ETV Bharat / bharat

Sonali Phogat Death Mystery: ରହସ୍ୟ ଖୋଜିବ ସିବିଆଇ - Sonali Phogat

ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣା ତଦନ୍ତ କରିବ ସିବିଆଇ । ଅଧିକ ପଢନ୍ତୁ

Phogat Death Mystery, ରହସ୍ୟ ଖୋଜିବ ସିବିଆଇ

author img

By

Published : Sep 12, 2022, 12:20 PM IST

Updated : Sep 12, 2022, 12:58 PM IST

ପାଣାଜୀ: ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ ଖୋଜିବ ସିବିଆଇ । ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ସିବିଆକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି । ଅଗଷ୍ଟ 23ରେ ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କ ମୃତ୍ୟୁ ଗୋଆର ଏକ ହୋଟେଲରେ ହୋଇଥିଲା । ଯାହା ରହସ୍ୟ ଘରରେ ରହିଛି । ମୃତ୍ୟୁର କାରଣ ଉପରୁ ପରଦା ଏଯାଏ ହଟିନାହିଁ ଯାହାକୁ ନେଇ ତାଙ୍କ ଝିଅ ଓ ପରିବାର ଗୋଆ ଓ ହରିୟାଣା ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ଲୋକ ଓ ପରିବାରଙ୍କ ଦାବିକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।

ରହସ୍ୟ ଖୋଜିବ ସିବିଆଇ

ସୋନାଲି ଫୋଗଟ ଏତେ ସୁସ୍ଥ ଓ ଆକ୍ଟିଭ ଥିଲେ ଯେ ତାଙ୍କ ସ୍ବାଭାବିକ ମୃତ୍ୟୁ ହୋଇଥିବା ପରିବାର ଗ୍ରହଣ କରିପାରି ନଥିଲେ । ବାରମ୍ବାର ସୋନାଲିଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଥିଲେ ପରିବାର । ଏହାସହ ସୋନାଲିଙ୍କ ଫ୍ୟାନ୍ସ ମଧ୍ୟ ସମାନ ଦାବି କରିଥିଲେ । ଏହା ପରେ ଘଟଣାର ସିବିଆଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗୋଆ ସରକାର । ହତ୍ୟା ଘଟଣାର ତଦନ୍ତ ଜାରି ରହିଛି । ପୋଲିସ ଉପର ବିଶ୍ବାସ ଅଛି ସେମାନେ ଉତ୍ତମ ତଦନ୍ତ କରୁଛନ୍ତି । ସିବିଆଇ ତଦନ୍ତ ପାଇଁ ଦାବି ହୋଇଥିବାରୁ ତଦନ୍ତ ଭାର ସିବିଆଇକୁ ଦିଆଯାଇଛି । ଏନେଇ ଗୃହମନ୍ତ୍ରୀଙ୍କୁ ଚିଠି ଲେଖା ଯାଇଥିବା କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

  • CORRECTION | Sonali Phogat death | Following the people's demand, especially that of her daughter*, for CBI probe we're handing it over to CBI today. I'm writing to Home Minister. We trust our Police &they're doing good investigation but it's people's demand: Goa CM Pramod Sawant pic.twitter.com/g33ZsnRsdM

    — ANI (@ANI) September 12, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ... Sonali Phogat Movie: ପରଦାକୁ ଆସିବ ସୋନାଲି ଫୋଗଟଙ୍କ ଶେଷ ଫିଲ୍ମ ପ୍ରେରଣା

ପ୍ରକାଶ ଥାଉକି, ସୋନାଲି ଫୋଗଟଙ୍କ ମୃତ୍ୟୁ ପ୍ରଥମେ ରହସ୍ୟଜନକ ରହିଥିବାବେଳେ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲା । ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୋନାଲିଙ୍କ ଶରୀରରେ ଏକାଧିକ ଆଘାତର ଚିହ୍ନ ଥିବା ଜଣାପଡିଥିଲା । ଏହାପରେ ପୋଲିସ ଜୋରସୋର ତଦନ୍ତ ଆରମ୍ଭ କରିଥିଲା । ସୋନାଲିଙ୍କ ପିଏ ସୁଧୀରଙ୍କ ସମେତ 4 ଅଭିଯୁକ୍ତଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା ପୋଲିସ । ଗୋଆର ଏକ ନାଇଟ କ୍ଲବରେ ସୋନାଲିଙ୍କୁ ତାଙ୍କ ପିଏ ସୁଧୀର ସାଙ୍ଗୱାନ୍ ମଦ ପିଆଉଥିବାର ଦେଖିବାକୁ ମିଳିଥିଲା । ୨୦୧୬ ମସିହାରେ ସୋନାଲିଙ୍କ ସ୍ବାମୀ ସଞ୍ଜୟ ଫୋଗଟଙ୍କ ଦେହାନ୍ତ ହୋଇଥିଲା । ମାଆ ଓ ବାପାଙ୍କୁ ହରାଇ ସମୂର୍ଣ୍ଣ ଏକା ହୋଇ ଯାଇଛନ୍ତି ସୋନାଲିଙ୍କ ଝିଅ ।

Last Updated : Sep 12, 2022, 12:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.