ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ, ସ୍ବାସ୍ଥ୍ୟାବସ୍ଥା ସ୍ଥିର - ସ୍ବାସ୍ଥ୍ୟବସ୍ଥା ସ୍ଥିର

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ । ଦିଲ୍ଲୀର ଏକ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଅଧିକ ପଢନ୍ତୁ

Sonia Gandhi
Sonia Gandhi
author img

By

Published : Mar 3, 2023, 3:31 PM IST

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ । ତାଙ୍କୁ ସ୍ଥନୀୟ ସାର ଗଙ୍ଗାରାମ ହସ୍ପିଟାଲରେ ଗୁରୁବାର ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜ୍ବର,କାଶ ଓ କଫ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚେଷ୍ଟ ମେଡିସିନ ବିଭାଗର ଏକ ଡାକ୍ତରୀ ବିଶେଷଜ୍ଞ ଟିମ ତାଙ୍କୁ ଚିକିତ୍ସା କରୁଥିବା ଜଣାପଡ଼ିଛି ।

୭୬ ବର୍ଷୀୟ ରାଜନେତ୍ରୀ ସୋନିଆଙ୍କୁ ବରିଷ୍ଠ ଡାକ୍ତର ଅରୁପ ବାସୁ ଓ ତାଙ୍କ ଟିମ ନିରୀକ୍ଷଣରେ ରଖିଛନ୍ତି । ଏ ନେଇ ହସ୍ପିଟାଲର ଚେୟାରମ୍ୟାନ ଏସ ରାଣା କହିଛନ୍ତି, "ସୋନିଆ ଗାନ୍ଧୀଙ୍କୁ ବର୍ତ୍ତମାନ ନିରୀକ୍ଷଣରେ ରଖାଯାଇଛି । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କୁ ଜ୍ବର ସହିତ କଫ ଜନିତ ସମସ୍ୟା ଦେଖାଦେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।" ସୋନିଆ ବ୍ରଙ୍କାଇଟିସ ରୋଗରେ ପୀଡ଼ିତ ରହିଛନ୍ତି । ଏହି ରୋଗ ହେଲେ ଛାତିରେ ଯନ୍ତ୍ରଣା ହେବା ସହ ଜ୍ବଳନ ହୋଇଥାଏ । ଏହାସହ କଫ, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେବା ଭଳି ସମସ୍ୟା ଦେଖିବାକୁ ମିଳେ । ସିଗାରେଟ ଧୂଆଁ, ବାୟୁ ପ୍ରଦୂଷଣ ଯୋଗୁଁ ଏହି ରୋଗ ହୋଇଥାଏ ।

ଏହା ବି ପଢନ୍ତୁ- ବାର୍ଥ ଡେ ପାର୍ଟିରୁ ଫେରିବା ବେଳେ ଧକ୍କା ଦେଲା ଡମ୍ଫର, ୬ ଯୁବକ ମୃତ

ଦିଲ୍ଲୀର ଏହି ଗଙ୍ଗାରାମ ହସ୍ପିଟାଲରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ବେଳେ ଅଭିଜ୍ଞ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିଥାନ୍ତି । ସୂଚନା ଥାଉ କି କଂଗ୍ରେସ ନେତ୍ରୀ ସୋନିଆ ଏହା ପୂର୍ବରୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ ଘରକୁ ଫେରିଥିଲେ । ମାତ୍ର ପୁଣି ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦଶନ୍ଧି ଦଶନ୍ଧି ଧରି ସୋନିଆ ଗାନ୍ଧୀ ଭାରତ ରାଜନୀତିରେ ଜଣେ ପ୍ରମୁଖ ନେତ୍ରୀ । କଂଗ୍ରେସ ଦଳର ନୀତି ଓ ଷ୍ଟ୍ରାଟେଜିକୁ ଗଠନ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ସେ ଅନେକ ବର୍ଷ ଧରି କଂଗ୍ରେସ ଦଳର ଅଧ୍ୟକ୍ଷା ପଦରେ ରହିଥିବା ବେଳେ ୨୦୧୭ରେ ନିଜ ପଦରୁ ଓହରିଥିଲେ । ଗତ କିଛି ବର୍ଷ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଲଗାତର ବିଗୁଡ଼ୁଥିବା ବେଳେ ସେ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏହାସହ ସେ ନିଜ ରାଜନୀତିରେ ନିଜ କର୍ତ୍ତବ୍ୟ ମଧ୍ୟ ଜାରି ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.