନା ସେତିକି ବଢିବାରେ ଲାଗିଛି । ବିଧାନସଭା ନିର୍ବାଚନ ପାଇଁ ଘୋଷିତ ଦଳର ପ୍ରାର୍ଥୀ ତାଲିକାରେ ଅଧିକାଂଶ ହିମନ୍ତ ବିଶ୍ବ ଶର୍ମାଙ୍କ ଅନୁଗତ ସ୍ଥାନ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥିତ ପ୍ରାର୍ଥୀ ବିଶେଷ ଭାବେ ସାମିଲ ହୋଇନାହାଁନ୍ତି ।

ଜଣେ ବିଜେପି ଅସନ୍ତୁଷ୍ଟ ନେତା ତାଙ୍କ ନାମକୁ ଗୋପନ ରଖିବାକୁ ସର୍ତ୍ତ ରଖି କହିଛନ୍ତି ଯେ, କିଛି ପ୍ରାର୍ଥୀ ଅଳ୍ପ ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ ସୁଦ୍ଧା ହିମନ୍ତ ବିଶ୍ବ ଶର୍ମାଙ୍କର ଘନିଷ୍ଠ ହୋଇଥିବାରୁ ଟିକେଟ୍ ପାଇଛନ୍ତି । ଅନେକ ପ୍ରାର୍ଥୀ ଦଳ ପାଇଁ ନିଷ୍ଠାର ସହ କାମ କରି ଆସୁଥିଲେ ସୁଦ୍ଧା ସେମାନେ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଛନ୍ତି, ଏପରିକି ସୋନୋୱାଲଙ୍କ ସମର୍ଥନ ଥାଇ ମଧ୍ୟ ଅନେକ ଟିକେଟ୍ ପାଇନାହାଁନ୍ତି ।

ସାଧାରଣ ଲୋକଙ୍କ ମଧ୍ୟରେ ବି ଏହି ପ୍ରସଙ୍ଗରେ ମତଭେଦ ରହିଛି । ଯଦି ବିଜେପି ସରକାର କ୍ଷମତାକୁ ଫେରେ ତେବେ ସୋନୋୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ କିଛି ଲୋକ ପସନ୍ଦ କରୁଛନ୍ତି, ଆଉ କିଛି ଚାହୁଁଛନ୍ତି କୋଭିଡ-19 କାଳରେ ନେଇଥିବା ଭୂମିକା ପାଇଁ ହିମନ୍ତ ବିଶ୍ବ ଶର୍ମା ରାଜ୍ୟର ନେତୃତ୍ବ ନିଅନ୍ତୁ । କୋଭିଡ-19 ସଂକଟ ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ଶର୍ମା କିପରି ହସ୍ପିଟାଲରୁ ହସ୍ପିଟାଲ ବୁଲି ଲୋକଙ୍କ ଭଲମନ୍ଦ ବୁଝିଥିଲେ ତାହା ଲୋକେ ମନେ ରଖିଛନ୍ତି ।

ହେଲେ ସମସ୍ତଙ୍କୁ ମେ 2 ନିର୍ବାଚନ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ବିଜେପି ନିଶ୍ଚିତ ଯେ, ଦଳ ଦ୍ବିତୀୟ ଥର ପାଇଁ ଯଦି କ୍ଷମତା ଫେରିପାଏ ତେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର କରିବା କାଠିକର ପାଠ ହେବ ।

ଅନୁପ ଶର୍ମା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.